ଦିନରେ କରୁଥିଲେ ଚୋରି

ଧରାପଡିଲେ ୫ମହିଳା

ମେଣ୍ଢାଶାଳ,୩।୮(ଏସଏସନିଉଜ)ପୋଲିସ ଏକ ଚୋରି ଘଟଣାରେ
୫ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିବା ସହ ଚିରି ସାମଗ୍ରୀ ବୋଝେଇ ଅଟୋକୁ ଜବତକରିଛି।ଗିରଫ ହୋଇଥିବା ୫ଜଣମହିଳା ହେଉଛନ୍ତି ଶିଖରଚଣ୍ଡୀ ବସ୍ତିରେ ରହୁଥିବା ଡି.ରାଜେଶ୍ ରାଓ(୩୦)ଜି.ପାର୍ବତୀ (୪୫)ଜି. ନୀଳ(୩୮)ଏସ ଲକ୍ଷ୍ମୀ ରେଡ୍ଡୀ(୪୫)ଏମ ସାବିତ୍ରୀ ରେଡ୍ଡୀ(୩୫)।
ପ୍ରକାଶଯେ, ସଂଗ୍ରାମ କେଶରୀ ପାହାଡ଼ସିଂହ ନାମକ ଯୁବକ ପରିବାର ସହ ଦାରୁଠେଙ୍ଗ ଗ୍ରାମରେ ରହୁଥିବାବେଳେ,ସେହି ଗାଁରେ ତାଙ୍କର ଏକ ଅଶୋକ ଲେଲ୍ୟାଣ୍ଡର ଷ୍ଟକୟାର୍ଡ ରହିଛି,ସୋମବାର ପ୍ରାତଃ ସମୟରେ ଏହି ମହିଳାମାନେ ତାଙ୍କ ଅନୁମତି ବିନା ଷ୍ଟକୟାର୍ଡରେ ପଶି କିଛି ଯାନ୍ତ୍ରିକ ଉପକରଣ ଚୋରୀ କରିବା ସହ ସେଗୁଡିକୁ ଏକ ଅଟୋ ଯୋଗେ ନେଇ ପଳାଇବାଲାଗି ପ୍ରୟାସ କରୁଥିବାବେଳେ ସଂଗ୍ରାମ ସେମାନଙ୍କୁ ଦେଖିନେଇଥିଲେ,ପରେ ସେ ପାଟିକରି ଡାକପକାଇବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳାମାନଙ୍କୁ କାବୁ କରି ପିସିଆର ଜିମା ଦେଇଥିଲେ।ପୋଲିସ ସଂଗ୍ରାମଙ୍କ ଅଭିଯୋଗ ଆଧାରରେ ୪୦୬/୨୬କେସ ନମ୍ବରରେ ଏକ ମାମଲା ରୁଜୁକରି ତଦନ୍ତ କରିବାସହ ନିମ୍ନୋକ୍ତ ପାଞ୍ଚଜଣଙ୍କୁ ଗିରଫକରିବା ସହ ଚୋରି ସାମଗ୍ରୀ ନେଉଥିବା ଅଟୋକୁ ଜବତ କରିଥିଲେ।

- Advertisement -

Leave A Reply

Your email address will not be published.