୫ପଞ୍ଚାୟତକୁ ଗଡିଲା ମୋବସ୍

0 117

ବାରଙ୍ଗ,୩ା୭(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତର ଜନସାଧାରଣଙ୍କପାଇଁ ମାଷ୍ଟର କ୍ୟାଣ୍ଟିନଛକରୁ ଦାଢା,କଲ୍ୟାଣପୁର, ବରିମୁଣ୍ଡ, ଇଞଣା,ରଘୁନାଥପୁର ଆଦି ୫ପଞ୍ଚାୟତକୁ ସୋମବାର ମୋବସ୍ ସେବା ଶୁଭାରମ୍ଭ କରାଯାଇଛି।ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତକୁମାରରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ନଡିଆବାଡେଇ ପତକା ଦେଖାଇ ମୋବସ୍ ସେବାର ଶୁଭାରମ୍ଭ କରିଥିଲେ।ପ୍ରତିଦିନ ଭୁବନେଶ୍ବର ମ୍ୟାଷ୍ଟରକ୍ୟାଣ୍ଟିନରୁ ଗୋଟିଏବସ୍ ସକାଳସମୟରୁ ବାହାରି ରସୁଲଗଡ ,ହାଇଟେକଛକ ଦେଇ ମଞ୍ଚେଶ୍ବରଗାଁ ଦେଇ ଜରିପାଟଣା, ବରିମୁଣ୍ଡ,କଲ୍ୟାଣପୁର,ଗଣ୍ଡରପୁର,ବାଲିପଡା,କେନ୍ଦୁପାଟଣା ବାରଙ୍ଗବ୍ଲକର କାନପୁରଛକ ଦେଇ ଶ୍ରୀବନ୍ତପୁର,କଣ୍ଟାପାଟଣା,ବାରଙ୍ଗ ବ୍ଲକ,ବାରଙ୍ଗଥାନାଦେଇ ନନ୍ଦନକାନନଛକ ଦେଇ ଭୁବନେଶ୍ବର ମ୍ୟାଷ୍ଟରକ୍ୟାଣ୍ଟିନ ଛକରେ ପୁଣି ପହଞ୍ଚିବ।ପ୍ରତିଦିନ ଏହି ରୁଟରେ ଗୋଟିଏ ‘ମୋବସ୍’ ଦିନକୁ ୪ଥର ଚଳପ୍ରଚଳ କରିବ ବୋଲି ବିଧାୟକ ଶ୍ରୀରାଉତ କହିଛନ୍ତି।୫ପଞ୍ଚାୟତର ମୁରବି ଓ ବିଜେଡି କର୍ମୀମାନେ ବରିମୁଣ୍ଡ, କଲ୍ୟାଣପୁର,ଗଣ୍ଡରପୁର ହାଇସ୍କୁଲଛକ ଓ ବାଲିପଡା ସେତୁ ଆଦି ସ୍ଥାନମାନଙ୍କରେ ରହି ବସଟିକୁ ପୁଷ୍ପମାଲ୍ୟ ଦିଆଯାଇ ସ୍ବାଗତ କରିଥିଲେ। ବହୁଦିନର ଦାବୀ ପୂରଣ ହୋଇଥିବାରୁ ୫ପଞ୍ଚାୟତର ବହୁ ଜନପ୍ରତିନିଧି ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ କୃତଜ୍ଞତାଜ୍ଞାପନ କରିବା ସହ ବିଧାୟକ ସୁଶାନ୍ତକୁମାର ରାଉତଙ୍କୁ ଧନ୍ୟବାଦ ଦେଇଥିଲେ।

 

Leave A Reply

Your email address will not be published.