କଟକ,୪।୮(ଏସଏସନିଉଜ)ସ୍ୱଚ୍ଛ ଓ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରିବା ସହ ପିଏମ୍ ସୂର୍ଯ୍ୟଘର,ମାଗଣା ବିଜୁଳି ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଟିପିସିଓଡିଏଲ (TPCODL)ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ‘ସୋଲାରରଥ’ର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ସୋଲାରରଥକୁ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ କଟକ ଜିଲ୍ଲାର ବିଭିନ୍ନ ବ୍ଲକଅଞ୍ଚଳ ପରିଦର୍ଶନ କରି ଘର ଛାତଉପରେ ସୌର ଶକ୍ତି ପ୍ରକଳ୍ପ ସ୍ଥାପନର ସୁବିଧା, ପିଏମ୍ ସୂର୍ଯ୍ୟଘର,ମାଗଣା ବିଜୁଳି ଯୋଜନା ଅଧୀନରେ ମିଳୁଥିବା ସରକାରୀ ସହାୟତା ଏବଂ ସହଜ ସ୍ଥାପନ ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କୁ ସଚେତନକରିବ।ଏଥିସହ ‘ସୋଲାରସାଙ୍ଗ,ଦଳ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ପ୍ରଶ୍ନର ଉତ୍ତରଦେବା ସହ ସ୍ୱଚ୍ଛ,ନିର୍ଭରଯୋଗ୍ୟ ଓ ସୁଲଭ ସୌରଶକ୍ତି ଗ୍ରହଣପାଇଁ ପ୍ରୋତ୍ସାହିତ କରିବେ।ସୋଲାରରଥ’ ଅଭିଯାନ ମାଧ୍ୟମରେ ପିଏମ୍ ସୂର୍ଯ୍ୟଘର,ମାଗଣା ବିଜୁଳିଯୋଜନାର ସୁବିଧାସମ୍ପର୍କରେ ସଚେତନତା ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚିବ।ଅଧିକରୁ ଅଧିକ ପରିବାରକୁ ସୋଲାର ସୁବିଧା ନେବାପାଇଁ ଉତ୍ସାହିତ କରିବାସହ ନବୀକରଣଯୋଗ୍ୟ ଶକ୍ତିର ବିକାଶକୁ ଆହୁରି ସୁଦୃଢ଼ କରିବବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ)ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏହିରଥର ଶୁଭାରମ୍ଭ ଅବସରରେ ଯୋଗଦେଇ କହିଥିଲେ ଯେ,ଏହିରଥ ଗ୍ରାମାଞ୍ଚଳରେ ବୁଲିବାଦ୍ଵାରା ବ୍ୟାପକ ସଚେତନତା ସୃଷ୍ଟିକରିବା ସହ ଅଧିକରୁ ଅଧିକ ଉପଭୋକ୍ତା ଉକ୍ତ ଯୋଜନାର ଲାଭ ଉଠାଇପାରିବେ,ଟିପିସିଓଡିଏଲ (TPCODL) ପକ୍ଷରୁ ‘ମୋଛାତ, ମୋସଞ୍ଚୟ’,ପିଏମ୍ ସୂର୍ଯ୍ୟଘର ଗ୍ରାମସଭା ଏବଂ ‘ସୋଲାରରଥ’ପରି ବିଭିନ୍ନ ସଚେତନତାକାର୍ଯ୍ୟକ୍ରମ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ଘରୋଇ ସୌରଶକ୍ତିର ସୁବିଧା,ଯୋଜନାରେ ସାମିଲହେବାର ପ୍ରକ୍ରିୟା ଏବଂ ସରକାରୀସହାୟତା ସମ୍ପର୍କରେ ଅବଗତ କରାଯାଉଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ଇଂ ଶ୍ରୀ ଅମରଜିତ୍ ପଟ୍ଟନାୟକ ସୂଚନାଦେବା ସହ ନିର୍ବାହୀଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାରମହାନ୍ତି,କର୍ପୋରେଟ ଯୋଗାଯୋଗ ମୁଖ୍ୟ,ଗୌରୀମହାନ୍ତିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
