ଆଜିର ରାଶିଫଳ

ଏହି ୫ଟି କଥା କେବେ ବି ଭାଙ୍ଗନ୍ତୁ ନାହିଁ ! ନଚେତ୍ ବିତାଇବେ ଅଭିଶପ୍ତ ଜୀବନ

୨୦୨୬ମସିହା,ଅଗଷ୍ଟମାସ, ୩୦ତାରିଖ, ରବିବାରଖୁଦୁରୁକୁଣୀଓଷା ଆରମ୍ଭ,କୋଶଳଯାତ୍ରା ।ଋତୁ-ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୩/୩୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୦/୨୦ଭାଦ୍ରବମାସ,କୃଷ୍ଣପକ୍ଷ ,ଆଦିତ୍ୟବାସ ,ତିଥି-ଦ୍ବିତୀୟା ଦିବାଘ୯/୪୫ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ନକ୍ଷତ୍ର- ଉତ୍ତରାଭାଦ୍ର ନକ୍ଷତ୍ର ରାତ୍ରି ଘ୪/୧୭ମିପର୍ଯ୍ୟନ୍ତ ତଦନ୍ତେ ରେବତୀନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଉତ୍ତରଦିଗରେ, ଦିବା ଘ୯/୨୮ମିପରେ ଆଗ୍ନେୟ କୋଣରେ । ପାପଯୁକ୍ତ ଓ ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ,ବୃଷ, ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ଧନୁରାଶିର ଘାତଚନ୍ଦ୍ର ।ଘାତବାର-ମେଷ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୪/୧୭ମି ପରେ ୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧ ଖାଦ୍ୟ- ବୃହତି (ବୋଇତାଳୁ), ଦିବାଘ୯/୨୮ମିପରେ ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା-(ବାର ଓ କାଳବେଳା)ଦିବାଘ୧୦/୧୨ମି ରୁ ଘ୧/୧୮ ମିପର୍ଯ୍ୟନ୍ତ (କାଳରାତ୍ରି)ରାତ୍ରି ଘ୧/୧୩ମି ରୁ ଘ୨/୪୧ମିପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ପ୍ରାତଃ ଘ୬/୨୪ମି ରୁ ଘ୯/୩୬ମି ମଧ୍ୟେ, ରାତ୍ରି ଘ୭/୩୦ମି ରୁ ଘ୯/୩୬ମିପର୍ଯ୍ୟନ୍ତ(ମାହେନ୍ଦ୍ରବେଳା ସୂର୍ଯ୍ୟାଦୟରୁ ଦିବା ଘ୬/୨୩ମି ମଧ୍ୟେ, ଘ୧୨/୪୮ମି ରୁ ଘ୧/୩୬ମି ମଧ୍ୟେ, ରାତ୍ରି ଘ୬/୪୨ମିରୁ ଘ୭/୩୦ମିମଧ୍ୟେ, ଘ୧୨/୧୮ମିରୁ ଘ୩/୩୦ମି ପର୍ଯ୍ୟନ୍ତ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ୨ପାଦ ବାର ଓ ତିଥି ପୁଷ୍କରଦୋଷ ।ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ । ଭୂମି ଓ ଅନ୍ନବସ୍ତ୍ର ଦାନ । ଦିବା ଘ୯/୨୮ମି ପରେ ୧ପାଦ ବାର ପୁଷ୍କରଦୋଷ । ଫଳଂ କୃଷିହାନି ।ଭୂମିଦାନ ସହିତ ହୋମାଦିଶାନ୍ତି ବିଧେୟ ।ପ୍ରଥମରଜୋଶ୍ଚକ୍ରେ-ରଜଶ୍ଚକ୍ରେ ସର୍ବସମ୍ପନ୍ନା। ରାତ୍ରିଘ୪/୧୭ମିପରେ ବେଶ୍ୟାûଶାନ୍ତି କରଣୀୟ। ବାରଦୋଷହେତୁ (ଶିବଙ୍କଠାରେ ଜଳାଭିଷେକ)ଶୁଭକର୍ମ-ଦିବା ଘ୯/୩୬ମିଗତେ ସୂର୍ଯ୍ୟାସ୍ତ ମଧ୍ୟେ ନିର୍ବନ୍ଧ, ଗୃହାରମ୍ଭ, ଭୂମିପୂଜା,ନାମକରଣ,ଜଳାଶୟଆରମ୍ଭ,ନବାନ୍ନ,ଅନ୍ନପ୍ରାଶନ,ବାଣିଜ୍ୟକରଣ,ନବବସ୍ତ୍ରପରିଧାନ, ହଳପ୍ରବାହ ଓ ବୀଜବପନ,ଚୂଡାକରଣ, ବୃକ୍ଷରୋପଣ, ଔଷଧକରଣ,ରାଜଦର୍ଶନ(ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ) ।
