୧୫ ମାସର ଶିଶୁକୁ ମାରି ବାପା ମା କଲେ ଆତ୍ମହତ୍ୟା

0 343

ଭୁବନେଶ୍ୱର,୨୮/୪(ଏସ ଏସ ନିଉଜ)୧୫ମାସର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ରଶି ଲଗାଇ ଆତ୍ମହତ୍ୟା କରୁଛନ୍ତି ବାପା ମାଆ ।ଏହିଭଳି ଚାଞ୍ଚଲ୍ୟକର ଘଟଣା ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବରରେ ଘଟିଛି ।ଏକ ଭଡା ଘରର ବେଡରୁମର ସ୍କାଏଲାଇଟରେ ଝୁଲନ୍ତା ଅବସ୍ଥାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।ମୃତକ ହେଲେ ତୁଷାର ରାଜେନ୍ଦ୍ର ଜଗତପ, ପତ୍ନୀ ନେହା ତୂଷାର‌ ଜଗତପ, ଶିଶୁ କନ୍ୟା ଶିବନ୍ୟା । ଏମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି ।ତୁଷାର ରହୁଥିବା ଭଡା ଘର ମାଲିକଙ୍କ କହିବା ମୁତାବକ ପାରିବାରିକ କାରଣରୁ ସେ ଅଶାନ୍ତି ରେ ରହୁଥିଲେ।
ଗତକାଲି ରାତି ୯ଟାରେ ତାଙ୍କୁ ଖାଇବା ଦେବାକୁ ଫୋନ କରିଥିଲେ ସୁଦ୍ଧା ପରିବାର ଲୋକେ ଫୋନ ଉଠାଇନଥିଲେ । ଫୋନ ନଉଠାଇବାରୁ ମାଲିକ ଆସି ଝୁଲନ୍ତା ଅବସ୍ଥାରେ ଦୁଇ ଦମ୍ପତିଙ୍କ ମୃତଦେହ ସ୍କାଏଲାଇଟରେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘରର କବାଟ ଭାଙ୍ଗି ମା ଓ ବାପାଙ୍କ ସହ ଶିଶୁ କନ୍ୟା ମୃତଦେହ ଜବତ କରିଥିଲା ।

Leave A Reply

Your email address will not be published.