୩ ଦିନ ଧରି ପୁରୀରେ ଜାରି ରହିବ ୧୪୪ ଧାରା

0 290

ପୁରୀ,୨/୬(ଏସ୍‌ଏସ୍‌ନିୟୁଜ)ସ୍ନାନ ଯାତ୍ରା ପାଇଁ ୩ ଦିନ ପୁରୀରେ ୧୪୪ ଧାରା ଜାରି ହେବ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତି ହୋଇଥିବାର ଜିଲ୍ଲାପାଳ ବଲୱନ୍ତ ସିଂହ ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି। ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖିବା ସହ ସାଧାରଣଲୋକଙ୍କ ଯାତାୟତରେ ରୋକ ଲଗାଇବାପାଇଁ ୧୪୪ ଧାରା ଜାରି କରାଯାଇଛି। ଏହା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ପୁରୀ ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ପର‌୍ୟ୍ୟନ୍ତ ଲାଗୁ କରାଯିବ। କରୋନା କଟକଣା ଯୋଗୁଁ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖରେ ବି ୧୪୪ ଧାରା ଲାଗୁ କରାଯିବ । ସ୍ନାନବେଦିରେ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ନାହିଁ। ଭକ୍ତମାନେ ଘରେ ଥାଇ ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ।

Leave A Reply

Your email address will not be published.