ଅନୁଗୁଳ, ୨୪ା୮(ଏସଏସନିଉଜ) ପାତେଳି ଗ୍ରାମରେ ଦନ୍ତା ତାର ତାଣ୍ଡବ ରଚିଛି ।ଦନ୍ତାଆକ୍ରମଣରେ ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତରଆହତ ହୋଇଛି । ଆଜିସକାଳୁ କୁମୁରିସିଂହାପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀମାଝୀ ଘରଆଗ ଦାଣ୍ଡରେ ଝାଡୁ ମାରୁଥିବାବେଳେ ହାତୀ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଶଙ୍କରବିଶ୍ୱାଳ ଟାକୁଆନାଳକୁ ଶୌଚପାଇଁ ଯାଇଥିବାବେଳେ ହାତୀ ତାଙ୍କୁ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ସାହାରାଗୁଡାଗ୍ରାମର ଅକ୍ଷୟନାଏକ ହାତୀ ଆକ୍ରମଣରେ ଗୁରୁତର ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।ଉତ୍ୟକ୍ତ ଲୋକମାନେ ଅନୁଗୁଳ-ବନ୍ତଳା ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।
