ଭୁବନେଶ୍ୱର,୨୨।୯(ଏସଏସନିଉଜ)ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରେ ଉପକୂଳ ଛୁଇଁବ ବୋଲି IMD ଡିଜ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।ବିଶାଖାପାଟଣା ଗୋପାଳପୁର ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳକୁ ଆସିଲା ବେଳେ ଗଭୀର ଅବପାତର ଗତି କମିଯିବ। ଅଧିକ ସମୟ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିବାରୁ ଅଧିକ ବର୍ଷା ହେବ ବୋଲି IMD ଡିଜ କହିଛନ୍ତି। ବିଶେଷକରି ଦକ୍ଷିଣ ଓଡ଼ିଶା ଜିଲାମାନଙ୍କରେ ଅତି ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ୨୪ବେଳକୁ ଉପକୂଳରେ ବର୍ଷା କମିବ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବଡ଼ ବର୍ଷା ନେଇ ସତର୍କ କରାଇଛନ୍ତି।ସେଥିପାଇଁ ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ ୱାର୍ନିଂ, ୨୪, ୨୫ ପାଇଁ କଳାହାଣ୍ଡି,କୋରାପୁଟ, ନବରଙ୍ଗପୁର, ମାଲକାନଗିରିକୁ ରେଡ୍ ୱାର୍ନିଂ ଜାରି କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳମାନେ ସତର୍କ ରହିବେ। ଋଷିକୁଲ୍ୟା ଓ ବଂଶଧାରାରେ ଜଳସ୍ତର ବହୁତ କମ ରହିଛି, ସମସ୍ୟା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
କାଲିପାଇଁ ରେଡ୍ ଆଲର୍ଟ ଜାରି କରିଛି ପ୍ରଦର୍ଶନ।ସେଥିପାଇଁ ସମ୍ଭାବ୍ୟ ପାଣିପାଗକୁ ଦୃଷ୍ଟିରେ ପୁରୀବେଳାଭୂମିରେ ଲାଗିଛି ନାଲିପତାକା।ସମୁଦ୍ରସ୍ନାନ ପାଇଁ କଟକଣା ଲାଗୁ କରା ଯାଇଛି।କୂଳଠାରୁ ଭିତରକୁ ଯାଇ ସ୍ନାନଉପରେ ବାରଣ କରିଛି ପ୍ରଶାସନ । ନୀଳାଦ୍ରିବିଚ୍ ଠାରୁ ଶୁଭପ୍ୟାଲେସ ପର୍ଯ୍ୟନ୍ତ ୧୬ଟିଯାକ ସେକ୍ଟରରେ ନାଲିପତାକା ଲାଗିଛି।
