ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ବହୁ ଘାତପ୍ରତିଘାତକୁ ପାଥେୟକରି ନନ୍ଦନକାନନ ୬୬ ବର୍ଷରେ ପାଦଥାପିଛି ।ସୋମବାରଦିନ ନନ୍ଦନକାନନ ପାଳିଛି ତାର ୬୬ତମ ପ୍ରତିଷ୍ଠଦିବସ ।ନନ୍ଦନକାନନ ପରିସରରେ ଆୟୋଜିତ ଏହିଉସ୍ବରେ ଜଙ୍ଗଲ ଓ ପରିବେଶମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ମୁଖ୍ୟଅତିଥିଭାବେ ଯୋଗଦେଇ ଆଗାମିଦିନରେ ନନ୍ଦନକାନନ ବିଶ୍ୱସ୍ତରିୟ ଚିଡିଆଖାନା ହେବାକୁ ଯାଉଛି ।ଏଥିନିମନ୍ତେ ଯାହାଯାହା ଆବଶ୍ୟକ ସେହି ବିଧିବ୍ୟବସ୍ଥାକୁ ଅନୁସରଣକରି ଏହାର ରୁପରେଖ ବଦଳିବାକୁ ଯିବାର ପ୍ରକିୟା ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଥିଲେ ।ଜଙ୍ଗଲବିଭାଗ ପକ୍ଷରୁ ପ୍ରଦତ ଏକକାଳିନ ୧୨୦କୋଟି ଟଙ୍କା ବ୍ୟୟବରାଦରେ ପରିସରକୁ ଆକର୍ଷଣୀୟ କରିବାପାଇଁ ପ୍ରୟାସ ଆରମ୍ଭ ହୋଇଛି ।ନୁଆନୁଆ ଜୀବଜନ୍ତୁ ଆସିବା , ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ନୁତନ ଜ୍ଞାନ କୈାଶଳରେ ସେମାନଙ୍କ ଖୁଆଡ ନିର୍ମାଣ କରିବାକାର୍ଯ୍ୟ ଆରମ୍ଭ ହୋଇଯାଇଛି ।ତେଣୁ ସମସ୍ତଙ୍କ ଉଦ୍ୟମ ପାଇଁ ନନ୍ଦନକାନନ ଆଜି ତାର ଲକ୍ଷସ୍ଥଳରେ ପହଁଚିବାକୁ ଯାଉଥିବାରୁ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପିସିସିଏଫ ସୁରେଶ ପାନ୍ଥ ଓ ପିସିସିଏଫ ପ୍ରେମକୁମାରଝା (ବନ୍ୟପ୍ରଣୀ),ପୁର୍ବତନବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥିଭାବେ ଯୋଗଦେଇ ବିଶ୍ୱ ସ୍ତରୀୟ ଚିଡିଡିଆଖାନା ପାଇଁ ନନ୍ଦନକାନନରେ ଏବେ ଯେଉଁଭଳିଭାବେ ବିକାସ ଚାଲିଛି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ପ୍ରତିଷ୍ଠା ଦିବସ ଉପଲକ୍ଷେ ଭାରତର ଉତ୍ତର ପୂର୍ବ ଅଂଚଳରେ ବିଶେଷଭାବେ ଦେଖାଯାଉଥିବା ଜିବଜନ୍ତୁମାନଙ୍କୁ ନେଇ ନୁଆକରି ୨.୭ଏକର ପରିମିତଜାଗାରେ ଉତତର ପୂର୍ବ ରାଜ୍ୟ ଦୃଶ୍ୟପଟ ଖୁଆଡ, ତୃଣଭୋଜି ସଂଗରୋଧ କକ୍ଷ , ଛୋଟ ବିରାଡ଼ିଙ୍କ ଖୁଆଡ,ସରୀସୃପ ସଙ୍ଗରୋଧ କକ୍ଷ,ଜଳଫୁଆରଛକ ସୋନ୍ଦର୍ଯ୍ୟ କରଣ ,ଓଧ,ଦେଶୀଭାଲୁ, ଗାଡଭାଲୁ ଖୁଆଡ ,ଶାଳିଆପତାନି ଓ ଡାଳିଓଧ ଖୁଆଡ,ଉଦ୍ୟାନ କୃଷିଫାର୍ମକୁ ଉଦଘାଟନ କରିଥିଲେ ।
