କଟକ,୬।୧୦(ଏସଏସନିଉଜ) ବାରଙ୍ଗ ତହସିଲ ଅଞ୍ଚଳରେ ବେଆଇନ ବାଲି ଚାଲାଣ ବିରୁଦ୍ଧରେ ପ୍ରଶାସନର ଚଢ଼ାଉ ଜାରି ରହିଛି। ମଙ୍ଗଳବାର ଦିନ ବାରଙ୍ଗ ତହସିଲଦାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଦୁଇଟି ବେଆଇନ ବାଲି ବୋଝେଇ ହାଇୱା ଗାଡ଼ିକୁ ଜବତ କରାଯାଇଛି।ଜବତ ହୋଇଥିବା ଗାଡ଼ି ଦୁଇଟିର ନମ୍ବର ହେଉଛି ଓଡି ୦୨ ଏଯେ ୯୬୦୯ ଏବଂ ଓଡି ୦୨ ବିବି ୧୦୩୩ ବୋଲି ଜଣାପଡିଛି। ବିନା ବୈଧ କାଗଜପତ୍ରରେ ବାଲି ପରିବହନ କରୁଥିବା ବେଳେ ତହସିଲଦାରଡ.ତୁଷାର ଜ୍ୟୋତିରଞ୍ଜନଙ୍କ ହାତରେ ଧରାପଡିଥିଲେ।
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ତହସିଲଦାର ସୂଚନା ପାଇ ନରଣପୁର ଛକ ନିକଟରେ ଜଗି ରହିଥିଲେ। ସେହି ରାସ୍ତାରେ ସନ୍ଦେହଜନକ ଭାବେ ଯାଉଥିବା ଦୁଇଟି ହାଇୱାକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ି ଚାଳକ ବାଲି ପରିବହନ ସମ୍ପର୍କିତ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ।ପରେ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ପାଇଁ ବାରଙ୍ଗ ଥାନା ଜିମାରେ ଦିଆଯାଇଛି।
Prev Post
Next Post
