୨୦୨୦ କେମିତି କଟିବ ଓ କେଊଁ ରାଶି କରିବ ଧନର ବର୍ଷା

0 356

ଉକ୍ତଳରତ୍ନ ପଣ୍ଡିତ ଡଃ ପ୍ରତାପ ପଣ୍ଡା ବାସ୍ତୁରତ୍ନ ଓ ଜ୍ୟୋତିଷଶାସ୍ତ୍ର ବିଷାରଦଙ୍କ ଗଣନା ଅନୁଯାୟୀ
ମେଷ-ବର୍ଷ ଆରମ୍ଭରୁ ବୃହସ୍ପତି ନବମଭାଗ୍ୟସ୍ଥାନରେ ଅବସ୍ଥିତକରୁଥିବାରୁ ଅତି ଶୁଭଫଳ ଦାୟକ ଅଟେ ।ଶନି ୧୦ମ ଭାବେ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ ।ବୃୃହଷ୍ପତି ଓ କେତୁ ୯ମ ଭାବରେ ଶୁଭଫଳ ପ୍ରଦାନ କରବେ । ବୃହଷ୍ପତି ଓ ଶନିଙ୍କ ପ୍ରଭାବରେ ଭାଗ୍ୟୋଦୟ ସମୟ ରହିଛି ।ମନରେ ଉସ୍ାହ,ବିଶ୍ୱାସ ବୃଦ୍ଧିପାଇବ, ବନ୍ଧୁ ଓ ପରିବାରର ସହଯୋଗ ମିଳିବା ସହ ଲମ୍ବାଯାତ୍ରାର ଯୋଗରହିଛି ।ବ୍ୟବସାୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ ।ପାରିବାରିକ ସୁଖ ଶାନ୍ତି ରହିଲେ ମଧ୍ୟ ନିଜଲୋକଙ୍କ ସହିତ ମନାନ୍ତର ଓ ମତାନ୍ତର ଦେଖାଦେଇପାରେ ।ସ୍ୱାସ୍ଥ୍ୟ ଉତମ ରହିବା ସହ ଆର୍ଥିକସ୍ଥିତି ସନ୍ତୋଷ ଜନକ ରହିବ ।ନୁତନକାର୍ଯ୍ୟରେ ଯୋଗଦାନ,ପ୍ରମୋସନ ହେବାର ଯୋଗ ଦେଖାଯାଏ ।ରାହୁଙ୍କର ସ୍ଥିତିପାଇଁ ମିଥ୍ୟାପ୍ରତିଶୃତି ଠାରୁ ଦୁରେଇରୁହନ୍ତୁ ।ଅନ୍ୟର ଅମଙ୍ଗଳ ଚିନ୍ତାକଲେ ନିଜର କ୍ଷତିହେବ ।ମହିଳାମାନେ ଜୁନ୍ମାସ ପର୍ଯ୍ୟନ୍ତ ପାରିବାରକ ସୈ।ଖ୍ୟଲାଭ କଲେ ମଧ୍ୟ ତାର ପରବର୍ତିସମୟରେ ଅନେକ ଗଡିଏ ଅଶୁଭ ଫଳ ଭୋଗ କରିବେ । ଚାକିରିଆମାନଙ୍କପାଇଁ ପ୍ରଥମାର୍ଦ୍ଦଟି ଶୁଭରହୁଥିଲେ ମଧ୍ୟ ଦ୍ୱିତିୟାର୍ଦ୍ଧଟି ସମସ୍ୟାବହୁଳ ରହିବ ।କର୍ମକ୍ଷେତ୍ରରେ କିଛିନାକିଛି ସମସ୍ୟା ଲାଗିକରିରହିବ ।ବିଦ୍ୟାର୍ଥୀମାନଙ୍କପାଇଁ ପ୍ରଥମଭାଗଟି ଶୁଭଫଳ ପ୍ରାପ୍ତିହେଲେ ମଧ୍ୟ ଦ୍ୱିତୀୟଭାଗରେ ବିଦ୍ୟା କ୍ଷେତ୍ରରେ ଅବନତି ଦେଖାଦେବ ।
ପ୍ରତିକାର- ପ୍ରତ୍ୟେହ ଗାୟତ୍ରୀମନ୍ତ୍ର ୧୦୮ଥର ଜପ କରନ୍ତୁ ।
ବୃଷ- ବର୍ଷ ଆରମ୍ଭରୁ ବୃହଷ୍ପତି ୮ମଭାବରେ,ଶନି୯ମ,ରାହୁ୨ୟ ଏବଂ କେତୁ୮ମ ଭାବରେ ରହିବେ ।ସମସ୍ତ ଗ୍ରହଚଳନ ଆପଣଙ୍କ ରାଶିପାଇଁ ଅଶୁଭଫଳ ପ୍ରଦାନ କରିବ ।ଫଳତଃ ଶାରରିକ ସମସ୍ୟା ଦେଖାଦେବ ।ପାରିବାରିକ ଅଶ।ନ୍ତି ,କଳହ ଲାଗିରହିବ ।ଦାମ୍ପତ୍ୟ ଜିବନରେ ମତପାର୍ଥକ୍ୟ ଦେଖାଦେବ ।ନିଜ ଲୋକଙ୍କ ସହ ଭୁଲ ବୁଝାମଣା,କର୍ମକ୍ଷେତ୍ର,ଆର୍ଥିକସ୍ଥିତି ସନ୍ତୋଷଜନକ ରହିବନାହିଁ ।ଅତଃ ମାନସିକ ଚାପରେ ଗତିକରିବାକୁ ପଡିବ ।ଅକ୍ଟୋବରମାସ ପର୍ଯ୍ୟନ୍ତ ସମସ୍ୟାବହୁଳ ରହିବ ।ବର୍ଷର ଦ୍ୱିତିୟାର୍ଦ୍ଧରେ କିଛିମାତ୍ରାରେ ଶୁଭଫଳ ଆଶାକରାଯାଇପାରେ ।ଶରୀରସୁସ୍ଥ ରହିବାସହ ଆର୍ଥିକ ଓ କର୍ମକ୍ଷେତ୍ରରେ ସଫଳତ ମିଳିବ ।