ଏହିଅବସରରେ ପ୍ରାଣୀଉଦ୍ୟାନରେ ନବଜନ୍ମିତ ଶାବକମାନଙ୍କ ନାମକରଣ ମନ୍ତ୍ରୀଙ୍କଦ୍ୱାରା କରାଯାଇଥିଲା ନାମକରଣ ହୋଇଥିବା ଶାବକ ହେଲେ ଧଳାବାଘୁଣୀ ରୁପାରଦୁଇଟିଅଣ୍ଡିରାଛୁଆର ନାମ ଅରୁଣ ଏବଂ ଅର୍ଜୁନ ଦିଆଯାଇଥିବାବେଳେ ଧଳା ବାଘୁଣୀ ମୌସୁମୀର ଗୋଟିଏ ମାଈ ଛୁଆର ନାମ ଅନନ୍ୟା ,ବାଘୁଣୀ ଅଙ୍କିତାର ଗୋଟିଏ ଅଣ୍ଡିରାଛୁଆ ନାମ କାହ୍ନା ,ସିଂହୀ ରେୱାର ଗୋଟେ ଅଣ୍ଡିରା ଛୁଆର ନାମ ରକି ଓ ଅନ୍ୟ ମାଈଛୁଆର ନାମ ଲକି, ସିଂହୀ ବିଜିଲିର ଦୁଇଟି ଅଣ୍ଡିରାଛୁଆର ନାମ ହର୍ଷ ଏବଂ ଧୃବ ଓ ଗୋଟିଏ ମାଈ ଛୁଆର ନାମ ଶ୍ରେୟା , ସିମ୍ପାଜି ଦୁର୍ଗାର ଗୋଟିଏ ଅଣ୍ଡିରା ଛୁଆର ନାମ ସୁରଜ ,ସିମ୍ପାଜି ରାକ୍ଷୀର ଗୋଟିଏ ଅଣ୍ଡିରା ଛୁଆର ନାମ ଇଶାନ,ହିମାଳୟ କଳାଭାଲୁ ମୁନିର ଗୋଟିଏ ମାଈଛୁଆର ନାମ ସୁଭଦ୍ରା ରଖାଯାଇଥିଲା ।ପରେ ଅତିଥିମାନଙ୍କ ଦ୍ୱାରା ଆନୁଆଲରିପୋର୍ଟ, ବଟାନିକାର୍ଲ
ଗାର୍ଡେନର ମ୍ୟାନେଜମେଂଟ ପ୍ଲାନ ଆଦି ପୁସ୍ତିକାକୁ ଉନ୍ମୋଚନ କରାଯିବା ସହିତ ପ୍ରାମାଣିକଚିତ୍ର ସମ୍ଭଦ୍ଧିତ ୨ଟି ଭିଡିଓ ମଧ୍ୟ ରିଲିଜ କରାଯାଇ ଥିଲା ଏବଂ ଚଳିତବର୍ଷ କୃତିତ୍ୱ ଅର୍ଜ୍ଜନକରିଥିବା କିଛି କର୍ମଚାରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯିବା ସହିତ ଆସନ୍ତାବର୍ଷ ପାଇଁ ଜୁ ଆମ୍ବାସାଡାରଙ୍କ ନାମ ଘୋଷଣା କରାଯାଇଥିଲା । ଏହି ଉସ୍ବରେ ନନ୍ଦନକାନନ ନିର୍ଦେଶକ ମନୋଜ ଭି ନାୟାର ବାର୍ଷିକ ବିବରଣି ପାଠ ଓ ଉପନିର୍ଦେଶକ ସନତକୁମାର ଧନ୍ୟବାଦ ଅର୍ପଣ କରିଥିଲେ ।ତେବେ ଅନ୍ୟତମ ଅତିଥି ଭାବେ ପ୍ରତିଷ୍ଠା ଉସବରେ ଯୋଗଦେଇଥିବା ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ପରିସରରେ ହୋଇଥିବା କେବଳ ଉଦ୍ଘାଟନ ସ୍ଥଳରେ ଉପସ୍ଥିତ ଥିବା ବେଳେ ସଭା କାର୍ଯ୍ୟରେ ଅନୁପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।
