ବ୍ରାଉନସୁଗାର ବିକି ଧରାହେଲେ ଯୁବକ

ଜଟଣୀ,୪ା୮(ଏସଏସନିଉଜ)ଜଟଣୀଥାନାର ଏସ.ଆଇ ଅରୂପାନନ୍ଦ ନାୟକଙ୍କ ରିପୋର୍ଟ ଆଧାରରେ୩୫୨/୨୫କଶେନଂରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ, ଅଭିଯୁକ୍ତ ରାଜାବଜାରର ଗୋପାଳକୃଷ୍ଣ ଗୌଡା ଓରଫ ଟୁକୁନାଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ସୋମବାର ସକାଳ ପ୍ରାୟ ୦୭:୩୦ ସମୟରେ, ଅଭିଯୁକ୍ତ ଟୁକୁନା, ହରିଭାଇନାଛକ ବସଷ୍ଟାଣ୍ଡ ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବାର ବିଶ୍ୱସ୍ତ ସୂଚନାମିଳିଥିଲା। ଏସଆଇ ଶ୍ରୀନାୟକଙ୍କ ନେତୃତ୍ୱରେ ଏକ ପୋଲିସଟୀମ୍ ଗଠନ କରାଯାଇଥିଲା ଏବଂ ପ୍ରାୟ ୦୮:୧୦ ସମୟରେ ବ୍ରାଉନସୁଗାର ବିକ୍ରୟ ଘଟଣାରେ ଅଭିଯୁକ୍ତକୁ ଚିହ୍ନଟକରି ଗିରଫ କରିଥିଲେ । ଅଭିଯୁକ୍ତଙ୍କର ବ୍ୟକ୍ତିଗତ ତଲାସି ସମୟରେ ତାଙ୍କ ପ୍ୟାଣ୍ଟପକେଟରୁ ସନ୍ଦିଗ୍ଧ ବ୍ରାଉନସୁଗାର ଥିବା ଏକ ଧଳାପଲିଥିନ୍ ଉଦ୍ଧାର କରାଯାଇଥିଲା। ପଚରାଉଚରାରୁ ଅଭିଯୁକ୍ତ ବେଆଇନ ବ୍ରାଉନସୁଗାର ବିକ୍ରୟ କରୁଥିବା ନେଇ ନିଜର ଅପରାଧ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

 

- Advertisement -

Leave A Reply

Your email address will not be published.