ମେଷ-ଆଜି ଯେଉଁକାମ ଆରମ୍ଭ କରିବେ ସଫଳତାପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା,ବାଣିଜ୍ୟ,ପରିବହନକ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ ଲୋକସମର୍ଥନ ଅବ୍ୟାହତ ରହିବାଯୋଗୁ ବିଶେଷସମସ୍ୟା ଉପୁଜି ନପାରେ। ପିଲାମାନଙ୍କ ଉଚ୍ଚଶିକ୍ଷା ସକାଶେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟିହେବାର ସୂଚନା ରହିଛି।
ବୃଷ-ବନ୍ଧୁଙ୍କ ସାହାଯ୍ୟ ଲାଭପୂର୍ବକ ସମସ୍ୟା ସମାଧାନରେ ସମର୍ଥ ହେବେ। ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ଅସନ୍ତୋଷଜନକ ମନେ ହେଲେ ମଧ୍ୟ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ବାଣିଜ୍ୟରେ ଉନ୍ନତି କରିବେ, କିନ୍ତୁ ପରିବହନରେ ଝଗଡ଼ା ଲାଗିପାରେ। ଗୁରୁତ୍ୱପୂର୍ଣ୍ଣ କାମଟିକୁ କରି ନ ପାରି ଦୁଃଖ ଅନୁଭବ କରିପାରନ୍ତି।
ମିଥୁନ-ଆଜିର ପ୍ରତ୍ୟୁଷ ଯାତ୍ରା ଲକ୍ଷ୍ୟ ହାସଲ ଦିଗରେ ଅନୁକୂଳତା ପ୍ରଦାନ କରିବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ। ଅସନ୍ତୁଷ୍ଟ ରହିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବେ ନାହିଁ।
କର୍କଟ-ଜଣେ ବିଶ୍ୱସ୍ତ ଲୋକଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହେବେ। ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି। ସ୍ବର୍ଣ୍ଣାଳଙ୍କାର,ଗୃହୋପକରଣ କିମ୍ବା ମୂଲ୍ୟବାନଦ୍ରବ୍ୟ କ୍ରୟ କରିବାକୁ ମନସ୍ଥକରିବେ।ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇବାର ଆଶା ରହିଛି ।
ସିଂହ-ଆର୍ଥିକ ଅନଟନ କାରଣରୁ କେତେକ ସ୍ଥଗିତ କାମ କରିବାରେ ଅସମର୍ଥ ହୋଇ ଚିନ୍ତିତ ରହି ପାରନ୍ତି। ମାନସିକ ଅଶାନ୍ତିଜନିତ କର୍ମକ୍ଷେତ୍ରରେ ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ, ଗୃହ, ଜମିଜମା କାରବାର, ପରିବହନ ପ୍ରଭୃତିରୁ ଖୁସି ରହିବେ।
କନ୍ୟା-ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବେ ନାହିଁ । ଲେଖାପଢ଼ା, ପ୍ରକାଶନ, ମକଦ୍ଦମା ଓ ସଭାସମିତିରେ ସନ୍ତୋଷଜନକ ଫଳ ପାଇବେ।ବନ୍ଧୁଙ୍କ ଆଶ୍ୱାସନା ଲାଭକରି ଗୃହ,ଭୂମି,ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଦୂର ହେବ। ବନ୍ଧୁଙ୍କ ପରାମର୍ଶ ଅନୁସାରେ କାମ କଲେ ଅର୍ଥ ସଂଗ୍ରହରେ ନିଷ୍ଫଳ ହେବନି ।
ତୁଳା-ଆଜି ଅନ୍ୟମାନଙ୍କର ନିକଟତର ହେବାକୁ ଚେଷ୍ଟା କଲେ ଉପକୃତ ହେବେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ହୋଇପାରନ୍ତି। ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି। ବାରମ୍ବାର ରୋଗପୀଡ଼ାଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
