୫୪୩ ନୂଆ ଆକ୍ରାନ୍ତ, ୪ ମୃତ

0 230

ଭୁବନେଶ୍ୱର,୧୪/୭(ଏସଏସନିୟୁଜ)ଆଉ ୨୩ ଜିଲ୍ଲାରୁ ୫୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୩୫୪ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୮୯ଜଣ ସ୍ଥାନୀୟ ଲୋକ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୮, ବରଗଡ ୩, ଭଦ୍ରକରୁ ୧, ବଲାଙ୍ଗୀର ୫, ବୌଦ୍ଧ ୭, କଟକ ୩୯, ଢେଙ୍କାନାଳ ୨, ଗଜପତି ୨୯, ଗଞ୍ଜାମ ୧୮୮, ଜଗତସିଂହପୁର ୧୫, ଯାଜପୁର ଜଣେ, ଝାରସୁଗୁଡା ୬, କେନ୍ଦ୍ରାପଡା ୧୦, କେନ୍ଦୁଝର ୨୨, ଖୋର୍ଦ୍ଧା ୮୭, ମାଲକାଗିଗରି ୧୧, ମୟୁରଭଞ୍ଜ ୨୨, ନୟାଗଡ ଜଣେ, ପୁରୀ ୭, ରାୟଗଡା ୨୪, ସମ୍ବଲପୁର ୨ ଓ ସୁନ୍ଦଗଡ଼ରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ୨୮୦କୁ କୁ ବୃଦ୍ଧି ପାଇଛି। ଆଉ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଥିବା ବେଳେ ଗଞ୍ଜାମ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ଏମାନେ କରୋନା ବ୍ୟତୀତ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡିତ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଥିବାବେଳେ ଅନ୍ୟ କାରଣରୁ ୨୨ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.