୨୬ସନ୍ଧ୍ୟାରେ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୩/୫(ଏସ ଏସ ନିୟୁଜ)ବାତ୍ୟା ୟଶ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା-
ଆଜି ଘନିଭୂତ ହୋଇ ୱେଲ୍ ମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ ।ଆଗାମୀ ୧୨ ଘଣ୍ଟା ପରେ ଅବପାତର ରୂପ ନେବା ସହ ୨୪ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ।୨୬ ତାରିଖରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ପହଞ୍ଚିବା ସମ୍ଭାବାନା ରହିିିଥିବା ବେଳେ ଅତି ତୀବ୍ର ସାମୁଦ୍ରକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି।ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏହାସହିତ ୨୬ ତାରିଖ ସଂଧ୍ୟାରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା।
ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଅଧିକ ପ୍ରଭାବିତ ହେବା ସମ୍ଭାବାନା। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରଖୋର୍ଦ୍ଧା, କଟକ, ପୁରୀରେ ୨୦ ସେଣ୍ଟିମେଣ୍ଟରୁ ଅଧିକ ବର୍ଷା ହେବା ଅନୁମାନ କରାଯାଇଛି।୨୪ ତାରିଖ ସଂଧ୍ୟାରୁ ୪୦ କିମି ବେଗରେ ପବନ ବହିବା ସହ୨୬ ତାରିଖରେ ୧୦୦ରୁ ୧୧୦ ବେଗରେ ପବନ ବହିବା ସମ୍ଭାବନା ରହିିିଥିବାର କୁହାଯାାଇଛି।ବାତ୍ୟା ମୁକାବିଲା ପାଇଁ ଗ୍ରୀଡ଼କୋ ରେ ଶକ୍ତି ବିଭାଗର ଅନୁଷ୍ଟି୍ତ ଉଚ୍ଚସ୍ତରୀୟ ବୈଠକ ରେ ଗ୍ରୀଡ଼କୋ , ଓପିଡିସିଏଲ , ଟାଟା ପାୱାରର ଅଧିକାରୀ ମାନଙ୍କ ସହ ସାମିଲ ହୋଇଥିଲେ।ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବୈଠକରେ ସମୀକ୍ଷା କରିଥିଲେ।ବୈଠକ ପରେ ସମସ୍ତ କୋଭିଡ ସେଣ୍ଟର, ହସ୍ପିଟାଲକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିିିବା ସହ ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତବିଭାଗର କର୍ମଚାରୀଙ୍କ ଛୁଟି ବାତିଲ, ଗ୍ରାଉଣ୍ଡଲେଭଲରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କିଭଳି ଖାଦ୍ୟ ଓ ପାନୀୟ ଠିକଭାବେ ମିଳିବ ସେନେଇ ବ୍ୟବସ୍ଥା କରାଯାଇଛି ବୋଲି ବୈଠକପରେ ଶକ୍ତିମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

- Advertisement -

Leave A Reply

Your email address will not be published.