୦୯-ଜୁଲାଇ-୨୦୨୦ ଗୁରୁବାର , ଆଜି ଦିନର ସବିସ୍ତୃତ ଭାବରେ ଗୁରୁତ୍ୱପୂର୍ଣ୍ଣ ଖବର

0 248

୧➡ ଜୁଲାଇ ୧୧ ଓ ୧୩ରେ ସିବିଏସଇ ରେଜଲଟ୍, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶ୍ବସ୍ତି-ନୂଆଦିଲ୍ଲୀ, ଜୁଲାଇ ୧୧ ଓ ୧୩ ତାରିଖରେ ସିବିଏସଇ ରେଜଲଟ୍ ପ୍ରକାଶ ପାଇବ। ଜୁଲାଇ ୧୧ ତାରିଖରେ ପ୍ରକାଶ ପାଇବ ଦ୍ବାଦଶ ରେଜଲ୍ଟ। ଏହାର ଦୁଇ ଦିନ ପରେ ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ ଦଶମ ଶ୍ରେଣୀ ରେଜଲ୍ଟ। ରେଜଲ୍ଟ ପ୍ରକାଶ ତାରିଖ ଦିନ ଧାର‌୍ୟ୍ୟ ନେଇ ସିବିଏସଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ସମସ୍ତ ପରୀକ୍ଷା ଫଳ ସିବିଏସଇ ୱେବସାଇଟରେ ଦିନ ୪ଟାରେ ପ୍ରକାଶ ପାଇବ।
୨➡ଅଗଷ୍ଟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି, ୩୦ ପ୍ରତିଶତରୁ ଅଧିକ କମିପାରେ ସିଲାବସ୍-ଅଗଷ୍ଟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବ। ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢ଼ାଯିବ ତାହା ସ୍ଥିର କରାଯିବ। ଆବଶ୍ୟକ ହେଲେ ୩୦ ପ୍ରତିଶତରୁ ଅଧିକ ପାଠ୍ୟକ୍ରମ ହ୍ରାସ ପାଇପାରେ ବୋଲି ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
୩➡ଗ୍ୟାଙ୍ଗଷ୍ଟାରର ଖେଳ ଖତମ୍ : ମହାକାଳଙ୍କ ଦର୍ଶନ କରିବାକୁ ଆସି ମଧ୍ୟପ୍ରଦେଶ ପୋଲିସ ହାବୁଡ଼ରେ ପଡିଲା ମୋଷ୍ଟୱାଣ୍ଟେଡ୍ ବିକାଶ ଦୁବେ । ଗତ ସପ୍ତାହରେ ଉତ୍ତରପ୍ରଦେଶର କାନପୁରରେ ୮ ଜଣ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ଅତି ନୃସଂସ ଭାବେ ଘେରାଉ କରି ମାରିଥିବା କୁଖ୍ୟାତ ଅପରାଧି ବିକାଶ ଦୁବେ ହେଲା ଗିରଫ । କିଛି ଦିନ ଧରି ୟୁପି ପୋଲିସ୍ ସଙ୍ଗେ ଛକାପଞ୍ଝା ଖେଳିବା ପରେ ଏବେ ଗ୍ୟାଙ୍ଗଷ୍ଟାରର ଖେଳ ଖତମ୍ । ଉଜ୍ଜେନର ମହାକାଳ ମନ୍ଦିରରେ ଦର୍ଶନ କରିବାକୁ ଯାଇଥିଲା ଗ୍ୟାଙ୍ଗଷ୍ଟାର୍ । ବିକାଶକୁ ଚିହ୍ନି ପୋଲିସକୁ ଖବର ଦେଇଥିଲା ମନ୍ଦିରର ଗାର୍ଡ଼ । ଏହାପରେ ମୋଷ୍ଟୱାଣ୍ଟେଡକୁ ଗିରଫ କରିଥିଲା ପୋଲିସ୍ । କାନପୁରର ଚୌବେପୁରରେ ୮ ଜଣ ପୋଲିସକୁ ମାରି ଫେରାର୍ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟାର୍ । ପ୍ରଥମେ ଦିଲ୍ଲୀ-ଏନସିଆର୍ ଏବଂ ପରେ ମଧ୍ୟପ୍ରଦେଶର ଉଜ୍ଜେନରେ ଯାଇ ଲୁଚିଥିଲା କୁଖ୍ୟାତ ଅପରାଧି । ହେଲେ ଆଜି ମହାକାଳଙ୍କ ଦର୍ଶନ କରିବାକୁ ଆସି ମଧ୍ୟପ୍ରଦେଶ ପୋଲିସ ହାବୁଡ଼ରେ ପଡିଗଲା ମୋଷ୍ଟୱାଣ୍ଟେଡ୍ । ଅନ୍ୟପକ୍ଷରେ ଗୁରୁବାର ପୋଲିସ୍ ବିକାଶ ଦୁବେର ୨ ଜଣ ସାଥିଙ୍କ ଏନକାଉଣ୍ଟର କରିଥିବା ଖବର ଆସିଛି ।