ଭାଗ୍ୟୋନ୍ନତି ହେବାସହ ଗୃହରେ ମାଙ୍ଗଳିକକାର୍ଯ୍ୟ ହେବାରେ ସମ୍ଭବନା ରହିଛି ।ମହିଳାମାନେ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହବେ ।କର୍ମଜିବୀମହିଳାମାନେ କର୍ମକ୍ଷେତ୍ରରେ ସନ୍ତୋଷଜନକ ସଫଳତା ପାଇବେ ।ବିଦ୍ୟାର୍ଥିମାନଙ୍କ ମନ ଚଂଚଳ ରହିବ ।ପାଠପଢାପ୍ରତି ଅଗ୍ରହ ରହିବ ନାହିଁ ।
ପ୍ରତିକାର-ଓଁ ଶଂ ଶନୈଶ୍ୱରାୟ ନମଃ.ମନ୍ତ୍ର ଜପ କରନ୍ତୁ.ବୁଲାକୁକୁରଙ୍କୁ ଖାଦ୍ୟ ଦିଅନ୍ତୁ ।
ମିଥୂନ- ବର୍ଷ ଆରମ୍ଭରୁ ବୃହଷ୍ପତି ୭ମଭାବରେ,ଶନି୮ମଭାବରେ,ରାହୁ ଜନ୍ମରାଶିରେ ଏବଂ କେତୁ ୭ମଭାବରେ ଅବସ୍ଥାନ କରି ଥିବାରୁ ଶୁଭଫଳ କମ୍ ଓ ଅଶୁଭଫଳ ଅଧିକ ମିଳିବ ।କାରଣ ରାହୁ,ଶନିଏବଂ କେତୁଙ୍କ ସ୍ଥିତି ଖରାପ ରହିବାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ, ଚିନ୍ତାବୃଦ୍ଧି, ପାରିବାରିକ ଅଶାନ୍ତି,ଶାରରିକପିଡା ଅନୁଭବ କରିପାରନ୍ତି ।ବ୍ୟୟବୃଦ୍ଧିପାଇବା କାରଣରୁ ଅସ୍ଥିରତା ମଧ୍ୟରେ ସମୟ କଟିବାର ଯୋଗ ରହିଛି ।କିନ୍ତୁ ବୃହଷ୍ପତିଙ୍କ ଶୁଭ ସ୍ଥିତି ଏବଂ ଆୟଭାବକୁ ଆପଣଙ୍କ ରାଶି ମିଥୁନକୁ ଏବଂ ୪ର୍ଥଭାବକୁ ବୃହଷ୍ପତିଙ୍କ ଶୁଭଦୃଷ୍ଟି ରହିଥିବାରୁ ଅର୍ଥିକ କ୍ଷେତ୍ରରେ ଶୁଭଫଳ ମିଳିବ ।ଅନେକ ବିପଦରୁ ଏବଂ ବାଧା,ପ୍ରତିବନ୍ଧକରୁ ସହଜରେ ରକ୍ଷାମିଳିବ ।ବିଳମ୍ଭରେ ହେଲେ ମଧ୍ୟ ନିଜ ଚେଷ୍ଟାରେ ସଫଳ ହେବେ ।ଶୁଭ ଓ ଅଶୁଭ ମିଶ୍ରିତଫଳ ଭୋଗକରିିବାର ସମ୍ଭବନା ରହିଛି ।ଦୁରସ୍ଥାନରୁ ସୁସମ୍ବାଦ ମିଳିବ ।ଗୃହମଧ୍ୟରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ ।ଭୂମି,ଯାନବାହନକ୍ରୟ କରିବାର ସୁଯୋଗ ରହିଛି ।ମହିଳାମାନେ ପରିବାର କାର୍ଯ୍ୟରେ ସନ୍ତାନ ଓ ସ୍ୱାମୀଙ୍କୁ ନେଇ କିଛିମାତ୍ରାରେ ଚିନ୍ତିତ ରହିବେ ।ବିଦ୍ୟାର୍ଥିମାନେ ଶିକ୍ଷାକ୍ଷେତରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ ।ବ୍ୟବସାୟୀମାନେ ବୁଝିବିଚାରି କାର୍ଯ୍ୟ କରିବା ଉଚିତ ହେବ ।ଚାକିରି କ୍ଷେତ୍ରରେ ଅନେକ ବାଧା ଓ ପ୍ରତିବନ୍ଧକର ସମ୍ମୁଖିନ ହେବାକୁ ପଡିବ ।
ପ୍ରତିକାର-ଶୁକ୍ରବାର ହନୁମାନଙ୍କର ପୁଜାର୍ଜନା କରିବା ସହିତ ପ୍ରତ୍ୟେକ ସୋମବାର ଶିବଙ୍କୁ କ୍ଷୀର,ବେଲପତ୍ର ଚଢାଇ ପୂଜାକରିବାଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ।
