୫ମାସ ମାଗଣା ମିଳିବ ଡାଲି ଓ ଚାଉଳ

0 214

ଭୁବନେଶ୍ୱର: ୨୧/୭(ଏସଏସନିୟୁଜ) ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଓ ଡାଲି ଯୋଗାଇବେ । ମାଗଣାରେ ଡାଲି ଓ ଚାଉଳ ଯୋଗାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ହିତାଧିକାରୀମାନଙ୍କୁ ଚଳିତ ଜୁଲାଇ ମାସ ଠାରୁ ୫ ମାସ ଯାଏଁ (ନଭେମ୍ବର ପର୍ଯ୍ୟନ୍ତ) ମାଗଣା ଚାଉଳ ଓ ଡାଲି ଦେବେ । ମୁଣ୍ଡ ପିଛା ୫ କେଜି ଚାଉଳ ଓ କେଜିଏ ଡାଲି ଦେବେ । ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଗାମୀ ନଭେମ୍ବର ମାସ ପର‌୍ୟ୍ୟନ୍ତ ମାଗଣାରେ ଡାଲି ଓ ଚାଉଳ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ।

Leave A Reply

Your email address will not be published.