୪➡କମିଲା ଟିକସ, ଶସ୍ତା ହେଲା ମଦ-ଭୁବନେଶ୍ୱର: କୋଭିଡ୍ ମହାମାରୀ ଭିତରେ ଆସନ୍ତାକାଲିଠୁ ରାଜ୍ୟରେ ଶସ୍ତା ହେବ ମଦ। ଅର୍ଥାତ ମଦର ଗଜଚ ଉପରେ ସ୍ପେଶାଲ କୋଭିଡ୍ ଫିକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର। ଏଣିକି MRP ଉପରେ ୫୦ ପ୍ରତିଶତ ନୁହେଁ, ବରଂ ୧୫ ପ୍ରତିଶତ ଟିକସ ଲାଗିବ। FMFL/IMFL/ବିଅର/ଓ୍ୱାଇନ୍/RTD ବ୍ରାଣ୍ଡ ଉପରେ ୧୫ ପ୍ରତିଶତ ଟିକସ ଲାଗିବ
୫➡CORONAVIRUS UPDATE: ରାଜ୍ୟରେ ୧୧ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା-ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ପୁଣି ୫୭୭ ପୁଣି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାରକୁ ଟପିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬ କ୍ୱାରାଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ୧୬୧ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୨ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମରେ ୨୬୦, ସୁନ୍ଦରଗଡ଼ରେ ୮୩, ଖୋର୍ଦ୍ଧାର ୫୬ ଓ କେନ୍ଦୁଝରର ୪୮ଜଣ ରହିଛନ୍ତି। ସେହିପରି ଅନୁଗୋଳ ୭, ବାଲେଶ୍ୱର ୩୦, ଭଦ୍ରକ ୨, ବୌଦ୍ଧ ୫, କଟକ ୧୪, ଢ଼େଙ୍କାନାଳ ୪, ଗଜପତି ୧୭, ଜଗତସିଂହପୁର ୭, ଯାଜପୁର ୯, ଝାରସୁଗୁଡା ୧, କନ୍ଧମାଳ ୧, କେନ୍ଦ୍ରପଡ଼ା ୩, କୋରାପୁଟ ୬, ମାଲକାନଗିରି ୧, ମୟୁରଭଞ୍ଜ ୧୪, ନୟାଗଡ଼ ୧, ପୁରୀ ୫ ଓ ସମ୍ବଲପୁରର ୩ଜଣ ଆକ୍ରାନ୍ତ ରହିଛନ୍ତି। ସୂଚନାଯୋଗ୍ୟ, ନୂଆ ପଜିଟଭ୍ଙ୍କୁ ମିଶାଇ ରାଜ୍ୟରେ ଏପର‌୍ୟ୍ୟନ୍ତ କରୋନା ଆକ୍ରାନ୍ତଙ୍କ ୧୧୨୦୧ରେ ପହଞ୍ଚିଛି। ସେଥିମଧ୍ୟରୁ ୪୧୨୮ଜଣ ଚିକିତ୍ସିତ ହେଉଥିବା ବେଳେ ୭୦୦୬ ସୁସ୍ଥ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
୬➡ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ, ଆରୋଗ୍ୟଙ୍କ ସଂଖ୍ୟା ୭୪୦୭କୁ ବୃଦ୍ଧି-ଭୁବନେଶ୍ବର : ଗୁରୁବାର ରାଜ୍ୟରେ ରେକର୍ଡ ସଂଖ୍ୟକ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଆଜି ଗଞାମ ଜିଲ୍ଲାରୁ ସର୍ବାଧିକ ୧୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୬୭, କଟକରୁ ୪୨, ଯାଜପୁରରୁ ୩୨, ଦେବଗଡରୁ ୧୯ ଓ କୋରାପୁଟରୁ ୧୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଅନ୍ୟପକ୍ଷରେ ଖୋର୍ଦ୍ଧାରୁ ୧୫, ବରଗଡ ଓ ଭଦ୍ରକରୁ ୧୪ଜଣ ଲେଖାଏଁ, ବାଲେଶ୍ବରରୁ ୧୨, କେନ୍ଦୁଝର ଓ ମାଲକାନଗିରିରୁ ୧୦ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଜଗତସିଂହପୁରରୁ ୯, ଝାରସୁଗୁଡା ଓ ମୟୁରଭଞ୍ଜରୁ ୭ଜଣ ଲେଖାଏଁ, କନ୍ଧମାଳରୁ ୬ ଜଣ, ନୟାଗଡ ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ନବରଙ୍ଗପୁରରୁ ୪, କେନ୍ଦ୍ରାପଡାରୁ ୩ ଓ ଢେଙ୍କନାଳରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
