୨୬ରେ କଂଗ୍ରେସର ଦେଶବ୍ୟାପୀ ବିରୋଧ

0 473

ଖବର ଆଜି ସକାଳର,ତାରିଖ ୧୯/୧୦/୨୦ ସୋମବାର।
୧-ରୋମାଞ୍ଚକର ଦ୍ବିତୀୟ ସୁପର ଓଭରରେ ‌ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ।
୨-ଆଇପିଏଲ୍‌ରେ ସୁପର ଓଭର, ସନ୍‌ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ ଜିତିଲା କଲକାତା ନାଇଟ୍ ରାଇଡର୍ସ।
୩-ଲଘୁଚାପ ପ୍ରଭାବରେ ଆଜିଠୁ ୨୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ଉତର ଓ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଅନୁମାନ । ୫ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି । ସମ୍ଭାବ୍ୟ ବନ୍ୟା ନେଇ ଜଳସମ୍ପଦ ବିଭାଗ ସଜାଗ ।.
୪-ଭାରତୀୟ ସୀମାରେ ଚୀନର କ୍ଷେପଣାସ୍ତ୍ର ମାଡ଼; ଭିଡ଼ିଓ ଜାରିକଲା ଗ୍ଲୋବାଲ ଟାଇମ୍ସ।
୫-ରିପବ୍ଲିକ ଟିଭି ଉପରେ ବର୍ଷିଲା BARC: ରିପବ୍ଲିକ ଟିଭି ଗାଇଡ୍‌ଲାଇନ୍ ଉଲ୍ଲଂଘନ କରିଛି, ଏହା ନିରାଶଜନକ।
୬-ସାମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ।
୭-୫ ଖଣି ଉତ୍ତୋଳନ ଜିଲ୍ଲାରେ ସକାରାତ୍ମକ ଚିତ୍ର : କରୋନା କାଳରେ ୫୦୧ କୋଟିର ରାଜସ୍ୱ ଆଦାୟ।
୮-ସୁବିଦ୍ୟା’ରେ ୧୦ ଜିଲାର ଏସ୍‌ସି, ଏସ୍‌ଟି ହଷ୍ଟେଲ ସାମିଲ।
୯-ଟଙ୍କା ପାଇଁ କାକା-ଖୁଡ଼ିଙ୍କୁ ମିଳିମିଶି ମାରିଥିଲେ ପୁତୁରା ଝିଆରି । ବ୍ରଜରାଜନଗର ଦମ୍ପତିଙ୍କୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୁଲିସ । ୨ ପୁତୁରା ଏବଂ ୩ ଝିଆରିଙ୍କୁ ଗିରଫ ପରେ ନ୍ୟାୟିକ ପ୍ରକ୍ର୍ରିୟା ଜାରି ।
୧୦-ଦେଶର ୧୦ କ୍ଷମତାଶାଳୀ ରାଜନେତା : ଶୀର୍ଷରେ ମୋଦୀ, ରାହୁଲ ଦଶମ–ଇଣ୍ଡିଆ ଟୁଡେ ପକ୍ଷରୁ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବାକୁ ଥିବା ସ୍ବତନ୍ତ୍ର ସଂଖ୍ୟାରେ ଏହା କୁହାଯାଇଛି।
ଚମକିଲେ ୩ ଓଡ଼ିଆ ଅଧିକାରୀ।
୧୧-କରୋନାକୁ ନେଇ ଆସିଲା ଭଲ ଖବର । ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ସୁପର ମଡେଲ କରୋନା କମିଟି କହିଲା, କରୋନାର ଶୀର୍ଷ ସଂକ୍ରମଣ ଅତିକ୍ରମ କରିଛି ଭାରତ, ୨୦୨୧ ଫେବୃୟାରୀ ସୁଦ୍ଧା ସର୍ବନିମ୍ନସ୍ତରକୁ ଆସିଯିବ ସଂକ୍ରମଣ ।

୧୨-ଦେଶର କିଛି ଅଞ୍ଚଳରେ ହୋଇଛି ସାମୁଦାୟିକ ସଂକ୍ରମଣ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ।
୧୩-ଆଇପିଏଲ୍‌: ସୁପର ଓଭରରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ।
୧୪-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଟଣୀରେ ବୋମାମାଡ଼, ମହିଳାଙ୍କ ସମେତ ୨ଆହତ।
୧୫-ଫେସବୁକ୍ ଲାଇଭରେ ପରିବେଶ ମନ୍ତ୍ରୀ ଜାବଡେକରଙ୍କ ପ୍ରଦୂଷଣ ପ୍ରସଙ୍ଗ, କହିଲେ ସମସ୍ତଙ୍କ ସହଯୋଗ ଜରୁରୀ।
୧୬-ବୈଜୟନ୍ତଙ୍କ ଟ୍ୱିଟ୍ ନେଇ ଓଡ଼ିଶା ରାଜନୀତିରେ ଝଡ଼ । ଓଡିଶାର ଆଇନ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା ପରେ ବଢିଲା ଅଡୁଆ । ସ୍ପଷ୍ଟୀକରଣ ରଖିଲେ ବୈଜୟନ୍ତ ପଣ୍ଡା ।
୧୭-ବିହାର ବିଧାନସଭା ନିର୍ବାଚନ: ଜମୁଛି ‘କ୍ୟାମ୍ପେନ ସଙ୍ଗ’ ଲଢେଇ, ତେଜସ୍ୱୀଙ୍କ ଭୋଜପୁରୀ ଜବାବରେ ଆସିଲା ନିତିଶଙ୍କ ରାପ୍।
୧୮-ୟୁପି ହାଥରସ୍ ଘଟଣା ପ୍ରତିବାଦରେ ଅକ୍ଟୋବର ୨୬ରେ କଂଗ୍ରେସର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ।
୧୯-ପୂର୍ବତଟ ରେଳପଥର ସୁରକ୍ଷା ସମ୍ପର୍କିତ ସମୀକ୍ଷା : ଏବର୍ଷ ଟ୍ରେନ୍ ଦୁର୍ଘଟଣା ହୋଇନି ।
୨୦-ନୌସେନାର ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରାହ୍ମୋସ୍ ପରୀକ୍ଷଣ ସଫଳ।
୨୧-ପାକିସ୍ତାନ ମଞ୍ଚରେ ଶଶୀ ଥରୁର୍‌ଙ୍କ ବିବାଦୀୟ ବୟାନ୍: ଭାରତରେ ମୁସଲମାନଙ୍କ ସହିତ ହେଉଛି ଭେଦଭାବ, ଜମାତ୍ ବାହାନାରେ କରାଯାଇଥିଲା ଟାର୍ଗେଟ୍.।

Leave A Reply

Your email address will not be published.