0 6,709 Share ପୁରୀ: ୨୩/୬(ଏସଏସଏନ୍)ଆଜି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ବଡ଼ ଦାଣ୍ଡ ଖାଁ ଖାଁ ରହିଥିଲା। ତଥାପି ଘଣ୍ଟ ଘଣ୍ଟା, କାହାଳୀରେ କମ୍ପି ଉଠୁଥିଲା ରଥଦାଣ୍ଡ। ପ୍ରଥମେ ତାଳଧ୍ଵଜ, ପଛେ ପଛେ ଦେବଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ମାଉସୀମା’ ମନ୍ଦିର ଅଭିମୁଖେ ବାହାରି ନିର୍ଧାରଣ ସମୟରେ ମାଉସି ମା ମନ୍ଦିରରେ ପହଁଚିଛନ୍ତି ତିନି ଠାକୁର। ସୁପ୍ରିମକୋର୍ଟଙ୍କ କରୋନା କଟକଣା ଅନୁସାରେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ବଡ଼ ଦାଣ୍ଡରେ ଗଡ଼ିଥିଲା ତିନି ରଥ। ସେବାୟତମାନେ ରଥକୁ ଟାଣି ଟାଣି ନେଇଥିଲେ। ପୁଲିସ କର୍ମଚାରୀମାନେ ତିନି ରଥକୁ କର୍ଡନ କରି ଘେରି ରହିଛନ୍ତି। 0 6,709 Share