୭➡ଆଣ୍ଡ୍ରଏଡ୍ ଫୋନ୍ରେ ପରୀକ୍ଷା ଦେବେ ଡିପ୍ଲୋମା ଛାତ୍ରୀଛାତ୍ର-ଭୁବନେଶ୍ୱର: ଆଣ୍ଡ୍ରଏଡ ଫୋନ୍ରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରୀଛାତ୍ର। ଲାପ୍ଟପ୍ କିମ୍ବା ଡେସ୍କଟପ୍ ନ ଥିବା ପିଲା ସ୍ମାର୍ଟ ଫୋନ୍ରେ ପରୀକ୍ଷା ଦେବେ। ଘରେ ରହି ପିଲା ପରୀକ୍ଷା ଦେବାକୁ ଗୁରୁବାର ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଅଗଷ୍ଟ ୧ ରୁ୨୦ ତାରିଖ ଯାଏ ହେବ ପରୀକ୍ଷା। ୭ ଦିନରେ ରେଜଲ୍ଟ ବାହାରିବ। ଚଳିତ ବର୍ଷ ପ୍ରାୟ ୨୫ହଜାର ଛାତ୍ରୀଛାତ୍ର ଡିପ୍ଲୋମା ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି।
୮➡୨ ଦିନ ପାଇଁ ସମ୍ବଲପୁର ଜିଲ୍ଲା ସଟଡାଉନ୍-ସମ୍ବଲପୁର: ସମ୍ବଲପୁର ଜିଲ୍ଲା ୨ଦିନ ପାଇଁ ସଟ୍ଡାଉନ୍ ରହିବ ବୋଲି ଗୁରୁବାର ଜିଲ୍ଲାପାଳ ଶୁଭମ୍ ସକସେନା ସୂଚନା ଦେଇଛନ୍ତି। ସ୍ଥାନୀୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ୧୧ ଓ ୧୨ ତାରିଖ ଦୁଇଦିନ ପାଇଁ ସମ୍ବଲପୁର ଜିଲ୍ଲାକୁ ସଟଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଜିଲ୍ଲାର ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
୯➡ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ଗିରଫ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କଲା ମହିଳା ଥାନା ପୁଲିସ, କରାଯିବ କୋର୍ଟ ଚାଲାଣ । ଦଫା ୩୫୪, ଆଇଟି ଆକ୍ଟ ବଳରେ ଗିରଫ: ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ଗିରଫ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବିଭୁପ୍ରସାଦଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ । କିଛି ସମୟ ମଧ୍ୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଯୁବତୀଙ୍କ ଅଭିଯୋଗ ଆଧାରରେ ଦୀର୍ଘ ସମୟ ଧରି ପଚରାଉଚରା ପରେ ଦଫା ୩୫୪, ଆଇଟି ଆକ୍ଟ ବଳରେ ତାଙ୍କୁ ଗିରଫ କରାଯାଇଛି ।
୧୦➡ଫେସବୁକ ଓ ଇନଷ୍ଟାଗ୍ରାମ ସମେତ ୮୯ଟି ଆପ୍ ଡିଲିଟ୍ କରିବାକୁ ଯବାନଙ୍କୁ ନିର୍ଦେଶ ଦେଲା ଭାରତୀୟ ସେନା-ନୂଆଦିଲ୍ଲୀ: ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ୮୯ଟି ଆପକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍ କରିବେ, ସେନେଇ ସେନା ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ଏହି ଆପ୍ଗୁଡ଼ିକ ଦ୍ୱାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରୁଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସେନା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ କାର‌୍ୟ୍ୟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହ କରାଯିବାର ଚେତାବନୀ ଦିଆଯାଇଛି। ଏହି ୮୯ଟି ଆପ୍ ମଧ୍ୟରେ ଚାଇନାର ଟିକଟକ ସହ ୫୯ଟି ଆପ ରହିଛି।
