ଯନ୍ତ୍ରୀଙ୍କର ୩୪ ପ୍ଲଟ୍‌!

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ସୁକତେଲ୍ ମୁଖ୍ୟ ନିର୍ମାଣଯନ୍ତ୍ରୀ ସୁନିଲ ରାଉତଙ୍କର ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଲୋୟର ସୁକତେଲପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।ଏକକାଳୀନ ୯ଟି ଜାଗା ଭୁବନେଶ୍ବର ନୀଳାଦ୍ରିବିହାରର ୩ ମହଲାଘର, ପୁରୀର ୨ଟି ଫ୍ଲାଟ,କଟକସ୍ଥିତ ପୈତୃକଘର,ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର,ଅନୁଗୁଳରେ ଥିବା ସୁନୀଲଙ୍କ ପୁଅଙ୍କ ଘର, ବଲାଙ୍ଗିର ବାସଭବନ ଓ ଅଫିସରେ ଚଢ଼ାଉ ଜାରି ରହିଛି।ଚଢ଼ାଉରେ ୨ ଅତିରିକ୍ତ ଏସ୍‌ପି, ୮ DSP, ୬ ଇନ୍‌ସ୍ପେକ୍ଟର, ୧୦ ASI ସାମିଲ ହୋଇଛନ୍ତି।ଭୁବନେଶ୍ବର, ପୁରୀ, ଢ଼େଙ୍କାନାଳରେ ୩୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ।୨ଟିଟ୍ରକ୍‌, ୨ଟିଚାରିଚକିଆ ଯାନ,୪ ବାଇକ୍ ସହ ୧୭୬ ଗ୍ରାମ ସୁନା, ୨ ଲକ୍ଷ ୩୪ ହଜାର ଟଙ୍କା ଏଯାବତଚଢ଼ାଉ ବେଳେ ମିଳିଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.