ସୁଧ ବେପାରୀଙ୍କୁ ଧରିଲା ପୋଲିସ

ଗଞ୍ଜାମ,୨୭।୬(ଏସଏସନିଉଜ)ଆସିକା ପୋଲିସ ଦ୍ଵାରା ଜଣେ ସୁଧ ବେପାରି ଗିରଫ ହୋଇଥିବାର ଜଣାପଡିଛି । ଗିରଫ ହୋଇଥିବା ସୁଧ ବେପାରି ଜଣକ ଲକ୍ଷ୍ମଣ ପାଣି ବୋଲି ଜଣାପଡିଥିବା ବେଳେ ତା ଘର ମାମୁଁଡିହ ଗ୍ରାମରେ ବୋଲି ଜଣାପଡିଛି । ସୁଧ ବେପାରି ଲକ୍ଷ୍ମଣ ପାଣି ଗଲା ଅନେକ ବର୍ଷ ହେବ ନିଜ ଅଂଚଳରେ ଲୋକ ମାନଙ୍କୁ କମ ଟଙ୍କା ଦେଇ ଅଧିକ ସୁଧ ଅ।ଦାୟ କରୁଥିଲା । ଏଥିସହ ଲୋକଙ୍କ ଘର ଜମିବାଡି , ଗାଡି ଓ ମୋବାଇଲ ଫୋନ ବନ୍ଧକ ରଖି ହଇରାଣ କରୁଥିଲା । ଏ ନେଇ ପୋଲିସ ପାଖରେ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗିରଫ ହୋଇଥିବା ସୁଧ ବେପାରି ଲକ୍ଷ୍ମଣ ପାଣି ଠାରୁ ୧୭ ଟି ମୋଟର ସାଇକେଲ, ୧୮ ଟି ମୋବାଇଲ ଫୋନ, ୩୧ ହଜାର ଟଙ୍କା, ୨୫ ଟି ଡ୍ରାଇଭିଙ୍ଗ ଲାଇସେନ୍ସ, ୧୦ ଏଟିଏମ କାର୍ଡ ସହ ଗୋଟେ ଡାଏରୀ ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

- Advertisement -

Leave A Reply

Your email address will not be published.