କର୍କଟ-ଏବର୍ଷ ବୃହଷ୍ପତି ବର୍ଷ ଆରମ୍ଭରୁ ୬ଷ୍ଠଭାବରେ,ନଭେମ୍ବରପର୍ଯ୍ୟନ୍ତ ରହିବାପରେ ୭ମଭାବକୁ ଚଳନ କରିବେ ।ଶନି୭ମଭାବରେ,ରାହୁ୧୨ଶ ଏବଂକେତୁ୬ଷ୍ଠଭାବରେ ଅବସ୍ଥାନ କରୁଛନ୍ତି ।ଫଳତଃ କଠିନ ପରିଶ୍ରମପରେ ସଫଳତା ମିଳବ ।କର୍ମକ୍ଷେତ୍ରରେ ସଫଳତା ପାଇଁ ରୁଣ କରିବାକୁ ପଡିପାରେ ।ପାରିବାରିକ ଜୀବନ ଶୁଖଶାନ୍ତିରେ କଟିବ ।ଜୀବନସାଥିଙ୍କ ସ୍ୱାସ୍ଥ୍ୟସମସ୍ୟା ଦେଖାଦେବ ।ଶତ୍ରୁ ପରାସ୍ତ ହେବେ ।ସମାଜରେ ମାନସମ୍ମାନ ବୃଦ୍ଧି,ମାଙ୍ଗଳିକକାର୍ଯ୍ୟରେ ସମୟକଟିବ ।ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଶତ୍ରୁଙ୍କଠାରୁ ସର୍ତକ ରହଲେ ସଫଳତା ମିଳିବ ।ଗଠନମୁଳକ କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି,ବହୁଦିନର ଆଶା ପୁରଣ ହେବ ।ନୁତନ କର୍ମନିଯୁକ୍ତି ର ସୁଚନା ରହିଛି ।ଆଧ୍ୟାତ୍ମିକ ଚିନ୍ତାଧାରା ବୃଦ୍ଧିହେବ ।ବିଦ୍ୟାର୍ଥୀମାନେ ସଫଳତା ପାଇବେ ।କ୍ୟାରିୟରକୁ ନେଇ ରହୁଥିବା ସ୍ୱପ୍ନ ସାକାର ହେବ ।ଉଚ୍ଚତର ଶିକ୍ଷାରେ ଅଗ୍ରଣୀ ଭୂମକାଗ୍ରହଣ କରିବେ ।ମହିଳାମାନେ କାର୍ଯ୍ୟବ୍ୟସ୍ତତା ଭିତରେ ରହିବା ସହିତ ପାରିବାରିକ ଶୁଖଶାନ୍ତି ବଜାୟ ରହିବ ।ସମସ୍ତ କୈ।ଶଳକ୍ରମେ କାର୍ଯ୍ୟସିଦ୍ଧି ହେବ ।ବ୍ୟବସାୟୀମାନେ ଅନେକ ଉନ୍ନତି କରିବା ସହିତ ଆର୍ଥିକଲାଭର ସୁଚନା ରହିଛି ।ଚାକିରି କ୍ଷେତ୍ରରେ ପଦୋନ୍ନତିର ଆଶା ରହିଛି ।ନିଯୁକ୍ତି ଆଶାୟୀମାନେ ନୁତନକର୍ମନିଯୁକ୍ତି ପାଇବା ସହ ସମସ୍ତକ୍ଷେତ୍ରରେ ସଫଳତା ହାସଲ କରିବେ ।
ପ୍ରତିକାର- ସୂର୍ଯ୍ୟନମସ୍କାର ସହିତ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।
ସିଂହ-ବୃହଷ୍ପତି ବର୍ଷ ଆରମ୍ଭରୁ ୫ମଭାବରେ ,ଶନି୬ଷ୍ଠଭାବରେ,ରାହୁ୧୧ମଭାବରେ ଏବଂ କେତୁ୫ମଭାବରେ ରହି ଚଳନ କରିବେ ।ଆପଣଙ୍କ ପାଇଁ ଏହିବର୍ଷ ମିଶ୍ରିତଫଳ ଭୋଗର ସମ୍ଭାବନା ରହିଛି ।ଫଳତଃ ସନ୍ତାନଶୁଖ,ଭାଗ୍ୟୋଦୟ,ଆର୍ଥିକଲାଭ, ଉତମସ୍ୱାସ୍ଥ୍ୟ, ମାନସମ୍ମାନ ବୃଦ୍ଧି,ପିତୃଶୁଖ,ଅଚାନକ ଧନଲାଭ,ବିବାହଯୋଗ,ରହୁଥିବାରୁ ଅବିବାହିତ ପୁତ୍ର/କନ୍ୟାମାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେବ । ବର୍ଷର ମଧ୍ୟାବସ୍ଥାରେ ପେଟ ସମ୍ବଦ୍ଧୀୟପୀଡା ଅନୁଭବ କରିପାରନ୍ତି ।ଭାଗ୍ୟବୃଦ୍ଧି,କର୍ମକ୍ଷେତ୍ରରେ ସଫଳତା,ପାରିବାରିକ ଶୁଖଶାନ୍ତି,ଲୋକସର୍ମ୍ପକ ବୃଦ୍ଧି ପାଇବ । ଦୁରସ୍ଥାନକୁ ଯାତ୍ରା ଆପଙ୍କପାଇଁ ଲାଭବାନ କରିବ ।ସନ୍ତାନମାନଙ୍କର ସଫଳତାକୁ ନେଇ ଆପଣ ଗର୍ବ ଅନୁଭବ କରିବେ ।ମାର୍ଚ୍ଚମାସପରେ ରାହୁଙ୍କର ସ୍ଥିତି ଖରାପ ରହୁଥିବାରୁ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେବ ।କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଦେଖାଦେବାକାରଣରୁ ମାନସିକ ଅଶାନ୍ତି ଲାଗିରହିବ ।ନିଜର ଉପସ୍ଥିତବୁଦ୍ଧି ଓ ଇଶ୍ୱରବିଶ୍ୱାସୀଗୁଣ ରହୁଥିବାରୁ ସମସ୍ତସମସ୍ୟା ସମାଧାନରେ ସକ୍ଷମ ହେବେ ।ଗୃହିଣୀ,କୁମାରୀ,କର୍ମଜିବୀମହିଳାମାନଙ୍କ ପାଇଁ ଚଳିତବର୍ଷ ଅନୁକୁଳ ରହିବ ।କର୍ମପ୍ରେରଣା ମିଳିବାସହ ଦାୟିତ୍ୱସମ୍ପନ୍ନତା ପଦର୍ଶନ କରି ସଫଳତା ପାଇବେ ।ପାରିବାରିକ ଜୀବନ ଶୁଖଶାନ୍ତିରେ କଟିବ ।ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଅନୁକୁଳ ରହିଛି ।ଅଧୟନ ଓ ପରୀକ୍ଷାର୍ଥୀଙ୍କପାଇଁ ଉପଯୁକ୍ତ ପରିବେଶ ମିଳିବ ।ଅଧୟନରତ ବିଦ୍ୟାର୍ଥୀ ସଫଳତା ପାଇବେ ।ବ୍ୟବସାୟୀମାନଙ୍କପାଇଁ ସମୟ ଭଲରହିଛି । ବ୍ୟବସାୟ କ୍ଷେତ୍ରରେ ଆଶାନୁରୁପକ ସଫଳତା ମିଳିବ ।
ପ୍ରତିକାର-ରବିମହାଗ୍ରହଙ୍କ ପ୍ରତିଦିନ ଗାୟତ୍ରୀ୧୦୦ଥରଜପକରନ୍ତୁ,ରବିବାର ସୁର୍ଯ୍ୟଙ୍କୁ ତମ୍ବାଲୋଟାରେ ଜଳ,କୁଙ୍କୁମ,ଲାଲ୍ପୁଷ୍ପ ରଖି ଅର୍ଘ୍ୟ ଦିଅନ୍ତୁ । ପ୍ରତିଦନ ମଧ୍ୟ କରିପାରିବେ ।
କନ୍ୟା- ଏବର୍ଷ ବୃହଷ୍ପତି ୪ର୍ଥଭାବରେ ,ଶନି୫ମଭାବରେ,ରାହୁ୧୦ମଭାବରେ ଏବଂ କେତୁ୪ର୍ଥଭାବରେ ଅବସ୍ଥାନ କରୁଥିବରୁ ଅଶୁଭ ଫଳ ମିଳିବର ସମ୍ଭାବନା ରହିଛି ।
ଫଳତଃଶାରିରିକପିଡା,ଅଶାନ୍ତି,ଅସନ୍ତୋଷ,ପାରିବାରିକ କଳହ,ସନ୍ତାନକୁନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ବୃଦ୍ଧିପାଇବ ।ଆୟଅପେକ୍ଷା ବ୍ୟୟ ବୃଦ୍ଧିହେବ ।ସନ୍ତାନଚିନ୍ତା ଲାଗିରହିବା ସହିତ କର୍ମକ୍ଷେତ୍ରରେ ସମସ୍ୟା ,ଆକସ୍ମିକ ଦୁର୍ଘଟଣାର ଭୟ ରହିଛି ।ଆମ୍ିୟସ୍ୱଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।ବନ୍ଧୁବିରୋଧ,ନିଜଲୋକଙ୍କ ସହିତ ମନାନ୍ତର ଲାଗିରହିବ ।ବର୍ଷର ଶେଷଭାଗରେ ଶୁଭଫଳ ମିଳିବ ।ଆର୍ଥିକ କର୍ମଚିନ୍ତାରୁ ମୁକ୍ତି ,ପାରିବାରିକ ଶୁଖଶାନ୍ତି.ସନ୍ତାନସୈ।ଖ୍ୟ ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ ।ଆର୍ଥିକ ଓ କର୍ମଚିନ୍ତାରୁ ମୁକ୍ତି,ପାରିବାରିକ ଶୁଖଶାନ୍ତି,ସନ୍ତାନସୈ।ଖ୍ୟ ଓ ସମସ୍ତ କ୍ଷେତ୍ରରେ ଶୁଭଫଳ ମିିଳିବ ।ଗୃହଣୀମାନେ କୁସୁମ୍ବ ଶୁଖ ପାଇବା ସହିତ ଧର୍ମକାର୍ଯ୍ୟରେ ମନୋନିବେଶ କରିବେ ।ବିଦ୍ୟାର୍ଥୀମାନଙ୍କପାଇଁ ବର୍ଷ ଆରମ୍ଭରୁ ଜୁଲାଇମାସ ପର୍ଯ୍ୟନ୍ତ ଅଶୁଭ ରହି ପରିବର୍ତୀସମୟ ଶୁଭଫଳ ମିଳିବ ।ଏଣୁ କଠିନ ପରିଶ୍ରମ ନିତ୍ୟାନ୍ତ ଆବଶ୍ୟକ ।ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ନୁତନ ପୁଞିନିବେଶ କ୍ଷେତ୍ରରେ ସର୍ତକ ରହବା ସହ ନେଣଦେଣ କାରବାରରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।ଚାକିରିଆମାନଙ୍କପାଇଁ ପଦୋନ୍ନତିର ଆଶା ରହିଅଛି ।କର୍ମକ୍ଷେତ୍ରରେ ଆଶାଜନକ ସଫଳତା ମିଳିବ ।
