ପ୍ରଥମଥର ପାଇଁ ମାହେଲା ଜୟଶ୍ରୀ

ଭୁବନେଶ୍ୱର,୨୮। ୧୨(ଏସଏସନିଉଜ)ନନ୍ଦନକାନନକୁ ନୂଆ ବର୍ଷ ଭେଟି ଦେଇଛି ବାଘୁଣୀ ଜୟଶ୍ରୀ। ପ୍ରଥମଥର ପାଇଁ ମା ହୋଇଛି ୩ବର୍ଷ ବୟସ୍କା ସାଧାରଣ ରଙ୍ଗର ବାଘୁଣୀ ଜୟଶ୍ରୀ। ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘୁଣୀ ଜୟଶ୍ରୀ ଶନିବାର ୩ଟି ଶାବକକୁ ପର୍ଯ୍ୟାୟକ୍ରମେ ଜନ୍ମ ଦେଇଛି। ସେଥିମଧ୍ୟରୁ ଦୁଇଟି ଶାବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଶାବକକୁ ମା ଗ୍ରହଣ କରିନାହିଁ। ଫଳରେ ଜୀବିତ ଅବସ୍ଥାରେ ଶାବକକୁ ମାଆଠାରୁ ଅଲଗା କରାଯାଇ
ଶିଶୁ ଲାଳନ ପାଳନ କେନ୍ଦ୍ରର ଆଇସିୟୁ ରେ ପ୍ରାଣୀ ଚିକିତ୍ସକଙ୍କ ନଜରବନ୍ଦିରେ ରଖାଯାଇ ଯତ୍ନ ନିଆଯିବା ଆରମ୍ଭ ହୋଇଛି। ବାଘ ଅମିତ ସହିତ ମିଳନ ହୋଇ ପ୍ରଥମଥର ମା ହେବାର ସୌଭାଗ୍ୟ ଲାଭ କରିଛି ଜୟଶ୍ରୀ। ଚଳିତବର୍ଷ ସେପ୍ଟେମ୍ବର ୧୫ ରୁ ୧୭ ମଧ୍ୟରେ ଅମିତ ସହ ଜୟଶ୍ରୀର ମିଳନ ହୋଇ ଦୀର୍ଘ ୧୦୧ ଦିନର ଗର୍ଭଧାରଣା ପରେ ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରି ୩ସନ୍ତାନଙ୍କୁ ବାଘୁଣୀ ଜୟଶ୍ରୀ ଜନ୍ମ ଦେଇଥିବା ବେଳେ ୨ଟିର ମୃତ୍ୟୁ ପରେ ଏକମାତ୍ର ବଞ୍ଚି ରହିଛି।
ବାଘୁଣୀ ଅଙ୍କିତା ଓ ବାଘ ନନ୍ଦନ ଔରସରୁ ୨୦୨୩ ଫେବ୍ରୁଆରୀ ୧୭ ତାରିଖରେ ୪ଟିଜୟଶ୍ରୀ ସହିତ ଅନ୍ୟ ୩ ଅମିତ,ଶ୍ରୀ ଓ ତୃପ୍ତି ଜନ୍ମ ହୋଇଥିଲେ। ଯେହେତୁ ପ୍ରଥମଥର ପାଇଁ ଜୟଶ୍ରୀ ମାତୃତ୍ୱ ଲାଭ କରିଛି, ତେଣୁ ସେ ସଠିକ୍ ଭାବେ ଶାବକଙ୍କ ଯତ୍ନ ନେଇପାରିନି। ଏଥିସହ ଶାବକଙ୍କୁ ସ୍ତନ୍ୟପାନ ମଧ୍ଯ କରାଇ ପାରିନାହିଁ। ଗତକାଲି ଦିନ ପ୍ରାୟ ୧୧.୫୫ ମିନିଟରେ ପ୍ରଥମ ଶାବକ ଜନ୍ମ ଦେଇଥିଲା। ହେଲେ ତାକୁ ଗ୍ରହଣ କରିନଥିଲା କି ସ୍ତନ୍ୟପାନ କରାଇନଥିଲା। ଫଳରେ କର୍ତୃପକ୍ଷଙ୍କ ନିର୍ଦ୍ଧେଶ କ୍ରମେ ଶାବକକୁ ମାଠାରୁ ଅଲଗା କରାଯାଇ ଶିଶୁ ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ଅପରାହ୍ନ ୩.୩୪ ସମୟରେ ଅନ୍ୟ ଏକ ଶାବକ ଜନ୍ମ ଦେଇଥିଲା। ଉକ୍ତ ଶାବକଟି ବହୁତ ଦୁର୍ବଳ ରହିଥିଲା। ଏହି ଦ୍ୱିତୀୟ ଶାବକକୁ ଗ୍ରହଣ କରିବା ସମୟରେ ମା ଜୟଶ୍ରୀ ଛୁଆ ଉପରେ ପଡିଯାଇଥିଲା। ଫଳରେ ଶାବକଟି ଗୁରୁତର ଆହତ ହୋଇଥିଲା। ବନ୍ୟପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ତାକୁ ମାପାଖରୁ ଉଦ୍ଧାର କରାଯାଇଥିଲା ହେଲେ ସେତେବେଳକୁ ଶାବକର ମୃତ୍ୟ ଘଟି ସାରିଥିଲ। ସନ୍ଧ୍ୟା ପ୍ରାୟ ୪.୫୫ସମୟରେ ଅନ୍ୟ ଏକ ଶାବକକୁ ଜନ୍ମ ଦେଇଥିଲା ଜୟଶ୍ରୀ। ହେଲେ କିଛି ସମୟପରେ ନିଜ ଜନ୍ମକଲା ଛୁଆକୁ ଖାଇ ଦେଇଥିଲା। କେବଳ ପ୍ରଥମ ଜନ୍ମିତ ଶାବକଟି ଜୀବିତ ରହିଛି। ମୃତଶାବକର ବ୍ୟବଚ୍ଛେଦ କରାଯାଇ ତାକୁ ମାଟିରେ ପୋତି ଦିଆଯିବ। ଉଭୟ ମା ଓ ଶାବକ ସୁସ୍ଥ ରହିଛନ୍ତି।
ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଏହି ଜୀବିତଶାବକକୁ ମିଶାଇ ବାଘସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ଅଣ୍ଡିରା ବାଘସଂଖ୍ୟା ୧୮ ଥିବାବେଳେ ୧୧ଟି ବାଘୁଣୀ ରହିଥିବାର ନନ୍ଦନ କାନନ ଉପ-ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.