୫ପଞ୍ଚାୟତରେ ଶିକ୍ଷାଦାନ ବାଧାପ୍ରାପ୍ତ

0 90

ବାରଙ୍ଗ, ୧୩ା୯(ଏସଏସନିଉଜ) ଭୁବନେଶ୍ବର ବ୍ଲକର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଦାବୀ ନେଇ ବୁଧବାର ଦିନ ଭୁବନେଶ୍ବର ଗୋଷ୍ଟୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ।ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆନୁକୂଲ୍ୟରେ ଭୁବନେଶ୍ବର ବ୍ଲକ ତରଫର ପାଖାପାଖି ୧୨୦୦ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଗୋଷ୍ଟୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ରାଜ୍ୟରେ ଠିକା ନିଯୁକ୍ତି ଉଛେଦ ହୋଇଥିବାରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ସହ ଶିକ୍ଷାକର୍ମୀ, ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ମିଶାଇ ଇନକ୍ରିମେଣ୍ଟ ପ୍ରଦାନ କରିବା,ଠିକା ଅବଧିକୁ ମୂଳ ଚାକିରିରେ ମିଶାଇ ଗଣନା କରିବା,ସମସ୍ତ ବର୍ଗର ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଗ୍ରେଡ ପେ ୪୨୦୦ ଅନୁଯାୟୀ ପ୍ରଦାନ କରିବା ଓ ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ପ୍ରଦାନ କରିବା ଆଦି ଦାବି ରଖିଥିଲେ।ଗତ କିଛି ମାସ ହେବ ଶିକ୍ଷକ ସଂଘ ବିଭିନ୍ନ ଦାବିନେଇ ଆନ୍ଦୋଳନ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନଥିଲା।ଏହି ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ନେତାମାନେ ଚେତାବନୀ ନେଇଛନ୍ତି।ମୁଖ୍ୟମନ୍ତୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ଆନ୍ଦୋଳନ ଫଳରେ ଭୁବନେଶ୍ବର ବ୍ଲକର ଦାଢା, ରଘୁନାଥପୁର,କଲ୍ୟାଣପୁର,ବରିମୁଣ୍ଡ,ଇଞଣା ଆଦି ୫ପଞ୍ଚାୟତରେ ଶିକ୍ଷାଦାନ ସହ ମଧ୍ୟାନ୍ନ ଭୋଜନ ବାଧାପ୍ରାପ୍ତ ହୋଇଛି।ଏହି ପରିପେକ୍ଷୀରେ ଦାଢାପଞ୍ଚାୟତର ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ବଣ୍ଟନରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି।

 

Leave A Reply

Your email address will not be published.