୨୦୨୬ମସିହା, ସେପ୍ଟେମ୍ବରମାସ,୨୩ତାରିଖ, ବୁଧବାର, ଶ୍ରୀମନ୍ଦିରେ ଓ ସର୍ବ ସମ୍ମତ ବାମନଜନ୍ମ, ସୁନିଆଁ, ଅ୭୧ଙ୍କ, ୧୪୩୪ସାଲ ଆରମ୍ଭ, ଗରୁଡ ପାର୍ଶ୍ବପରିବର୍ତ୍ତନ, ବୈଷ୍ଣବ ସମ୍ମତ ଏକାଦଶୀ, ବିଜୟା ମହାଦ୍ବାଦଶୀ, ମହତୀ ଦ୍ବାଦଶୀ ସ୍ନାନ, ଶକ୍ରୋତ୍ଥାପନ ଇନ୍ଦ୍ରଧ୍ବଜପୂଜା, ପୂଜାପଣ୍ଡା ନିଯୋଗ ପକ୍ଷରୁ ସୁନିଆଁଭୋଗ,ସମଦିବସ, ଶ୍ରୀଭୁବନେଶ୍ବରୀ ଜୟନ୍ତୀ,ଋତୁ- ଶରତଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୮/୩୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୯/୦,ଭାଦ୍ରବମାସ, ଶୁକ୍ଳପକ୍ଷ ,ପଣ୍ଡିତବାସ,ତିଥି- ଦ୍ବାଦଶୀ ରାତ୍ରି ଘ୧୦/୩୪ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ଦିବା ଘ୯/୩୯ମି ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ।ସୁକର୍ମାଯୋଗ ସନ୍ଧ୍ୟା ଘ୫/୩୨ମିପର୍ଯ୍ୟନ୍ତ ତଦନ୍ତେ ଧୃତିଯୋଗ,କରଣ- ବବକରଣ ଦିବା ଘ୧୦/୧ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ରାତ୍ରି ଘ୧୦/୩୪ମି ପର୍ଯ୍ୟନ୍ତାସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୧୦/୩୪ମିପରେ ଦକ୍ଷିଣ ଦିଗରେ । ଅଗନ୍ତଵ୍ୟତିଥି, ପାପସପ୍ତ ଦୋଷ ହେତୁ ରାତ୍ରି ଘ୧୦/୩୪ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ,ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ, ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, କର୍କଟ,କନ୍ୟା, ବିଛା, ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୧୦/୨୧ମି ପରେ ମେଷ, ବୃଷ, ସିଂହ, କନ୍ୟା, ତୁଳା,ଧନୁ, ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ସିଂହ ରାଶିର ଏବଂ ରାତ୍ରି ଘ୧୦/୨୧ମି ପରେ ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ଘାତବାର-କର୍କଟ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୯/୩୯ମି ପରେ ୨।୪।୬।୮।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ- ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ପୂତିକା (ପୋଇଶାଗ), ରାତ୍ରି ଘ୧୦/୩୪ମି ପରେ ବାର୍ତ୍ତାକୀ (ବାଇଗଣ) ଭକ୍ଷଣ ନିଷେଧ।ଅଶୁଭ ବେଳା-(କାଳବେଳା) ଦିବା ଘ୮/୩୯ମି ରୁ ଘ୧୦/୮ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୧୧/୩୭ମି ରୁ ଘ୧/୬ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୨/୩୯ମି ରୁ ଘ୪/୧୦ମି ପର୍ଯ୍ୟନ୍ତ।ଶୁଭବେଳା- (ଅମୃତବେଳା) ସୂର୍ଯ୍ୟୋଦୟରୁ ଦିବା ଘ୬/୨୮ମି ମଧ୍ୟେ, ଘ୭/୧୭ମି ରୁ ଘ୮/୫ମି ମଧ୍ୟେ, ଘ୧୦/୨୯ମି ରୁ ଘ୧୨/୫୩ମି ମଧ୍ୟେ, ରାତ୍ରି ଘ୬/୨୦ମି ରୁ ଘ୭/୮ମି ମଧ୍ୟେ, ଘ୮/୪୪ମି ରୁ ଘ୩/୮ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ଦିବା ଘ୧/୪୧ମି ରୁ ଘ୪/୫ମି ପର୍ଯ୍ୟନ୍ତ,ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ରାତ୍ରି ଘ୧୦/୩୪ମି ମଧ୍ୟେ ୧ ପାଦ ତିଥି ପୁଷ୍କରଦୋଷ।