ପ୍ରତିକାର- ଓଁ ଶଂ ଶନୈଶ୍ୱରାୟ ନମଃ.ମନ୍ତ୍ର ୧୦୮ଥର ଜପ କରନ୍ତ । ଏହାସହିତ ବୁଧଙ୍କପାଇଁ ଓଁସୈ÷ାମ୍ୟରୁପାୟ ବିଦ୍ମହେ ବାଣେସାୟ ଧିମହୀ ତନ୍ମୋବୁଧ ପ୍ରଚୋଦୟାତ ମନ୍ତ୍ର ଜପ କରନ୍ତୁ ।
ତୁଳା-ବୃହଷ୍ପତି ବର୍ଷ ଆରମ୍ଭରୁ ୩ୟଭାବରେ,ଶନି୪ର୍ଥ,ରାହୁ୯ମ,କେତୁ୩ୟଭାବରେ ସେପ୍ଟେମ୍ବର ୨୩ରିଖ ପରେ ରାହୁ୮ମଭାବରେ ଏବଂ କେତୁ୨ୟଭାବରେ ରହି ବର୍ଷଶେଷ ପର୍ଯ୍ୟନ୍ତ ଭ୍ରମଣ କରିବେ ।ଫଳତଃ ଏବର୍ଷ ଗ୍ରହଚଳନ ଆପଣଙ୍କ ରାଶିପାଇଁ ମିଶ୍ରିତ ଫଳ ଅର୍ଥାତ ଶୁଭ,ଅଶୁଭ ଫଳ ଭୋଗ କରିବେ ।ଶାରରିକ ଅସୁସ୍ଥତା.ବିଶେଷଭାବେ ଅନୁଭୁତ ହେବ ।ପେଟଛାତି ଓ ଥଣ୍ଡାରୋଗଦ୍ୱାରା କଷ୍ଟପାଇବେ ।ବୃହଷ୍ପତି ଓ ଶନିଙ୍କ ପ୍ରଭାବ ଶୁଭ ରହୁନଥିବାରୁ ମାନସିକ ଓ ଆର୍ଥକ ଅବସ୍ଥା ସ୍ୱଛଳ ରହିବ ନାହିଁ ।ବେଳେବେଳେ ଅତ୍ୟନ୍ତ ଉକ୍ତଟଭାବେ ଆର୍ଥିକସମସ୍ୟାର ସମ୍ମୁଖିନ ହେବେ ।କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ ।ଗୃହ ନିର୍ମାଣରେ ସାମୟିକବାଧା ,ପରିବାରରେ ବୟସ୍କବ୍ୟକ୍ତିଙ୍କ ସ୍ୱାସ୍ଥ୍ୟସମସ୍ୟା ଆପଣଙ୍କୁ ଚନ୍ତାରେ ପକାଇବ ।କର୍ମକ୍ଷେତର୍ରେ ଚାପବୃଦ୍ଧିପାଇବ ।ଏସମସ୍ତ ସମସ୍ୟା ମଧ୍ୟରେ ଥାଇ ନିଜର ଉପସ୍ଥିତି ବୁଦ୍ଧିର ଦୁରଦୃଷ୍ଟି ଯୋଗୁ ସମସ୍ତ ସମସ୍ୟାକୁ ଅତିସହଜରେ ସମାଧାନ କରିବାରେ ସକ୍ଷମ ହେବେ ।ଗୃହିଣୀମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବାଦ୍ୱାରା ସ୍ୱାସ୍ଥ୍ୟସମସ୍ୟା ଦେଖାଦେଇପାରେ ।ସନ୍ତାନମାନଙ୍କୁ ନେଇ ଚିନ୍ତାଲାଗିରହିବ ।ବିଦ୍ୟାର୍ଥୀମାନେ ପାଠପଢା ପ୍ରତି ଆଗ୍ରହପ୍ରକାଶ କରିବେ ନାହିଁ ।ଅସ୍ଥିରମନା ହେବା ସହ ଭୋଗବିଳାସରେ ମନ ଲାଗିରହିବ ।
ପ୍ରତିକାର-ପ୍ରତ୍ୟେହ ହନୁମାନ ଚାଳିଷା ପାଠକରନ୍ତୁ । ଓଁ ନମଃଶିବାୟ ୧୦୮ଥର ଜପକରନ୍ତୁ । ସମ୍ପୁର୍ଣବର୍ଷ ଆପଣଙ୍କର ମଙ୍ଗଳମୟ ହେବ ।
