ମାଆ ବେକରେ ଛୁରୀ ଲଗାଇ ମାରିଦେବାକୁ ଧମକ

0 3,879

ଭୁବନେଶ୍ୱର,୧/୧୦(ଏସ ଏସ ନିୟୁଜ )ବିଧାନସଭା ସାମ୍ନା ପିଏମ୍‌ଜି ଛକରେ ଆଜି ଜଣେ ଯୁବକ ନିଜ ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇଜୀବନରୁ ମାରିଦେବାକୁ ଧମକ ଦେଇଥିବାର ଦେଖିବାକୁ ମିଳିଛି ।ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ତା ସତ୍ବେ ଏହି ଘଟଣ।ଏବେ ପୋଲିସ ପାଇ ପ୍ରଶ୍ନବାଚି ସୃଷ୍ଟି କରିଛି ।

ପ୍ରକାସ ଯେ, କୋଭିଡ ସମୟରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଛି ।ଏହିସମୟରେ ଜଣେ ଯୁବକ ନିଜ ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇ ପାଗଳ ପରି ଚିଲାଇବା ସହ ପାଖକୁ ଆସିଲେ ମା କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।କିଛି ସମୟ ପାଇ ଯୁବକ ଜଣଙ୍କ ଏହି ଭଳି ଡ୍ରାମା କରିଚାଲିଥିଲେ ।ବହୁ କଷ୍ଟରେ ପୋଲିସ ଯୁବକ କବଳରୁ ମହିଳାଙ୍କୁ ଉଦ୍ଧାର କରିଥିଲା ।ଉକ୍ତ ଯୁବକର ନାମ ଜିତେନ୍ଦ୍ର ପାଳ ।ମେଡିକାଲ ଯିବା କହି ଡାକି ଆଣିବା ସହ ରାସ୍ତା ମଝିରେ ତାଙ୍କ ବେକରେ ଛୁରୀ ଲଗେଇ ମାରିଦେବ ବୋଲି ଧମକ ଦେଇଥିଲାବୋଲି ଜିତେନ୍ଦ୍ରଙ୍କ ମାଆ ଝରଣା ପାଳ କହିଛନ୍ତି ।ତେବେ ଯୁବକ ଜଣକ ଜଣେ ମାନସିକ ରୋଗୀ ହୋଇଥିବାରୁ ତାକୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ପୋଲିସ ପଠାଇଥିବାର ଜଣାପଡିଛି ।

Leave A Reply

Your email address will not be published.