ଅଗଷ୍ଟମାସ ୦୪ତାରିଖ ୨୦୨୬ମସିହା(ମଙ୍ଗଳବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀ ରାତ୍ରି ଘ୦୯/୫୩ ଗତେ ସପ୍ତମୀ,ନକ୍ଷତ୍ର-ରେବତୀରାତ୍ରି ଘ୧୦/୨୫ଗତେ ଅଶ୍ୱିନୀ,ସୂର୍ୟୋଦୟ-ପ୍ରାତଃ ଘ୦୫/୨୬/୫୯,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୯ /୦୩,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୫୩ ଗତେ ବୟବ୍ୟେ,ଧନୁ ରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ରାତ୍ରି ଘ୦୯/୫୩ଗତେ ଦ୍ଵିପାଦ ପୁଷ୍କରଦୋଷ,କାଳବେଳା-ଦିବାଘ୦୧/୩୦ଗତେ ଘ୦୩/୦୭ମଧ୍ୟେ,ବାରବେଳା- ଦିବା ଘ୦୭/୦୧ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୦୭/୫୦ଗତେ ଘ୧୦/୧୫ମଧ୍ୟେ ଓ ଘ୧୨/୪୦ଗତେ ଘ୦୧/୨୯ମଧ୍ୟେ ଓ ଘ୦୩/୦୨ଗତେ ଘ୦୪/୩୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ନିମ୍ବ ରାତ୍ରି ଘ୦୯/୫୩ଗତେ ତାଳଭକ୍ଷଣ ନିଷେଧ।
ମେଷ:-ଆଜିଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭଖବର ପାଇବେ।
ବୃଷ:-ଆଜି ନିଜେ ଜୀବନରେ କିଛି କରିବାପାଇଁ ମନରେ ନୂଆନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭପାଇବେ।ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତିଆସିବ;ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ।ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କଲାଗି ସବୁ ଦୃଷ୍ଟିରୁ ଭଲ।ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରିପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି।ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧିହେବ।ବନ୍ଧୁବାନ୍ଧବଙ୍କ ସହିତ ଖୁସିବାଣ୍ଟିବେ।ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟବ୍ୟବହାର ରେ ସବୁକାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ।ନୂଆନୂଆ ଲୋକଙ୍କ ସହିତ ଯୋଗାଯୋଗହେବ।କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହକରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା:-ଆଜି କୌଣସିକାର୍ଯ୍ୟକୁ ନୂଆକରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।
ଧନୁ:-ଆର୍ଥିକ ଲାଭପାଇଁ ଭଲ ଦିନଟିଏ।କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାଲାଗି ବଜାରକୁ ଯିବେ।ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର:-ପରିବାରରେ ଏକତା ଓ ପ୍ରେମ ବଢ଼ିବ।ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ
