ଆଜିର ରାଶିଫଳ

0 40

୨୦୨୩ମସିହା ନଭେମ୍ବରମାସ ୧୪ତାରିଖ ମଙ୍ଗଳବାର। ଦ୍ୟୁତ ପ୍ରତିପଦ୍, ବଳିରାଜୋତ୍ସବ, ଅନ୍ନକୂଟ, ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ଶିଶୁଦିବସ, ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ।କାର୍ତ୍ତିକ ମାସ ,ଶୁକ୍ଳ ପକ୍ଷ ,ଭୌମ ବାସ ,ତିଥି- ପ୍ରତିପଦ୍ ଦିବା ଘ୨/୨୯ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର- ଅନୁରାଧା ନକ୍ଷତ୍ର ରାତ୍ରି ଘ୩/୫୮ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ନକ୍ଷତ୍ର। ସୁର୍ଯ୍ୟୋଦୟ- ଘ୫/୫୮/୬ ,ସୂର୍ଯ୍ୟାସ୍ତ- ଘ୫/୪/୬ ,ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୨/୨୯ମି ପରେ ଉତ୍ତରଦିଗରେ। ମଙ୍ଗଳବାର ଓ ତିଥିଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଏବଂ ଦ୍ବିତୀୟାର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଦିବା ଘ୨/୨୯ମି ପରେ ବୋଇତାଳୁ ଭକ୍ଷଣ ନିଷେଧ। ଏବଂ କାର୍ତ୍ତିକ ମାସଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୨୪ମି ରୁ ଘ୮/୪୩ମି ପର୍ଯ୍ୟନ୍ତ।କାଳବେଳା ଦିବା ଘ୧୨/୫୪ମି ରୁ ଘ୨/୧୭ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୬/୪୦ମି ରୁ ଘ୮/୧୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃରୁ ଦିବା ଘ୬/୪୮ମି ମଧ୍ୟେ, ଦିବା ଘ୭/୩୬ମି ରୁ ଘ୧୧/୩ମି ମଧ୍ୟେ, ରାତ୍ରି ଘ୭/୨୭ମି ରୁ ଘ୮/୧୫ମି ମଧ୍ୟେ, ଘ୯/୩ମି ରୁ ଘ୧୧/୨୭ମିମଧ୍ୟେ, ଘ୧/୩ମି ରୁ ଘ୨/୩୯ମି ମଧ୍ୟେ, ଘ୪/୧୫ମି ରୁ ନିଶାନ୍ତ ଘ୫/୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟାସ୍ତରୁ ରାତ୍ରି ଘ୭/୨୭ମି ପର୍ଯ୍ୟନ୍ତ। ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ପାଦ ବାରପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନ। ଦିବା ଘ୨/୨୯ମି ପରେ ୨ ପାଦ ବାର ଓ ତିଥି ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋପଶୁସମ୍ପଦର ବିନାଶ। ଭୂମି ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୩/୫୮ମି ପରେ ଦଶମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ଦରିଦ୍ରା ଓ ବିଧବା। ଘୃତପୂର୍ଣ୍ଣ କାଂସ୍ୟପାତ୍ର ଶକ୍ଳବସ୍ତ୍ର ଓ ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ। ରଜଶ୍ଚକ୍ରେ ପୁତ୍ରିଣୀ। ଦିବା ଘ୨/୨୯ମି ପର୍ଯ୍ୟନ୍ତ ବାର ଓ ତିଥି ଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ ତାପରେ ବାରଦୋଷହେତୁ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ- ନାହିଁ।
ମେଷ-ଆଜି ଆପଣଙ୍କଦିନ ଆତ୍ମବିଶ୍ୱାସରେ ଭରିରହିବ, ପୁଜାପାଠରେ ଆପଣଙ୍କ ଅଧିକାମନ ଲାଗିବ, ଆପଣ ନିଜମନକୁ ଶାନ୍ତ ରଖିକରି ବିବାଦକୁ ସମାଧାନକରିବାରେ ପ୍ରୟାସକରିବେ । ବେପାର ସହ ଯୋଡି ହୋଇଥିବାବ୍ୟକ୍ତିଙ୍କୁ ନିଜକ୍ଷେତ୍ରରେ ଧନଲାଭ ମିଳିବାର ଯୋଗ ହେଉଛି, ଦୈନିକକାର୍ଯ୍ୟରେ ସଫଳତାମିଳିବାର ନଜରଆସୁଛି, ଜୀବନସାଥୀଙ୍କ ସହ ଆପଣଙ୍କସଂବନ୍ଧ ମଧୁରହେବ , ପରିବାରଲୋକଙ୍କ ସହ ନିଜ ହୃଦୟରକଥା ସେୟାର୍ କରିବେ, ରୋଜଗାରରଦିଗରେ କରାଯାଇଥିବାପ୍ରୟାସ ସଫଳହେବ, ଆଜି ଆପଣଙ୍କ ସବୁମନୋକାମନା ପୁରାହେବାର ସଂମ୍ଭାବନା ଅଛି ।
