ମାର୍ଚ୍ଚମାସ ୧୭ତାରିଖ ୨୦୨୬ମସିହା (ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷ,
ତିଥି- ତ୍ରୟୋଦଶୀ ଦିବା ଘ୦୯/୩୨ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଧନିଷ୍ଟା ଦିବା ଘ୦୭/୧୦ଗତେ ଶତଭିଶା,ସୁର୍ୟୋଦୟ-ପ୍ରାତଃଘ୦୫/୫୮/୦୫,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୪/୧୭,ଯୋଗିନୀ ଦକ୍ଷିଣେଦିବା ଘ୦୯/୩୨ଗତେ ପଶ୍ଚିମେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୧/୨୦ଗତେ ଘ୦୨/୫୨ମଧ୍ୟେ,ବାରବେଳା-ଦିବା ଘ୦୭/୨୫ଗତେ ଘ୦୮/୫୬ମଧ୍ୟେ,
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୮/୫୭ଗତେ ଘ୧୦/୪୫ମଧ୍ୟେ ଓ ଘ୦୩/୩୫ ଗତେ ଘ୦୫/୧୦ମଧ୍ୟେ ଓ ରାତ୍ରି ଘ୦୭/୨୦ଗତେ ଘ୦୯/୪୫ମଧ୍ୟେ,
ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ବିରିଭକ୍ଷଣ ନିଷେଧ।
ମେଷ:-ଆଜି ସକାଳୁସକାଳୁ ଦେବଦର୍ଶନର ସୁଯୋଗମିଳିବ।ଦାମ୍ପତ୍ୟଜୀବନ ପୂର୍ବ ଅପେକ୍ଷା ଅଧିକ ଭଲହେବ ଯେଉଁକାମ କରିବେ,ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତିକରିବା ଲାଗି ଅସଫଳପ୍ରୟାସ କରିବେ।
ବୃଷ:-ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ।ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସରମିଳିବ।ବ୍ୟବସାୟଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳିକାମ ହେବ ଯାହାଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ:- ଅଚାନକ କୌଣସି କଥାକୁନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବାକରନ୍ତୁ,କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ବ୍ୟବସାୟର ସଉଦା ହାତରେ ଲାଗିପାରେ।
କର୍କଟ:- ଭାଗ୍ୟ ବଦଳାଇବାପାଇଁ ଶୁଭ ସମୟ।ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେଥିବା ବ୍ୟକ୍ତିଙ୍କୁ ଭଲଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ।ପ୍ରେମରେ ସଫଳତା ମିଳିବ।
ସି˚ହ:-ମନରେ ଦ୍ବନ୍ଦ୍ବରହିବ କିନ୍ତୁ ବ୍ୟବହାର ମଧୁରରହିବ।କୌଣସି ସମସ୍ୟାର ସମାଧାନ ଲାଗି ଦିନଟିଭଲ।ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେବେ।ମହିଳାମାନେ ଜରୁରୀଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା:-ଆଜି ଆପଣଙ୍କମନ ଅଶାନ୍ତିରହିବା ସହ ଭାବନା ରଚନାତ୍ମକରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁରହେବ।କୌଣସି କମ୍ପାନୀରେ ଚାକିରିର ସୁଯୋଗ ମିଳିପାରେ।ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ତୁଳା:-ନୂଆ ଆହ୍ବାନର ସାମନାକରିବେ।କୌଣସି କାମ ତରବରିଆଭାବେ କରନ୍ତୁ ନାହିଁ;ଅସୁବିଧାର ସମ୍ମୁଖୀନହେବେ।ବ୍ୟବସାୟୀମାନେ ବଡ଼ଡିଲ୍ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।ଘରକୁ ଅତିଥି ଆସିବେ।
ବିଛା:-ଦିନଟି ଆପଣଙ୍କଲାଗି ଅନୁକୂଳ ରହିବ।ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନହେବ।ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କସହିତ ଯୋଗାଯୋଗ ହୋଇପାରେ।
ଧନୁ:-ସାବଧାନର ସହ କାମକରନ୍ତୁ,ଲାଭ ପାଇବେ।ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ।କୌଣସି ନୂଆଲୋକଙ୍କସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସିକାମ ପୂରା ହୋଇପାରେ।
ମକର:- ପୂରାଦିନ ଆପଣଙ୍କମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେରେ ସଫଳତା ମିଳିବ।
କୁମ୍ଭ:- ଦିନଟି ଆପଣଙ୍କ ଲାଗିଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ।ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କଠାରୁ ଖୁସି ପାଇବେ।
ମୀନ:-ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ।ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାରସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକଲାଭ ହେବ।ପ୍ରେମସମ୍ପର୍କରେ ମଧୂରତାସହ ସିକୃତି ମିଳିପାରେ।।

ମାନନ୍ତୁ ବାସ୍ତୁନିୟମ,ମାଙ୍କ କୃପାରେ ହେବନାହିଁ ଅନ୍ନ ଓ ଧନର ଅସୁବିଧା…..