ବିଛା-ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ଇଚ୍ଛା ଅନୁଯାୟୀ କାମ ସମ୍ପନ୍ନ ହେବାରୁ ମାନସିକ ସ୍ଥିରତା ରହିବ। ଅନ୍ୟମାନଙ୍କ ଉପରେ ଭରସା କରି ନୀରବରେ ବସି ରହିଲେ ସମସ୍ୟାରେ ଛନ୍ଦିହେବେ। ଶିଳ୍ପ,ବାଣିଜ୍ୟ, ଚୁକ୍ତିପତ୍ର,ସଭାସମିତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ।
ଧନୁ-ପ୍ରତିବନ୍ଧକ କାରଣରୁ ନକାରାତ୍ମକ ଚିନ୍ତାଧାରା ବ୍ୟତିବ୍ୟସ୍ତ କରିପାରେ । ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ନିଜ ଲୋକ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢ଼ାଇଦେଇପାରନ୍ତି। ଆଜି ଆଲୋଚନା, ଚୁକ୍ତିପତ୍ର ପ୍ରଭୃତି ତରବରିଆ ଭାବେ କରିବା ଠିକ୍‌ ହେବନାହିଁ।
ମକର-ଅଟକି ରହିଥିବା ଅମୀସାଂସିତ ସମସ୍ୟାଟି ଆଜି ସମାଧାନ କରିପାରିବେ। ବନ୍ଧୁଙ୍କ ପରାମର୍ଶରେ କର୍ମ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।ଆଜିରଯାତ୍ରାରେ ଲକ୍ଷ୍ୟ ପୂରଣହେବ ଓ ଘରକୁ ଖାଲିହାତରେ ଫେରିବେନାହିଁ।ପାରିବାରିକକ୍ଷେତ୍ରରେ କୌଣସି ଆଳ ଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି।
କୁମ୍ଭ-କର୍ମକ୍ଷେତ୍ରରେ କୌଣସି ବିବାଦୀୟ ଘଟଣା ବିବ୍ରତ କରିପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଅସାବଧାନତା ସହକାରେ ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ ଚଳାଇବା ଠିକ୍‌ ହେବ ନାହିଁ। ସ୍ବସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ମୀନ-ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ।ଆନୁଷ୍ଠାନିକ କାମରେ ଅସୁବିଧା ହେବନାହିଁ। ପରିବାରର ଆବଶ୍ୟକତାନୁଯାୟୀ ଅଳଙ୍କାର ଔଷଧପତ୍ର କିମ୍ବା ସୌଖୀନଦ୍ରବ୍ୟ କ୍ରୟ କରିପାରନ୍ତି। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ,ପରିବହନ,ଆଇନ ଅଦାଲତ ଓ ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିବେ।

-;ନିତୀବାଣୀ;-
ଏହି ୫ଟିକଥା କେବେ ବି ଭାଙ୍ଗନ୍ତୁନାହିଁ !ନଚେତ୍ ବିତାଇବେ ଅଭିଶପ୍ତ ଜୀବନ;-
ବିଶ୍ୱାସ:-ବିଶ୍ୱାସ ଠିକ୍‌ କାଚ ପରି।ଥରେ ଭାଙ୍ଗିଗଲେ ଯୋଡ଼ିବା ଅସମ୍ଭବ। ଯୋଡ଼ିବାର ବୃଥା ପ୍ରୟାସ କରାଯାଇପାରେ ହେଲେ ଯୋଡ଼ାଯାଇ ପାରେନା। ଅନ୍ୟର ବିଶ୍ୱାସ ଭାଙ୍ଗିବା ପୂର୍ବରୁ ସତର୍କ ରୁହନ୍ତୁ ଯାହାଙ୍କ ବିଶ୍ୱାସ ଭାଙ୍ଗୁଛନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହ ଆଖି ମିଳାଇ କଥା ହୋଇପାରିବେ ତ !