ସ୍ଥିତି ପୂର୍ବ ଅପେକ୍ଷା ମଜଭୁତହେବ।ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
କୁମ୍ଭ:-ପିତାଙ୍କକହିବା ମାର୍ଗରେ ଚାଲନ୍ତୁ,ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:-ଆଧୢାତ୍ମିକ ଭାବନାରେ ସମୟବିତିବ।ବିଭିନ୍ନ କ୍ଷେତ୍ରରେ ଜ୍ଞାନଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ।ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।

ଅଟା ଡ୍ରାଇଫ୍ରୁଟ୍ସଲଡୁ ଏକ ପାରମ୍ପରିକ ଏବଂ ପୌଷ୍ଟିକ ଭାରତୀୟ ମିଠା। ଏହା ଗହମଅଟା,ଦେଶୀଘିଅ ଏବଂ ବିଭିନ୍ନପ୍ରକାରର ଡ୍ରାଇଫ୍ରୁଟ୍ସରେ ପ୍ରସ୍ତୁତ କରାଯାଏ। ବିଶେଷକରି ଶୀତଋତୁରେ ଏହା ବହୁତପସନ୍ଦ କରାଯାଏ,କାରଣ ଏହା ଶରୀରକୁ ଶକ୍ତି ଓ ଉଷ୍ମତା ପ୍ରଦାନକରେ।ଏହାର ସ୍ୱାଦ ବହୁତ ସୁସ୍ୱାଦୁ ଏବଂ ହାଲୁକା କୁରୁକୁରିଆ ହୋଇଥାଏ।
🌰 -:ଆବଶ୍ୟକ ସାମଗ୍ରୀ:-ଗହମଅଟା-୨କପ୍
ଶୀଘିଅ-୧କପ୍
ଗୁଣ୍ଡ ଚିନି କିମ୍ବା ବୁରା-୧କପ୍
ବାଦାମ-¼ କପ୍ (କଟା)
କାଜୁ- ¼ କପ୍ (କଟା)ପିସ୍ତା-୨ ବଡ଼ଚାମଚ,ଶୁଖିଲା ନଡ଼ିଆ କୋରା-୨ ବଡ଼ ଚାମଚ,ଗୁଜୁରାତି(ଏଲାଚୀ)ଗୁଣ୍ଡ -½ ଛୋଟଚାମଚ ସଜାଇବାପାଇଁ କିଛି କାଜୁ ଓ ବାଦାମ
👩🍳 -:ପ୍ରସ୍ତୁତି ପ୍ରଣାଳୀ:-
1.ଏକ କଡ଼ାଇରେ ଘିଅ ଗରମ କରନ୍ତୁ।
2.ସେଥିରେ ଗହମ ଅଟା ପକାଇ ଧୀର ଆଞ୍ଚରେ ଲଗାତାର ଘାଣ୍ଟୁଥାନ୍ତୁ ଏବଂ ସୁନାଲି ରଙ୍ଗ ଓ ସୁନ୍ଦର ସୁଗନ୍ଧ ଆସିବା ପର୍ଯ୍ୟନ୍ତ ଭାଜନ୍ତୁ।
3.ଅଟା ଭଲଭାବେ ଭାଜି ହେଲେ ସେଥିରେ କଟା ବାଦାମ, କାଜୁ, ପିସ୍ତା ଏବଂ ଶୁଖିଲା ନଡ଼ିଆ ପକାଇ ଆଉ ୨–୩ ମିନିଟ୍ ଭାଜନ୍ତୁ।
4.ମିଶ୍ରଣକୁ ଅଳ୍ପ ଥଣ୍ଡା ହେବାକୁ ଦିଅନ୍ତୁ।
5. ଏବେ ସେଥିରେ ଗୁଣ୍ଡ ଚିନି ଓ ଏଲାଚୀ ଗୁଣ୍ଡ ମିଶାଇ ଭଲଭାବେ ଘାଣ୍ଟନ୍ତୁ।
6.ମିଶ୍ରଣ ହାତରେ ଧରିବା ଭଳି ଉଷ୍ଣ ଥିବାବେଳେ ନିଜ ପସନ୍ଦ ଅନୁଯାୟୀ ଆକାରର ଲଡୁ ବାନ୍ଧନ୍ତୁ।
7.ଉପରେ କାଜୁ ଓ ବାଦାମ ଲଗାଇ ସଜାନ୍ତୁ।
💡-:ପରାମର୍ଶ:-ଅଧିକ ପୌଷ୍ଟିକ କରିବା ପାଇଁ ଏଥିରେ ଗୋନ୍ଦ, ମଖାନା କିମ୍ବା ଅଳସୀ ବିହନ ମିଶାଇ ପାରିବେ।ଯଦି ଲଡୁ ବାନ୍ଧିବାରେ ଅସୁବିଧା ହୁଏ, ତେବେ ଅଳ୍ପ ଗରମଘିଅ ଆଉ ମିଶାନ୍ତୁ।
ଏୟାରଟାଇଟ୍ ଡବାରେ ରଖିଲେ ୧୫-୨୦ଦିନ ପର୍ଯ୍ୟନ୍ତ ଭଲ ରହିଥାଏ।
🌟 -:ସ୍ୱାଦ ଓ ଉପକାରିତା:-ଶରୀରକୁ ପ୍ରଚୁର ଶକ୍ତି ପ୍ରଦାନ କରେ।
ପିଲା ଓ ବଡ଼-ଉଭୟଙ୍କ ପାଇଁ ପୌଷ୍ଟିକ।ଶୀତ ଋତୁରେ ଶରୀରକୁ ଉଷ୍ମ ରଖିବାରେ ସହାୟକ।ଡ୍ରାଇଫ୍ରୁଟ୍ସ ଥିବାରୁ ଏହା ପ୍ରୋଟିନ୍,ଫାଇବର ଏବଂ ସ୍ୱାସ୍ଥ୍ୟକରଚର୍ବି (ହେଲ୍ଥି ଫ୍ୟାଟ୍)ର ଏକ ଭଲ ଉତ୍ସ।
ଆଜିର ରାଶିଫଳ
Prev Post
Next Post