ବୃଷ-ଆଜି ଆପଣଙ୍କଦିନ ଖୁସିରେ ଭରପୁର୍ ରହିବ । କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସିଖବର ଶୁଣିବାକୁ ମିଳିପାରେ । ଯାହାଦ୍ୱାରା ଘରର ମାହୋଲ୍ ଭଲ ରହିବ । ଧନ ପ୍ରାପ୍ତିର ନୁଆ ସ୍ରୋତ ମିଳିବ, ଏହି ରାଶିର ବିଦ୍ୟାର୍ଥୀଙ୍କୁ ମନ ପୁରା ପାଠପଢାରେ ଲାଗିବ । କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ରେଜଲ୍ଟ ମିଳିବ । ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜିର ଦିନ ଭଲ ରହିବ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । ଆଜି ମନପସନ୍ଦର ଭୋଜନ ଆନନ୍ଦ ନେଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ହେବ । ବହୁତ ଦିନରୁ ଅଟକିଥିବା ପଇସା ଫେରିପାରିବେ ।
ମିଥୁନ-ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର୍ ଆସୁଛି । ଆପଣ ନିଜ ସବୁ ଅଧୁରା କାମ ପୁରା କରିପାରିବେ । ବନ୍ଧୁଙ୍କ ପୁରା ସହଯୋଗ ମିଳିପାରିବ । ଅଫିସ୍ ରେ ମାନ ସମ୍ମାନ ପ୍ରାପ୍ତି ହେବ । ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ , ଆଜି ଆପଣ ସାମ୍ନାରେ ଆସୁଥିବା ସବୁ ଚ୍ୟାଲେଞ୍ଜକୁ ଆରାମରେ ମୁକାବଲା କରିପାରିବେ । କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲା ନେବା ସମୟରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।
କର୍କଟ- ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ କଟିବ । ପରିବାର ଲୋକଙ୍କ ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ । ବନ୍ଧୁଙ୍କସହ କେଉଁଠିକୁ ପିକନିକ୍ ରେ ଯିବାର ଯୋଜନା ହୋଇପାରେ, ଏହି ରାଶିର ବିଦ୍ୟାର୍ଥୀଙ୍କୁ କଠିନ ବିଷୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, ଆପଣଙ୍କ ପଢାରେ ମନ ଭଟକିପାରେ । ଜୀବନସାଥୀଙ୍କ ସହ ଉତଥାନ ପତନ ସ୍ଥିତି ରହିଛି, ଯାହାର କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି । ଅଫିସ୍ କାମରେ ଅଧିକା ପ୍ରେସର୍ ହେବା କାରଣରୁ ଆପଣ ଚିନ୍ତିତ ରହିବେ , ଆପଣ ସବୁ କାର୍ଯ୍ୟକୁ ସମୟରେ ପୁରା କରିବାରେ ଚେଷ୍ଟା କରିବେ ।
ସିଂହ-ଆଜି ଆପଣଙ୍କ ମଧ୍ୟରେ ଉତ୍ସାହ ର୍ନଜର ଆସୁଛି, ଆପଣ ସବୁ କାର୍ଯ୍ୟ ନିଜ ପରିଶ୍ରମ ବଳରେ କରିବେ, ଜୀବନ ସାଥୀଙ୍କ ସହ ଡିନର ର ପ୍ଲାନ୍କରି ପାରନ୍ତି, କିଛି ପୁରୁଣା ବନ୍ଧୁଙ୍କ ସକ୍ଷାତ ହୋଇପାରେ, ଯାହା ଦ୍ୱାରା ପୁରୁଣା ସ୍ମୃତି ଉଜାଗର ହେବ, ବାହାନ କିଣିବାରେ ମନ ବଳାଇବେ।ଆପଣଙ୍କୁ ଜରୁରୀ କାମରେ ପରିବାର ର ପୁରା ସହଯୋଗ ମିଳୀପାରେ।
କନ୍ୟା-ଆଜି କାରୋବାର ରେ ଯୋଡି ହୋଇଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଦିନଟି ଭଲଅଛି, ଅଫିସ ସହକର୍ମୀ ଆପଣଙ୍କୁ ପୁରା ସହଯୋଗ କରିବେ, ଆପଣ ନିଜକୁ ଉର୍ଜାବାନ ଅନୁଭବ୍ ରିବେ, ଆପଣ ସବୁ ଜରୁରୀକାମ କୁ ପୁରା କରି ପରିବାର ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ, ଆପଣଙ୍କୁ ପରିଶ୍ରମର ଫଳ ମିଳିବ, ଆପଣଙ୍କ ବିଚାର ସକରାତ୍ମ ରହିବ।
