୧୨ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

0 204

ଭୁବନେଶ୍ୱର,୮/୨(ଏସଏସନିଉଜ) ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ୱର ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ସମେତ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି । ଏନେଇ ବିଏମସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଭିଡ-୧୯ ପ୍ରୋଟୋକଲକୁ ଅନୁସରଣ କରି ରାଜଧାନୀର ସମସ୍ତ ମନ୍ଦିର, ଧର୍ମାନୁଷ୍ଠାନ ଖୋଲିବ । ସାମାଜିକ ଦୂରତା ନିୟକୁ ପାଳନ କରି ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ଯେଉଁମାନେ କରୋନା ଟିକାର ଉଭୟ ଡୋଜ୍ ନେଇ ସାରିଥିବେ, ସେମାନେ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ କରିପାରିବେ। ଶ୍ରଦ୍ଧାଳୁମାନେ ସେମାନଙ୍କ ଫଟୋ ପରିଚୟପତ୍ର ସହ ସମ୍ପୂର୍ଣ୍ଣ ଟିକା ନେଇଥିବା ଟିକାକରଣର ସଫ୍ଟ କପି ଦେଖାଇବାକୁ ପଡିବ । ଶ୍ରୀଲିଙ୍ଗରାଜ ମନ୍ଦିରରେ ସିଂହଦ୍ୱାର ଠାରୁ ଆଡ କାଠ ପର‌୍ୟ୍ୟନ୍ତ ଏକକାଳୀନ ସର୍ବାଧିକ ୧୦୦ ଜଣ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ।

Leave A Reply

Your email address will not be published.