ଫଳଂ ଗୋପଶୁ ସମ୍ପଦର ହାନି।ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସ୍ତ୍ରୀ ବିଧବା।ଶାନ୍ତି କରଣୀୟ । ଦିବା ଘ୯/୩୯ମି ପରେ ସର୍ବ ସମ୍ପନ୍ନା (ଶୁଭ) ଶୁଭକର୍ମ- ରାତ୍ରି ଘ୯୪୦ ଗତେ ଧନିଷ୍ଠାନକ୍ଷତ୍ରେ – ନାମକରଣ, ଅନ୍ନପ୍ରାଶନ, କ୍ରୟ ବାଣିଜ୍ୟକରଣ, ନବବସ୍ତ୍ରାଳଙ୍କାରଧାରଣ, ନୂତନ ଯାନାରୋହଣ, ନବଦୋଳାଦ୍ୟା ରୋହଣ,ନାଟ୍ୟାରମ୍ଭ, ନବଶଯ୍ୟାଦ୍ୟୁ ପଭୋଗ(ଅରୁଣୋଦୟ)ଭୂମିପୂଜା, ଗୁହାରମ୍ଭ,ଗୃହପ୍ରଦେଶ,ନିର୍ବନ୍ଧ, କଳାଶୟ ଆରମ୍ଭ, ଦେବତାଗଠନ ଓ ପ୍ରତିଷ୍ଠା, ଅନ୍ନପ୍ରାଶନ,ନାମକରଣ, ବିଦ୍ୟାରମ୍ଭ,ଦୀକ୍ଷାଗ୍ରହଣ, ନବବସ୍ତ୍ର ପରିଧାନ,ନବାନ୍ନ, ବାଣିଜ୍ୟ କରଣ,ରାଜଦର୍ଶନ,ଔଷଧକରଣ, ବ୍ୟବସାୟରେ ନୂତନ ଖାତା ଆରମ୍ଭ(ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)
🐐ମେଷ👉ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହାଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା ହେବନାହିଁ। ସାହିତ୍ୟ, ରଚନାମତ୍କ କାର୍ଯ୍ୟ, ପ୍ରତିଯୋଗିତାରେ ସଫଳତାମିଳିବ। ଋଣ ପରିଶୋଧର ଦୁଶ୍ଚିନ୍ତାରେ ସାମୟିକ ଚିନ୍ତିତ ରହିପାରନ୍ତି।
🐂ବୃଷ👉ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ଫେରନ୍ତା ବାଟରେ ସାଧାରଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ ସ୍ଥଗିତ କାମକୁ ସମ୍ପନ୍ନ କରିବେ, କିନ୍ତୁ ବ୍ୟବସାୟିକ କ୍ଷେତ୍ର ସମସ୍ୟାବହୁଳ ରହିବ। ଅଧିକାଂଶ ସମୟ ଘର ସାଜସଜ୍ଜାରେ କିମ୍ବା ନିର୍ମାଣରେ ସମୟ ଅତିବାହିତ କରିପାରନ୍ତି।
👩❤️👨 ମିଥୁନ👉ସବୁ ସୁବିଧା ଥାଇ ମଧ୍ୟ ପରିବାରରେ ସମସ୍ୟା ଲାଗି ରହିବା ଯୋଗୁ କେତେକ କାମ ଅଟକି ରହିଯିବ। କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବେ। ହୋଟେଲ,ଛୋଟଦୋକାନୀ, ଲାଭବାନ୍ ହେବେ। ପୂର୍ବ ବିବାଦରୁ ଗୃହ,ଭୂମି, ଗାଡିମୋଟର ସମ୍ପର୍କୀୟ ସମସ୍ୟା ଆସିବ। ପିଲାଙ୍କ ସମସ୍ୟାକୁନେଇ ବିରସ ମନରେ ରହିପାରନ୍ତି।
🦀କର୍କଟ👉ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବା ଯୋଗୁ ମନସ୍ତାପ କରିପାରନ୍ତି। ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ସହ ଯୋଗାଯୋଗ କରିବେ। ଗତକାଲିର ଯୋଜନାକୁ ଠିକ୍ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ବ୍ୟବସାୟ, ପରିବହନ ଏବଂ ଆନୁଷ୍ଠାନିକ କାମରେ ଅସୁବିଧା ହେବନାହିଁ।
🦁 ସିଂହ👉କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ଼ ଚେଷ୍ଟା କରିପାରନ୍ତି। ତଥାପି କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତା ଯୋଗୁ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
🧕କନ୍ୟା👉ବିଭିନ୍ନ ପ୍ରକାରର ସମସ୍ୟା କାରଣରୁ ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିବ। ଦୂରସ୍ଥ ଆମତ୍ୀୟଙ୍କ ଅଶୌଚ ଖବର ଶୁଣି ବିସ୍ମିତ ହୋଇପାରନ୍ତି। ଆଜିର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରା ବିଳମ୍ବିତ ହୋଇପାରେ। ନିଜ ପରିବେଶରେ ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