ବିଛା – ଏବର୍ଷ ଆରମ୍ଭରୁ ବୃହଷ୍ପତି୨ୟସ୍ଥାନରେ ଅବସ୍ଥାନ କରିଥିବାରୁ ଅତିଅଶୁଭ ଫଳଦାୟକ ହେବେ ।ଶନି୩ୟଭାବରେ ସ୍ୱଗୃହୀହେବାଦ୍ୱାରା ଅତି ଉତମ ଫଳ ମିଳିବ ।ରାହୁ୮ମଭାବରେ ଏବଂ କେତୁ୨ୟରେ ବର୍ଷ ଶେଷପର୍ଯ୍ୟନ୍ତ ରହିବ ।ସମସ୍ତ ଗ୍ରହସ୍ଥିତିକୁ ବିଚାରକଲେ ବର୍ଷର ପ୍ରଥମାର୍ଦ୍ଧ ପାରିବାରିକ ସୁଖସାନ୍ତି,ଗୁରୁକୃପାଲାଭ,ନୈତିକତାବୃଦ୍ଧି,ସନ୍ତାନସୈ।ଖ୍ୟ,କର୍ମକ୍ଷେତ୍ରରେ ଉନ୍ନତୀ,ଆର୍ଥିକଅଭିବୃଦ୍ଧି ଆଦି ଦେଖାଦେବ ।ବର୍ଷର ଶେଷାର୍ଦ୍ଧରେ ବ୍ୟୟବହୁଳ ଓ ସମସ୍ୟା ବହୁଳ ରହିବ ।ନିଜ ଲୋକଙ୍କ ସହିତ ମନାନ୍ତର,ମତାନ୍ତର,ବିରୋଧ,ଆର୍ଥିକ ଓ ପାରିବାରିକ ଚିନ୍ତା ରହିବା ସହିତ ବ୍ୟୟବୃଦ୍ଧି ଦେଖାଦେବ ।ବିଦ୍ୟାର୍ଥୀମାନଙ୍କ ପାଇଁ ଶୁଭଫଳ ମିଳିବ,ବିଦ୍ୟା ଓ କ୍ୟାରିୟରରେ କ୍ଷେତ୍ରରେ ସଫଳ ହେବେ ।ଗୃହଣୀମାନେ କୁଟୁମ୍ବସୈ।ଖ୍ୟ ପାଇବା ସହିତ ଧର୍ମକାର୍ଯ୍ୟରେ ମନ ବଳାଇବେ ।ଚାକିରି କରୁଥିବାବ୍ୟକ୍ତିମାନଙ୍କ ପାଇଁ ପଦୋନ୍ନତିର ଅଶା ରହିଛି ।କର୍ମକ୍ଷେତ୍ରରେ ଲାଗିରହୁଥିବା ସମସ୍ୟାର ଅନ୍ତ ଘଟିବ
ପ୍ରତିକାର- ହନୁମାନଙ୍କୁ ପ୍ରତି ମଙ୍ଗଳବାର ଦର୍ଶନ କରନ୍ତୁ ।ପ୍ରତ୍ୟେହ ଓଁ ଅଙ୍ଗାରକାୟ ବିଦ୍ମହେ ଶକ୍ତିହସ୍ତାୟ ଧିମହୀ ତନ୍ନୋଭୈ÷ାମ ପ୍ରଚୋଦୟାତ ୧୦୮ଥର ଜପ କରନ୍ତୁ ।
ଧନୁ- ବର୍ଷ ଆରମ୍ଭରୁ ବୃହଷ୍ପତୀ ଜନ୍ମରାଶିରେ,୨୦ନଭେମ୍ବରପରେ ୨ୟଭାବରେ ରହିଚଳନ କରବେ ।ଶନି୨ୟଭାବରେ ରାହୁ୭ମ ଓ କେତୁଜନ୍ମରାଶିରେ ଅବସ୍ଥାନ କରୁଥିବାରୁ ଆପଣଙ୍କ ରାଶିପାଇଁ ୨୦୨୦ ଶୁଭ ରହିବ ।ବର୍ଷର ଦିତିୟ୍ୟାର୍ଦ୍ଧରେ କିଛିଟା ଶୁଭଫଳ ଆଶା କରାଯାଇପାରେ ।ଅସ୍ଥିିରତା ଭାବଯୋଗୁ ସମୟଗୁଡିକ କର୍ମମୁଖର ହେବନାହିଁ । ରୁଣବୃଦ୍ଧି,ଆୟଅପେକ୍ଷା ଅଧିକ ବ୍ୟୟ,ସାମୟିକଅର୍ଥାଭାବ,ଶତ୍ରୁବୃଦ୍ଧି,ଗୁରୁଜନଙ୍କ ସ୍ୱାସ୍ଥ୍ୟସମସ୍ୟାଲାଗି ରହବ । ଶାରରିକ ଓ ମାନସିକ ଅସ୍ଥିରତା ମଧ୍ୟରେ ଗତି କରିବେ ।ଗୃହମଧ୍ୟରେ ଅଶାନ୍ତି ଓ କଳହ ଦେଖାଦେବ ଏବଂ ବନ୍ଧୁବାନ୍ଧବରେ ଅପ୍ରିୟ ଭାବ ବୃଦ୍ଧି ପାଇବ ।ଦୁରସ୍ଥାନକୁ ଭ୍ରମଣ ଯୋଗ ରହିଛି । ବର୍ଷର ୨ୟାର୍ଦ୍ଧରେ ସର୍ବାଙ୍ଗିନ ଉନ୍ନତି ତଥା ଭାଗ୍ୟୋନ୍ନତି ଘଟିବ ।ଶୁଭମାଙ୍ଗଳିକ କର୍ମ କରେଇବାରେ ସହାୟକ ହେବେ ।ପାରିବାରିକ ଶୁଖଶାନ୍ତି ଓ କର୍ମକ୍ଷେତ୍ରରେ ସଫଳତା.ଆର୍ଥିକ ଅଭବୃଦ୍ଧି,ଅନେକ ଦିନର ଆଶା ପୁରଣ ହେବା ପୁର୍ବରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ ।ମହାଳାମାନେ କାର୍ଯ୍ୟବ୍ୟସ୍ତରହିବା ସହ ପରିବାରରେ ମାନ୍ୟତା ପାଇବେ ।ବିଦ୍ୟାର୍ଥୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେବେ ।ପରୀକ୍ଷାରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ ।ଚାକିରି କରୁଥିବା ବ୍ୟକ୍ତି ବିଳମ୍ଭରେ କର୍ମକ୍ଷେତ୍ରରେ ସଫଳତା ପାଇବେ ।କୈ।ଶଳକ୍ରମେ କାର୍ଯ୍ୟ ସିଦ୍ଧି ହେବ ।ବ୍ୟବସାୟୀମାନେ ମଧ୍ୟମ ଶୁଭଫଳ ପାଇବେ ।
