ଯୋଗୀଆଦିତ୍ୟନାଥଙ୍କୁ ମାରିଦେବାକୁ ଧମକ

0 2,829

ଉତ୍ତର ପ୍ରଦେଶ,୨୬/୯(ସତ୍ୟସନ୍ଧାନ ଡେସ୍କ )ମୁଖତାର ଆନସାରୀକୁ ଜେଲରୁ ମୁକ୍ତ ନ କରିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଛି ।୯୬୯୬୭୫୫୧୧୩ ନମ୍ବରରୁ ୧୧୨ ହ୍ୱାଟ୍ସଆପ୍ ନମ୍ବରକୁ ଧମକପୂର୍ଣ ମେସେଜ ଆସିଛି । ହଜରତଗଞ୍ଜ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।ଉତ୍ତର ପ୍ରଦେଶ ପୋଲିସର ଏମର୍ଜେନ୍ସି ବା ଜରୁରୀକାଳୀନ ସେବା ୟୁପି ୧୧୨ ର ହ୍ୱାଟ୍ସଆପ ନମ୍ବରକୁ ଏକ ଧମକ ପୂର୍ଣ ମେସେଜ ଆସିଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave A Reply

Your email address will not be published.