ଭଲ ପାଇବା:-ନକଲି ଦୁନିଆରେ ସବୁ ଚକ୍‌ ଚକ୍‌ ଦିଶେ। ହଜାରେଲୋକ ଆପଣଙ୍କୁ ଭଲପାଆନ୍ତି ବୋଲି ଦାବି କରିପାରନ୍ତି। ମାତ୍ର ବାସ୍ତବରେ ସେପରି ହୋଇନଥାଏ। ଦୁନିଆରେ ଭଲପାଉଥିବା ଲୋକ ନଗଣ୍ୟ। ଆପଣଙ୍କୁ ଯଦି କିଏ ବାସ୍ତବରେ ଭଲପାଆନ୍ତି ତାହାଲେ ଆପଣ ଭାଗ୍ୟବାନ। ସେଯେଉଁ ବି ସଂପର୍କ ହେଉ, ଭଲପାଇବାର ଦୁର୍ଲଭ ଅନୁଭୂତି ସଭିଙ୍କୁ ମିଳେନା। ତା’କୁ କେବେ ଭାଙ୍ଗି ଦିଅନ୍ତୁ ନାହିଁ।
ଆଶା:-ଆପଣ ଯଦି କୌଣସି ପରିସ୍ଥିତିରେ ଆସି କିମ୍ବା ସ୍ନେହବଶତଃ କାହାକୁ କିଛି ଆଶା ଦେଇଛନ୍ତି ତେବେ ସୃଷ୍ଟି ପ୍ରଳୟହୋଇଗଲେ ବି ତାହାକୁ ପୂରାକରନ୍ତୁ। ପୂରା କରିବାର ସାମର୍ଥ୍ୟ ନଥିଲେ ଆଶା ଦିଅନ୍ତୁନାହିଁ।
ପ୍ରତିଜ୍ଞା:-ଆଜିକାଲିର ଅନେକ ଯୁବକ ପିଢ଼ିଙ୍କ ମୁହଁରୁ ଶୁଣିବାକୁ ମିଳେpromises are made to be broken’ ‘ଅର୍ଥାତ ପ୍ରତିଜ୍ଞା ଭାଙ୍ଗିବାପାଇଁ ହିଁ ନିଆଯାଇଥାଏ। ମାତ୍ର ମନେରଖନ୍ତୁ ଏହା ଏକ ପିଲା ଖେଳନୁହେଁ କି ମଜା କରିବାପରି ବିଷୟବସ୍ତୁ ଆଦୌ ବି ନୁହେଁ। ଯେଉଁ ପ୍ରତିଜ୍ଞା ରଖିପାରିବେ ନାହିଁ ସେପରି ପ୍ରତିଜ୍ଞା ନିଅନ୍ତୁ ନାହିଁ। ଥରେ ପ୍ରତିଜ୍ଞା ନେବାପରେ କୌଣସି ବି ପରିସ୍ଥିତିରେ ସେଥିରୁ ଓହରନ୍ତୁ ନାହିଁ।
ସଂପର୍କ:-ଦୁନିଆର ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ ଓ ମହତ୍ୱପୂର୍ଣ୍ଣ ଜିନିଷଟିଏ। ଯାହାବିନା ସବୁକିଛି ଥାଇ ବି ଜୀବନ ଶୂନ୍ୟ। ସଂପର୍କ ଗଢ଼ିବେ କି ନାହିଁ ତାହା ଆପଣଙ୍କ ଇଚ୍ଛାଧୀନ। ମାତ୍ର ସଂପର୍କ ଭାଙ୍ଗିବା ଆପଣଙ୍କ ହାତର କଥାନୁହେଁ, କାହିଁକି ନା ଏହା ଏକ ଦ୍ୱିପାକ୍ଷିକ ବ୍ୟାପାର। ଛୋଟଛୋଟ ରାଗରେ ଆସି ସଂପର୍କ ଭାଙ୍ଗିବାର କଥା କହୁଥିବା ବ୍ୟକ୍ତି ଆଦୌ ବିଶ୍ୱାସଯୋଗ୍ୟ ନୁହଁନ୍ତି। ଆପଣଙ୍କର ଏପରି ଗୁଣପାଇଁ କେହି ଆପଣଙ୍କୁ ଶ୍ରଦ୍ଧା କରିବେନାହିଁ।

- Advertisement -

Leave A Reply

Your email address will not be published.