ଏହି ସଂସାରରେ ସମସ୍ତେ ଚାହାନ୍ତି କି ସେମାନଙ୍କ ଜୀବନରେ କେବେ ବି ଧନ ଓ ଅନ୍ନର ଅସୁବିଧା ନହେଉ । ଏଥିପାଇଁ ବ୍ୟକ୍ତି ଦିନରାତି ପରିଶ୍ରମ ବି କରିଥାଏ । କିନ୍ତୁ ବିନାକାରଣରେ ବେଳେବେଳେ ମନୁଷ୍ୟକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର କାରଣ ଆପଣଙ୍କ ଘରର ବାସ୍ତୁଦୋଷ ବି ହୋଇପାରେ ।ସେଥିପାଇଁ ଯଦି ଆପଣ ବାସ୍ତୁ ଅନୁସାରେ କୁହାଯାଇଥିବା ଏହି କଥା ଗୁଡିକପ୍ରତି ଧ୍ୟାନ ଦେବେ ତେବେ ଏହାଦ୍ଵାରା ଆପଣଙ୍କ ଜୀବନରେ କେବେ ବି ଅନ୍ନର ଅସୁବିଧା ହେବନାହିଁ ।ଆଜି ବାସ୍ତୁର ନିୟମ ଆଧାରରେ ମାତା ଅନ୍ନପୂର୍ଣ୍ଣାଙ୍କର ଆଶୀର୍ବାଦ କିପରି ପ୍ରାପ୍ତ କରିହେବ ଜାଣିବା
ଆମ ଘରର ସବୁଠୁ ମହତ୍ଵପୂର୍ଣ୍ଣ ଅଂଶ ରୋଷେଇ ଘର ହୋଇଥାଏ । ସେଥିପାଇଁ ରୋଷେଇ ଘରର ବାସ୍ତୁ ପ୍ରତି ଧ୍ୟାନ ରଖିବା ଜରୁରୀ ଅଟେ । ନିଜ ରୋଷେଇ ଘରେ ପାଣିକୁ ଆଗ୍ନେୟ କୋଣରେ ଭୁଲରେ ବି ରଖନ୍ତୁନାହିଁ । ଯେଉଁବ୍ୟକ୍ତି ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରୁଛି ତାହାର ଠିକ ପଛରେ କବାଟ ରହିବା ଉଚିତ ନୁହେଁ । ଯଦି ଏମିତି ଅଛି ତେବେ ବ୍ୟକ୍ତି ଅଳ୍ପ ଏପଟ ସେପଟ ହୋଇ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ।
ରୋଷେଇ ଘରେ କୌଣସି ଭଗବାନ ଙ୍କର ଫଟୋ କିମ୍ବା ମୂର୍ତ୍ତି ରଖନ୍ତୁନାହିଁ ।
ରୋଷେଇ ଘର ଝରକାକୁ ସବୁବେଳେ ପୂର୍ବ ଦିଗରେ ହିଁ ବନାନ୍ତୁ । ରୋଷେଇ ଘରେ ଭୋଜନ ତିଆରି କରିବା ପରେ କିଛି ଭୋଜନ ଭଗବାନଙ୍କ ନାମରେ ବି ଅର୍ପଣ କରନ୍ତୁ ।
ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘର କେବେ ବି ବାଥରୁମ ସାମ୍ନାରେ ରହିବା ଉଚିତ ନୁହେଁ । ଯଦି ରୋଷେଇ ଘର ଏହିଭଳି ସ୍ଥିତିରେ ଅଛି ତେବେ ବାଥରୁମ କବାଟ ସବୁବେଳେ ବନ୍ଦ ରଖନ୍ତୁ ।
ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ଵାର ପାଖରେ କିମ୍ବା ସାମ୍ନାରେ ରୋଷେଇଘର କରନ୍ତୁନାହିଁ । ଯଦି ଏହିଭଳିଥାଏ ତେବେ ଏହି କାରଣରୁ ଘରର ସଦସ୍ୟମାନଙ୍କ ମଧ୍ୟରେ ଝଗଡା ବଢିଥାଏ ।
ଘରର ରୋଷେଇଘରେ କୌଣସି ବି ଏମିତି ଇଲେକ୍ତ୍ରୋନିକ ଜିନିଷ ରଖନ୍ତୁ ନାହିଁ ଯାହା କାହାର ବି କାମରେ ଆସୁ ନ ଥିବ, ଏହାର ପ୍ରଭାବ ଭବିଷ୍ୟତ ଉପରେ ପଡିଥାଏ ।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।
ଆଜିର ରାଶିଫଳ
ମାନନ୍ତୁ ବାସ୍ତୁନିୟମ,ମାଙ୍କ କୃପାରେ ହେବନାହିଁ ଅନ୍ନ ଓ ଧନର ଅସୁବିଧା.....
Prev Post
Next Post
