୫.୮.୨୬(ବୁଧବାର)ଅଦ୍ଯ କର୍କଟ ଦି୨୦ନ,ଶ୍ରାବଣ କୃଷ୍ଣ ସପ୍ତମୀ ଦ୩୮।୦୦ ରାଘ ୮।୩୯,ଅଶ୍ବିନୀ ଦ୪୧।୧୦ ରାଘ ୯।୫୫,ମେଷ ଚନ୍ଦ୍ର ଦ୬୦।
କର୍କଟ ଦ୩/୧୭/୪୦ ଇଂଘ ୫/୨୬/୦ ଗତେ ଉଦୟ।ମକର ଦ ୨/୫୮/୪୫ ଇଂଘ ୬/୧୭/୩୪ଗତେ ଅସ୍ତ।ଯୋଗିନୀ ବାୟବ୍ୟେ । ରାତ୍ରି ଘ୮।୩୯ ଗତେ ଐଶାନ୍ୟେ।ଯାତ୍ରା ଶୁଭ । ବାୟୁବ୍ଯେ ପଶ୍ଚିମେ ନୈରତେ ଯାତ୍ରା ନାସ୍ତି।ଅଦ୍ଯ ଦେବତା ଗଠନ, ନୌକାଗଠନ ଓ ଚାଳନ,ଔଷଧିକରଣ ଓ ଭକ୍ଷଣ, ତୈଳରନ୍ଧନ,ହଳପ୍ରବାହ ଓ ବୀଜବପନ,ବାଣିଜ୍ୟକରଣ, ନାମକରଣ ଓ ଦୀକ୍ଷାଗ୍ରହଣ,ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି।ମେଷରାଶିର ଘାତଚନ୍ଦ୍ର।କର୍କଟ ରାଶିର ଘାତବାର,ରାତ୍ରି ଘ୯ ।୫୫ ଗତେ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ବାତୀଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଏ, ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। ଦିବା ଘ୮।୩୮ଗତେ ଘ୧୦।୧୪ମଧ୍ୟେ କାଳବେଳା,ଘ୧୧।୫୦ ଗତେ ଘ୧।୨୬ ମଧ୍ୟେ ବାରବେଳା।ରାତ୍ରି ଘ୨।୩୮ଗତେ ଘ୪।୨ ମଧ୍ୟେ କାଳରାତ୍ରି।ମୃତେ ରାତ୍ରି ଘ୮।୩୯ ମଧ୍ୟେ ପାଦଦୋଷ,ଫଳଂ ପଶୁହାନି ।ଅନ୍ନଦାନ, ରଜଶ୍ଚକ୍ରେ କୁଳଟା । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ତାଳ ରାତ୍ରି ଘ୮।୩୯ ଗତେ ନାରିକେଳ( ନଡ଼ିଆ) ଭକ୍ଷଣ ନିଷେଧ ।ଅମୃତ- ଦିବା ଘ୭।୩ ମଧ୍ୟେ ଘ୧୧।୫୧ଗତେ ଘ୧।୨୭ ମଧ୍ୟେ ରାତ୍ରି ଘ୭।୬ଗତେ ଘ୯ ।୩୦ ମଧ୍ୟେ ଘ୨।୧୮ଗତେ ଘ୫।୨୭ମଧ୍ୟେ (ମାହେନ୍ଦ୍ର)- ଦିବା ଘ୩।୫୧ଗତେ ଘ୫।୨୭ ମଧ୍ୟେ ରାତ୍ରି ଘ୯।୩୦ଗତେ ଘ୧୧।୬ ମଧ୍ୟେ ।
ମେଷ:-ନୂଆ ଅନୁଭବ ମିଳିବ। ଅଧିକାରୀଙ୍କ ସହିତ ସ୍ବତନ୍ତ୍ର ବିଷୟରେ ଆଲୋଚନା ହେବ। ଦାଂପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
ବୃଷ:-କାମ ସହିତ ଆହ୍ବାନ ବି ଅଧିକ ହୋଇପାରେ।ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନ ରଖନ୍ତୁ। ପ୍ରେମୀ ଯୁଗଳଙ୍କଲାଗି ଦିନଟି ବଢ଼ିଆ ରହିବ।
ମିଥୁନ:-ସଫଳତାର ନୂଆପାହାଚରେ ପାଦ ରଖିବେ।ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ।ରାଜନୀତିକ ଲୋକମାନଙ୍କଲାଗି ବିଦେଶଯାତ୍ରାର ସୁଯୋଗ।
କର୍କଟ:- ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଆପଣ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରିପାରନ୍ତି।ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ।
ସି˚ହ:-ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ଭାଗ୍ୟ ଆପଣଙ୍କୁ ସାଥ ଦେବ। ସ୍ଥଗିତ କାମ ପୂରାହେବ। ଘରକୁ କୌଣସି ମିତ୍ର ଆସିପାରନ୍ତି।
କନ୍ୟା:- ବନ୍ଧୁମାନଙ୍କ ସହ ମିଳିତ ହୋଇ କାମ କରନ୍ତୁ; ଲାଭ ହେବ। ସୁସମ୍ବାଦ ପାଇବେ।ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।
ତୁଳା:-ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।ଆପପାଖର ଲୋକମାନଙ୍କ ସହିତ ଉଦାର ରହିବେ। ଅଫିସରେ ନୂଆ କାମର ଦାୟିତ୍ବ ପାଇବେ।
ବିଛା:-ସାରାଦିନ ଆପଣ ଉତ୍ସାହିତ ରହିବେ। ସମାଜରେ ଗରିମା ବଢ଼ିବ। ସରକାରୀ ଚାକିରିଆଙ୍କୁ ଧନଲାଭ ହୋଇପାରେ।
ଧନୁ:-ମନରେ ସକରାତ୍ମକ ଭାବନା ରହିବ। ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ।କୌଣସି ସମାରୋହକୁ ଯାଇପାରନ୍ତି। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ।
ମକର:-ଉତ୍ସାହ ସହିତ କାମ କରିବେ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହେବ।ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।
କୁମ୍ଭ:-ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଆମଦାନିର ନୂଆ ଅବସର ପାଇବେ। ସନ୍ଧ୍ୟାରେ ଘରେ ସମାରୋହ ପାଇଁ ଯୋଜନା କରିପାରନ୍ତି।
ମୀନ:- ଆଧ୍ଯାତ୍ମିକ ଭାବନାରେ ସମୟ ବିତିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ।ବେପାରିବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ। ପ୍ରେମରେ ସଫଳତା ମିଳିବ।
ଆଜିର ରାଶିଫଳ
Prev Post