୧୧ ➡ମିଜୋରାମରେ ୪.୬ ତୀବ୍ରତାରେ ଭୂକମ୍ପ ଅନୁଭୂତ : ଗୋଟିଏ ମାସରେ ୮ ଥର-ଆଇଜୋଲ : ମିଜୋରାମ ଚମ୍ପାଇ ଜିଲ୍ଲାରେ ଗୁରୁବାର ଦିନ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।ରକ୍ତର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ଥିଲା । ଗତ ୪ ସପ୍ତାହ ମଧ୍ୟରେ ରାଜ୍ୟରେ ୮ଥର ଭୂକମ୍ପ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ଅନୁସାରେ ଭୂକମ୍ପ ପ୍ରାୟ ସାଢେ ୨ଟା ସମୟରେ ହୋଇଥିଲା ।ଚମ୍ପାଇର ୨୩ କିମି ଦକ୍ଷିଣ-ପଶ୍ଚିମରେ ଭୂକମ୍ପ ହୋଇଥିଲା । ଏହା ପୂର୍ବରୁ ରବିବାର ଦିନ ୪.୬ ତୀବ୍ରତାରେ ଭୂକମ୍ପ ହୋଇଥିଲା ।ଭାରତ-ମିଆଁମାର ସୀମା ସ୍ଥିତ ଚମ୍ପାଇ ଜିଲ୍ଲାରେ ଜୁନ ୧୮ ତାରିଖ ପରଠାର ଏବେ ସୁଦ୍ଧା ୮ଥର ଭୂକମ୍ପ ଅନୁଭୂତ ହୋଇଛି ।
୧୨➡ପିଏମ କେୟାର ଫଣ୍ଡ ମାମଲା : ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର-ନୂଆଦିଲ୍ଲୀ : ପିଏମ କେୟାର ଫଣ୍ଡ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ଜାତୀୟ ତଥା ରାଜ୍ୟ ବିପର‌୍ୟ୍ୟୟ ମୁକାବିଲା ପାଣ୍ଠି ଭଳି ରିଲିଫ୍ ତଥା ସହାୟତା କାର‌୍ୟ୍ୟ ନିମନ୍ତେ ସ୍ବେଚ୍ଛାକୃତ ଦାନ ଗ୍ରହଣ କରୁଥିବା ଏକ ପାଣ୍ଠି କେବଳ ଗୁରୁତ୍ୱପୂର୍ଣ୍ଣ ଖବର
୧୩ ➡ସାଉଥହମ୍ପଟନ ଟେଷ୍ଟ : ଇଂଲାଣ୍ଡର ବ୍ୟାଟିଂ ବିପର‌୍ୟ୍ୟୟ, ୮୭ ରନରେ ହରାଇଲା ୫ଟି ୱିକେଟ-ଲଣ୍ଡନ : ଇଂଲାଣ୍ଡର ସାଉଥହମ୍ପଟନଠାରେ ଥିବା ରୋଜ ବାଉଲ ଷ୍ଟାଡିୟମଠାରେ ଗତ କାଲିଠାରୁ ଆରମ୍ଭ ହୋଇଥିବା ଇଂଲାଣ୍ଡ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟର ଆଜି ହେଉଛି ୨ୟ ଦିନ । ଶେଷ ଖବର ମିଳିବା ସୁଦ୍ଧା ଇଂଲାଣ୍ଡ ୫ ୱିକେଟ ହରାଇ ମାତ୍ର ୧୧୬ ରନ ସଂଗ୍ରହ କରିଛି ।
୧୪➡ଆଉ ପାଦେ ଆଗେଇଲା ଭାରତୀୟ ରେଳ-ନୂଆଦିଲ୍ଲୀ-ଦେଶରେ ରେଳ ସେବା ଆଉ ପାଦେ ଆଗକୁ ଯାଇଛି। ଏବେ ବିନା ଡିଜେଲ, ବିଦ୍ୟୁତରେ ଗଡ଼ିବ ଟ୍ରେନ। ଖବରଟି ଆଶ୍ଚର‌୍ୟ୍ୟ ଲାଗିଲେ ବି ସତ। ପ୍ରଥମେ କୋଇଲା, ପରେ ଡିଜେଲ ଆଉ ଏବେ ବିଦ୍ୟୁତରେ ଚାଲୁଛି ଟ୍ରେନ୍। ଏବେ କିନ୍ତୁ ବିନା ଡିଜେଲ ଏବଂ ବିଦ୍ୟୁତରେ ଟ୍ରେନ ଗଡ଼ିବ ବୋଲି ଜଣାପଡ଼ିଛି।ଭାରତୀୟ ରେଳ ବିଭାଗ ଏବେ ବ୍ୟାଟେରୀ ଚାଳିତ ଟ୍ରେନ୍ ଇଞ୍ଜିନ୍ ପ୍ରସ୍ତୁତ କରିଛି ଏବଂ ଏହାର ସଫଳ ପରୀକ୍ଷଣ ମଧ୍ୟ କରିସାରିଛି। ଅର୍ଥାତ୍ ଆଉ କିଛି ଦିନ ଭିତରେ ଟ୍ରାକରେ ଗଡ଼ିବ ବ୍ୟାଟେରୀ ଚାଳିତ ଟ୍ରେନ୍।

Leave A Reply

Your email address will not be published.