ଜଳିଗଲା ଟୁଙ୍ଗି ଘର

ଭୁବନେଶ୍ୱର,୪।୧୦(ଏସଏସନିଉଜ)ରବିବାର ରାତିରେ ନନ୍ଦନକାନନ ଥାନା ଅଧୀନସ୍ଥ କଣ୍ଟଉଣିଆ ଗ୍ରାମ ମୁଣ୍ଡରେ ଥିବା ଏକ ଟୁଙ୍ଗି ଘର ନିଆ ଲାଗି ଜଳିଯାଇଛି।ଗ୍ରାମ ମୁଣ୍ଡରେ ଏକ ଚାଳ ଘରକୁ ଗ୍ରାମବାସୀ ମାନେ ଟୁଙ୍ଗି ଘର କରି ଭଜନ କୀର୍ତ୍ତନ କରନ୍ତି।ସବୁଦିନ ଭଳି ରବିବାର ସଂଧ୍ୟାରେ ସହଦେବ ପରିଡା ଓ ତାଙ୍କ ସହଯୋଗୀମାନେ ଟୁଙ୍ଗି ଘରେ ଦୀପ ଲଗାଇ ଭଜନ କୀର୍ତ୍ତନ କରିଥିଲେ।ରାତି ୮ଟା ପାଖାପାଖି ଭଜନ ସାରି ଟୁଙ୍ଗିଘର ବନ୍ଦ କରି ଘରକୁ ଆସିଥିଲେ ।ରାତି ସାଢ଼େ ୮ଟା ସୁଦ୍ଧା ହଠାତ୍ ଟୁଙ୍ଗିଘର ଚାଳ ଉପରେ ନିଆ ଲାଗିଥିବାର ପଡୋଶୀ ଲୋକ ଦେଖିବାକୁ ପାଇଥିଲେ ।ଡାକ ଶୁଣି ଗ୍ରାମବାସୀମାନେ ଏକାଠି ହୋଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।ଖବର ପାଇ ଚନ୍ଦ୍ରଶେଖରପୁରରୁ ଏକ ଦମକଳ ଗାଡ଼ି ଆସି ନିଆକୁ ଆୟତ କରିଥିଲେ।ତେବେ ଦୀପ ନିଆ ଚାଳ
ଉପରକୁ କିପରି ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

- Advertisement -

Leave A Reply

Your email address will not be published.