ଭୁବନେଶ୍ୱର,୧୮।୬(ଏସଏସନିଉଜ)ସମୁଦ୍ରରେ ଭାସିଗଲେ ୩ଜଣ ପର୍ଯ୍ୟଟକ।ଯାହାଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଓଡିଶା -ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ୩ ପର୍ଯ୍ୟଟକ ଭାସିଯାଇଥିବାର ଜଣା ପଡ଼ିବା ପରେ ପ୍ରଶାସନ ପକ୍ଷରୁ ସ୍ପିଡ୍ ବୋଟ ଜରିଆରେ ଦୁଇଜଣକୁ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଯୁବକ ନିଖୋଜ ଅଛନ୍ତି । ତେବେ ଉଦ୍ଧାରକାରୀ ଟିମ୍ ଯେଉଁ ଦୁଇ ଜଣକୁ ଉଦ୍ଧାର କରିଥିଲା ସେଥି ମଧ୍ୟରୁ ଜଣେ ପର୍ଯ୍ୟଟକ ଜୀବିତ ଥିଲାବେଳେ ଅନ୍ୟ ଜଣକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଉକ୍ତ ଯୁବକମାନେ ପଶ୍ଚିମବଙ୍ଗ ବାରସାତ ଅଞ୍ଚଳର ବୋଲି ଜଣାପଡିଛି ।
