୨୦ଗ୍ରାମ ବ୍ରାଉନସୁଗାର ଜବତ

0 58

ବାରଙ୍ଗ,୨୨ା୪(ଏସଏସନିଉଜ)ବଟାନିକାଲ ଗାର୍ଡେନଛକ ପାଖରେ ସୋମବାର ଚଢ଼ାଉକରି ବେଆଇନ ଭାବେ ବ୍ରାଉନ ସୁଗାର ବିକ୍ରିକରୁଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ଗିରଫବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ଦଳେଇପୁଟଗାଁର ପ୍ରଭାତ କୁମାର ସମନ୍ତସିଂହାର।
ବିଶ୍ଵସ୍ତସୂତ୍ରରୁ ମିଳିଥିବା ସୂଚନା ଆଧାରରେ ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଥାନାର ଏକ ଟିମ ବଟାନିକାଲ ଗାର୍ଡେନ ଛକ ନିକଟରେ ଅତର୍କିତ ଚଢଉ କରିଥିଲେ।ଏହିସମୟରେ ବେଆଇନଭାବେ ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗରେ ପ୍ରଭାତକୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ପ୍ରଭାତଠାରୁ ୨୦ ଗ୍ରାମ ଓଜନର ବ୍ରାଉନ ସୁଗାର, ଏକ ମୋବାଇଲ ଫୋନ, ଏକ ମୋଟର ସାଇକେଲ ଏବଂ ୩୮୦ ଟଙ୍କା ଜବତ କରିଥିଲେ ।ପଚରାଉଚରା ସମୟରେ ପ୍ରଭାତ ବେଆଇନ ବ୍ରାଉନସୁଗାର ବ୍ୟବସାୟ କରୁଥିବା ନେଇ ନିଜର ଅପରାଧ ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ନନ୍ଦନକାନନଥାନା ପୁଲିସ ଏକ ବେଆଇନ ବ୍ରାଉନ ସୁଗାର ବିକ୍ରୟଜନିତ ୧୦୭/୨୪କେଶ ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ ପ୍ରଭାତକୁ ଗିରଫକରି କୋର୍ଟଚାଲାଣ କରିଛନ୍ତି ।

 

Leave A Reply

Your email address will not be published.