୧୩ରୁ ପୁଣି ବଢ଼ିବ ବର୍ଷା

0 211

ଭୁବନେଶ୍ୱର,୧୦/୮(ଏସଏସନିଉଜ) ୧୧ ତାରିଖରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ। କିନ୍ତୁ ୧୩ ତାରିଖ ଯାଏ ବର୍ଷା ଜାରି ରହିବ। ୧୩ରୁ ପୁଣିବର୍ଷା ବଢ଼ିବ ।ଏବେ ଅବପାତ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇସାରିଛି ।ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି । ୧୧ ଓ ୧୨ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମ୍ ରହିବାସହ ୧୩ରୁ ମୌସୁମୀ ପୁଣି ସକ୍ରିୟ ହେବ ଓ ବର୍ଷା ପରିମାଣ ବଢ଼ିବ ।ମହାନଦୀର ଉପର ମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ ଜଳସ୍ତର ବଢ଼ିବାର ସମ୍ଭାବନା ଦେଖାଦେଇଛି ।ତେବେ ୯ ଜିଲ୍ଲାକୁ ପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ପାଣିପାଗବିଭାଗ ପକ୍ଷରୁ କରାଯାଇଛି ।

Leave A Reply

Your email address will not be published.