⚖️ତୁଳା👉କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରୁ ଅର୍ଥ ଲାଭ ହେତୁ ଖୁସି ରହିବେ। ହିତୈଷୀ ବନ୍ଧୁଙ୍କ ମଧ୍ୟସ୍ଥତାରେ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ।
🦂ବିଛା👉ପରୋକ୍ଷଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ଦ୍ୱାରା କାର୍ଯ୍ୟରେ ବିଳମ୍ବ ଘଟିବାର ଆଶଙ୍କା ରହିଛି। ସଭାସମିତିକୁ ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସାହିତ୍ୟ ଚର୍ଚ୍ଚା, ନୂତନ ବନ୍ଧୁତ୍ୱ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଭୃତିରୁ ସଫଳତା ପାଇବେ।
🏹ଧନୁ👉ଭୁଲ୍ ବୁଝାମଣା କାରଣରୁ ପରିବାରର ସଦସ୍ୟମାନେ ଆପଣଙ୍କୁ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି। ନିଜର ପ୍ରିୟ ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧରେ କଥା କହିପାରେ। ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କ ଦ୍ୱାରା ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ।
🐊ମକର👉ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ସାଙ୍ଗକୁ ଅର୍ଥ ପ୍ରାପ୍ତିର ଆଶା ପୂରାମାତ୍ରାରେ ରହିଛି। ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ମତାନ୍ତରଜନିତ ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ସହ ବୁଝାମଣା ଠିକ୍ ରହି ନ ପାରେ। ଚେଷ୍ଟା କରୁଥିବା କାମରେ ଉଚ୍ଚବର୍ଗଙ୍କ ସହାୟତା ପାଇବାର ସୂଚନା ରହିଛି।
🏺କୁମ୍ଭ👉କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମଟି ଅଟକି ରହିବ ନାହିଁ। ପରୋକ୍ଷ ଭାବରେ ଶତ୍ରୁତା କରୁଥିବା କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ହଠାତ୍ ଯାତ୍ରା କରିବାକୁ ଯିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡ଼ିପାରେ। ପାରିବାରିକ ସ୍ତରରେ ଘଟଣାଚକ୍ରରେ ପଡ଼ି ମିଥ୍ୟା କହିବାକୁ ବାଧ୍ୟ ହୋଇପାରନ୍ତି।
🐟ମୀନ👉ପଡ଼ୋଶୀ କିମ୍ବା ନିଜ ଆମତ୍ୀୟମାନଙ୍କଠାରୁ ଅଯାଚିତ ଭାବେ ସହାୟତା ପାଇ କାମ ହାସଲ କରିବେ। ସହକର୍ମୀଙ୍କୁ କଟୁକଥା ପ୍ରୟୋଗ କରି ସୁସମ୍ପର୍କ ହରାଇପାରନ୍ତି। ଈର୍ଷାକରୁଥିବା ଲୋକ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେନାହିଁ। ପାରିବାରିକ ବିବାଦ ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।
🕉️ନୀତି ବାଣୀ🕉️
ଏମିତି ସମୟ ଆସିଥିଲା ଦିନେ
ସୁଖ ଦୁଃଖ ହେବା ପାଇଁ,
ଅଦିନ ବରଷା ଭାଙ୍ଗି ଦେଇଗଲା
ମନ ମୋର ଭଲ ନାହିଁ…
ଅର୍ଥ ପଛରେ ନ ଗୋଡେଇବା ଆପଣ ପଶୁପକ୍ଷୀମାନଙ୍କ ଠାରୁ ଶିଖି ପାରିବେ।ଯେଉଁଠାରେ ବାସକଲେ ଶିକ୍ଷା ସ୍ବାସ୍ଥ୍ୟ ସଭ୍ୟତା ଏବଂ ସମ୍ମାନ ଲାଭର ସୁବିଧା ନଥାଏ ସେଠାରେ ବାସ କରିବା ଠିକ୍ ନୁହେଁ ।ନିଜ ଲଢେ଼ଇ ନିଜକୁ ହିଁ ଲଢ଼ିବାକୁ ପଡ଼ିବ କାହିଁକି ନା ଲୋକେ କେବଳ Advice ଦିଅନ୍ତି ସାଥ୍ ନୁହେଁ।