ପ୍ରତିକାର-ମଥାରେ କେଶରମିଶ୍ରିତ ଚନ୍ଦନଲଗାନ୍ତୁ । ଓଁନମଃଶିବାୟ ୧୦୮ଥର ଜପକରନ୍ତୁ ।
ମକର- ବର୍ଷ ଆରମ୍ଭରୁ ବୃହଷ୍ପତି ୧୨ଶଭାବରେ ଜନ୍ମରାଶିରେ ଶନି,୬ଷ୍ଠଭାବରେ ରାହୁ,୧୨ଶଭାବରେ କେତୁ ରହି ଚଳନ କରିବେ ।ଏବର୍ଷ ଆରମ୍ଭରୁ ବୃହଷ୍ପତି,ରାହୁ୧୨ଶରେବର୍ଷଶେଷରେ ଜନ୍ମବୃହଷ୍ପତି,ରାହୁ୭ମ ଓ କେତୁଜନ୍ମରେ ,ଶନିବର୍ଷଆରମ୍ଭରୁ ବର୍ଷଶେଷ ପର୍ଯ୍ୟନ୍ତ ଜନ୍ମରାଶିରେ ରହି ଚଳନ କରିବେ ।ଗ୍ରହଚଳନ ବର୍ଷ ୨୦୨୦ଆପଣଙ୍କପାଇଁ ଶୁଭପ୍ରଦ ରହୁନଥିବାରୁୁୁୁ ପରିଶ୍ରମର ଉପଯୁକ୍ତ ମୁଲ୍ୟ ପାଇବେ ନାହିଁ ।ଆମ୍ବବିଶ୍ୱାସ କମ ରହିବ ।ଶାରରୀକ ଅସୁସ୍ଥତା ,ବ୍ୟୟବୃଦ୍ଧି,ମାନସିକ ଅଶାନ୍ତି ଲାଗିରହିବ ।ପରିବାର ଓ କର୍ମକୁନେଇ ଅଧିକାଂଶ ସମୟମାନ ଚାପର ସମ୍ମୁଖିନ ହେବେ ।ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ ।ଶୁଭକାର୍ଯ୍ୟରେ ଅର୍ଥବ୍ୟୟର ଯୋଗ ରହିଛି ।ତିର୍ଥସ୍ଥାନ ଭ୍ରମଣର ସୁଯୋଗ ଆସିବ ।ବର୍ଷର ପ୍ରଥାମର୍ଦ୍ଧଟି ସମସ୍ୟାବହୁଳ ରହିବ ।ଏବଂ ଦ୍ୱିତିୟାର୍ଦ୍ଧରେ ଶୁଭଫଳ ଆଶା କରାଯାଇପାରେ । ଅଧାଅଧୂରା ଥିବା କାର୍ଯ୍ୟ ପୁର୍ଣାଙ୍ଗହେବ ।ଆର୍ଥିଉନ୍ନତିରହିବ ।ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବେଳେବେଳେ ମନୋମାଳିନ୍ୟ ଦେଖାଦେବ ।ସନ୍ତାନମାନଙ୍କୁ ନେଇ ଚିନ୍ତିତ ହେବେ ।ମହିଳାମାନଙ୍କର ଦାୟତ୍ୱ ବୃଦ୍ଧି ପାଇବ ।ପାରିବାରିକ ସମସ୍ୟା ସମାଧାନ କରିବାରେ ସକ୍ଷମ ହେବେ ।କର୍ମଜିବୀମହିଳାମାନଙ୍କପାଇଁ ବର୍ଷଟି ସମସ୍ୟାବହୁଳ ରହିବ ।ପ୍ରେମିକ ମାନଙ୍କପାଇଁ ଶୁଭ ରହୁନଥିବାରୁ ସର୍ତକତା ଅବଲମ୍ବନ କରିବା ଦରକାର ।ବିଦ୍ୟାର୍ଥୀମାନଙ୍କପାଇଁ ଶୁଭ ରହୁନଥିବାରୁ ଧର୍ଯ୍ୟର ସହିତ ସମସ୍ତ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିିଳିବ । ବର୍ଷର ଦ୍ୱିତିୟାର୍ଦ୍ଧରେ ନୁତନକର୍ମ ନଯୁକ୍ତିର ସୁଯୋଗ ରହଛି ।
ପ୍ରତିକାର- ସ୍ନାନପୁର୍ବକ ସୂର୍ଯ୍ୟନମସ୍କାର ସହତ ଅସହାୟବ୍ୟକ୍ତି ଓ ବୁଲାକୁକୁରଙ୍କୁ ଭୋଜନ ଦାନ କରନ୍ତୁ ।
କୁମ୍ଭ- ବର୍ଷ ଆରମ୍ଭରୁ ବୃହଷ୍ପତି ୧୧ଦଶଭାବରେ ଶନି୧୨ଶ ଭାବରେ, ରାହୁ୫ମଭାବରେ, କେତୁ୧୧ଦଶ ଭାବରେ ଅବସ୍ଥାନ କରିଛନ୍ତି ।ଫଳତଃ ଏବର୍ଷ ଆପଣଙ୍କପାଇଁ ଅଶୁୁଭମିଶ୍ରିତ ଫଳ ମିଳିବ ।ଧନହାନୀ ହେଲେ ମଧ୍ୟ ପରିଶ୍ରମର ଫଳ ମିଳବ ।ସନ୍ତାନସୁଖ,ନୁତନକାର୍ଯ୍ୟରଶୁଭାରମ୍ଭ ହେବ ।ପ୍ରେତ୍ୟକ କାର୍ଯ୍ୟର ସଫଳତାମିଳିବା ସହ ପାରିବାରିକ ସୁଖ,ଉତମ ଦାମ୍ପତ୍ୟଜୀବନ,କର୍ମକ୍ଷେତ୍ର କାର୍ଯ୍ୟ ସିଦ୍ଧି ଯୋଗ ରହିଛି ।