୩ଦିନ ପରେ ବି ମିଳିପାରିନି ବ୍ୟବସାୟୀଙ୍କ ପତା

0 30

ବାରଙ୍ଗ,୨ା୮ (ଏସଏସନିଉଜ) ତ୍ରିଶୂଳିଆ ନିକଟସ୍ଥ କାଠଯୋଡ଼ିର ନେତାଜୀ ସୁବାଷସେତୁ ଉପରେ କାର ଓ ଚପଲ ଛାଡ଼ି ଜଣେ ଗୁଜୁରାଟୀ ଅନଲାଇନ୍ ଟ୍ରେଡର୍ ଯୁବକ ବୁଧବାରଠାରୁ ନିଖୋଜ ହୋଇଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ପତା ମିଳିପାରିନାହିଁ।ନିଖୋଜ ବ୍ୟବସାୟୀ ହେଉଛନ୍ତି ତୁଷାର ଭଟ୍ଟ(୩୦)। ତାଙ୍କ ନିଖୋଜ ସଂକ୍ରାନ୍ତରେ ପତ୍ନୀ ବାରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୨/୨୪କେସ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରକାସ ଯେ, ଗୁଜୁରାଟର ତୁଷାର ଭଟ୍ଟ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ। ସେ ବ୍ୟାଙ୍କ ଚାକିରିଛାଡ଼ି ଅନଲାଇନ୍ ଟ୍ରେଡିଂ ଆରମ୍ଭ କରିଥିଲେ।ବୁଧବାରଦିନ ପ୍ରାୟ ୨ଟାବେଲେ କାରନେଇ ଘରୁଆସି ଆଉ ଫେରିନଥିଲେ।ବୁଧବାରରାତିରେ ସୁବାଷସେତୁ ଉପରେ ଏକ ଜିଜେ୧୬-ବିଜି-୦୨୭୮ନଂ କାରଟି ଦୀର୍ଘସମୟ ଧରିପାର୍କିଂ ହୋଇଥିବା ସହ ହଲେ ଚପଲ ଥୁଆହୋଇଥିବା ଦେଖି ସନ୍ଦେହରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।ପୋଲିସ କାର ନମ୍ୱର ଆଧାରରେ ପରିଚୟ ପାଇ ନିଖୋଜ ତୁଷାର ଭଟ୍ଟଙ୍କ ପତ୍ନୀ ଏଲିନାଙ୍କୁ ଜଣାଇଥିଲେ।ଏଲିନା ଆସି ଗାଡ଼ି ଓ ଚପଲକୁ ଚିହ୍ନଟ କରି ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ପୋଲିସ ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିଶମ ବାହିନୀକୁ ସାଙ୍ଗରେ ନେଇ କାଠଯୋଡ଼ିନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ପତାପାଇପାରିନାହିଁ ।ଯାହାଫଳରେ ତୁଷାର କାଠଯୋଡ଼ିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ ଏହି ଘଟଣା ଉପରୁ ପରଦା ଉଠିପାରିନାହିଁ।

 

Leave A Reply

Your email address will not be published.