ତୁଳା-ଆଜି ଆପଣ ନିଜ ପରିଶ୍ରମ ରୁ ଧନ ଲାଭ କରି ପାରିବେ, ସନ୍ତାନ ଙ୍କ ସହ ସମୟ କଟାଇ ଆପଣ ଖୁସି ଅନୁଭବ କରିବେ, ଆପଣ ନିଜ ପରିବାର ର ଦାୟିତ୍ୱ କୁ ଭଲଢଙ୍ଗ ରେ ନିଭାଇବେ, ମାନସିକ ଚିନ୍ତା ଦୁରର୍ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍କ କରିବାର ମନବଳାଇ ପାରନ୍ତି, ଅବିବାହିତ ବ୍ୟକ୍ତି ଙ୍କୁ ବିବାହ ର୍ପ୍ରସ୍ତାବ ମିଳିବ।
ବିଛା-ଆଜି ଆପଣଙ୍କ ଦିନ ଉତଥାନପତନ ଭରାରହିବ, କେଉଁ ଖାସ ବନ୍ଧୁ ଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣ ରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ର୍ଅଛି, ନହେଲେ ବଡ୍ ଅଧିକାରୀଙ୍କ ଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ।ଆପଣ କିଛି ନୁଆ କରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବିବ୍ୟକ୍ତିଙ୍କ ସହ୍ ଶାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ।
ଧନୁ-ଆଜି ବନ୍ଧୁ ଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନ୍କରି ପାରନ୍ତି, କାର୍ଯ୍ୟରେ ଜୀବନ ସାଥୀଙ୍କ ସହଯୋଗ ପ୍ରାପ୍ତିହେବ, ଯାହାଦ୍ୱାରା ଆପଣଙ୍କ ମନକୁ ଖୁସିମିଳିବ, ଏହି ରାଶିର ବ୍ୟକ୍ତି ଯିଏକି ସରକାରୀ ଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନ ମିଳିବାର ପ୍ରବଳ ଯୋଗଅଛି, ଶିକ୍ଷାକ୍ଷେତ୍ର ରେ ଯୋଡି ହୋଇଥିବା ବିଦ୍ୟାର୍ଥୀଙ୍କ ମନ ପାଠ ପଢାରେ ଲାଗିବ।ଆର୍ଥିକ ସ୍ଥିତି ମଜବୁତ୍ ହିବ, ଆୟ ର ଜରିଆ ବଢିବ, ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ
ମକର-ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାର ନଜରଆସୁଛି କାରୋବାର ରେ ଧନଲାଭ ହେବାର ଯୋଗ ଅଛି, ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହ ଖୁସିର ମୁହୁର୍ତ୍ତ ଅତିବାହିତ କରିବେ, ଆଧ୍ୟାତ୍ମିକ ପ୍ରତି ଆପଣଙ୍କ ରୁଚି ବଢିବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲରହିବ, ଚାକିରି କ୍ଷେତ୍ରରେ ସହଯୋଗି ସାହାଯ୍ୟ କରିବେ, ଅକସ୍ମାତ ଦୁର ସହର ଯାତ୍ରା କରି ପାରନ୍ତି,, ଦାମ୍ପତ୍ୟ ଜୀବନ ରେ ମଧୁରତା ଆସିବ।
କୁମ୍ଭ-ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତା ମିଲିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଆଜି ଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।
ମୀନ-ଆଜି ଆପଣଙ୍କ ଦିନ ଭଲ ରହିବ, ବନ୍ଧୁଙ୍କ ସହ ମିଶିକରି ନୁଆ କାମର ଆରମ୍ଭ କରିବେ, ସନ୍ତାନଙ୍କ କ୍ୟାରିୟର ଭଲ ଦିଗରେ ନେବାପାଇଁ ଅନୁଭବୀ ବ୍ୟକ୍ତିଙ୍କ ଉପଦେଶ ନେଇପାରନ୍ତି, ସରକାରୀ ଚାକିରି କରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କ ପ୍ରଶଂସା ମିଳିବ, ଯଦି ଆପଣ ପୁର୍ବରୁ କେଉଁଟି ପଇସା ନିବେଶ କରିଛନ୍ତି ତେବେ ଭଲ ଫାଇଦା ପାଇପାରିବେ, ପ୍ରେମ ଜୀବନରେ ଚାଲିଆସୁଥିବା ଅସୁବିଧାଗୁଡିକ ଦୁର ହୋଇଯିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.