ଆୟର ମାତ୍ରା ଆଶ।ନୁରୁପକ ରହିବା ସହିତ ସର୍ବାଙ୍ଗିନ ଉନ୍ନତିି ପରିଲକ୍ଷିତ ହେବ ।ମାତ୍ର୨ୟାର୍ଦ୍ଧରେ ଶାରରିକ ଅସୁସ୍ତତା,ଚିନ୍ତାବୃଦ୍ଧିି,ନାନସମସ୍ୟା,ଅଶାନ୍ତି,ବ୍ୟୟବୃଦ୍ଧିହେବ,ମିଛସତକହି ଅଧିକ ଲାଭ କିମ୍ବା ନିଜ ସ୍ୱାର୍ଥ ହେବାଭଳି ମନୋବୃତିଠାରୁ ଦୁରେଇରୁହନ୍ତୁ ।ନଚେତ ପାରିଣାମ ଭୟାବହ ହୋଇପାରେ ।ମହିଳାମାନେ କର୍ମକ୍ଷେତ୍ରରେ ବ୍ୟସ୍ଥ ରହିବେ ।ପାରିବାରିକ ଶୁଖ,ସନ୍ତାନ ସୁଖ ଲାଭ କରିବେ ।ବିଦ୍ୟାର୍ଥୀମାନଙ୍କପାଇଁ ବର୍ଷର ମଧ୍ୟଭାବରେ ଅଧିକ ପରିଶ୍ରମ ଓ ଏକାଗ୍ରତାର ଆବସ୍ୟକତା ରହିଛି ।ବ୍ୟସାୟୀମାନଙ୍କପାଇଁ ବର୍ଷର୍ର ପ୍ରଥମାର୍ଦ୍ଧଟି ଲାଭଦାୟକ ହେବାସହିତ ୨ୟାର୍ଦ୍ଧଟି ସାମାନ୍ୟ ଚିନ୍ତାଜନକ ରହିବ ।ଚାକିରିଆମାନଙ୍କପାଇଁ ସ୍ଥାନାନ୍ତରିତ ଯୋଗ ରହିଛି । କର୍ମକୁନେଇ ମନରେ ଅନେକ ଦୁଶ୍ଚିନ୍ତା ଦେଖାଦେବ ।
ପ୍ରତିକାର- ସୋମବାର,ସଂକ୍ରାନ୍ତିରେ ଓ ଚତୁଦର୍ଶୀଦିନ ଶିବଙ୍କୁ ପୁଜାର୍ଜନା କରନ୍ତୁ ,ଓଁନମଃଶିବାୟ କିମ୍ବା ମହାମୃତ୍ୟୁଞୟ ମନ୍ତ୍ର ଜପ ୧୦୮ଥର କରନ୍ତୁ ।
ମୀନ-ଏବର୍ଷ ବୃହଷ୍ପତି ଆପଣଙ୍କ ରାଶିଠାରୁ ୧୦ମଭାବରେ ନଭେମ୍ବର୨୦ପରେ ୧୧ଦଶଭାବରେ ଓ ଶନି ମଧ୍ୟ ୧୧ଦଶଭାବରେ ରାହୁ୪ର୍ଥକେତୁ୧୦ମଭାବରେ ରହି ଚଳନ କରିବେ ।ମୀନରାଶିର ବ୍ୟକ୍ତିମାନଙ୍କ ନିମନ୍ତେ ଏବର୍ଷ ପ୍ରଥମାର୍ଦ୍ଧ ଅପେକ୍ଷା ୨ୟାର୍ଦ୍ଧରେ ଅଧିକ ଶୁଭଫଳ ପାଇବେ ।ପ୍ରଥମ୬ମାସ ସ୍ୱାସ୍ଥ୍ୟସମସ୍ୟା,ମାନସିକ ଦୁଶ୍ଚିନ୍ତା ଦେଖାଦେବ ।ଯେତେଆୟ କଲେ ମଧ୍ୟ ବ୍ୟୟରମାତ୍ରାଧିକ ଚାପଯୋଗୁ ଅର୍ଥଚିନ୍ତା ଲାଗିରହିବ ।ରୁଣବୃଦ୍ଧି,କର୍ମକ୍ଷେତ୍ରରେ ଅଶାନ୍ତି,ନିଜଲୋକଙ୍କସହିତ ଭୁଲବୁଝାମଣା, ଶରୀରପିଡା, ଦେଖାଦେବ ।ବର୍ଷର ଶେଷଭାଗରେ ନୁତନ କର୍ମରେ ଯୋଗଦାନ,ଅନେକଦିନର ଅଶ।। ପୁରଣ ହେବ ।ଆର୍ଥିକ ଲାଭ,କର୍ମଓ ବ୍ୟବସାୟରେ ସଫଳତା,ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠାଲାଭର ସୁଚନା ରହୁଛି ।ମହିଳାମାନେ କର୍ମକ୍ଷେତ୍ରରେ ଅନେକ ଉତ୍ଥାନପତନ ଦେଇ ଗତି କରିବେ ।ବ୍ୟବସାୟୀ ପ୍ରଥମାର୍ଦ୍ଧ ଅପେକ୍ଷା ୨ୟାର୍ଦ୍ଧରେ ଅଧିକ ଲାଭବାନ ହେବେ ।ଶିକ୍ଷାର୍ଥମାନେ ବିଦ୍ୟା କ୍ଷେତ୍ରରେ ସଫଳତା ପାଇଁ ଅଧିକ ପରିଶ୍ରମ କଲେ ସୁଫଳ ପାଇବେ ।
ପ୍ରତିକାର-ପ୍ରେତ୍ୟକଦିନ ହନୁମାନଚାଳିଷା ୫ଥର ପାଠକରିବା ସହିତ ମହାଦେବଙ୍କ ବିଧିପୁର୍ବକଭାବେ ପୁଜା କରନ୍ତୁ ।

Leave A Reply

Your email address will not be published.