୭ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

୪ କ୍ବିଣ୍ଟାଲ୍ ଗଞ୍ଜେଇ, ଗୁଳିଭର୍ତ୍ତି ପିସ୍ତଲ ଓ ୭ ବାଇକ୍ ଜବତ

କନ୍ଧମାଳ, ୬ା୮(ଏସଏସନିଉଜ) ଗୋଛାପଡ଼ା ଥାନାପୋଲିସ ଲୁଇସିଂ ପଞ୍ଚାୟତର ସୁଟାଣିଘାଟି ନିକଟରୁ ଏକ କାର୍‌ରୁ ୪ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ପୁଲିସ ସ୍ବାଧୀନ ଖଟୁଆ, ଅରୁଣ କୁମାର ରଣା, ସୁବୁଦ୍ଧି ସାହୁ , ସଦାସନ ବାରିକ , ରିତୁ ବାରିକ , ଆଲୋକ କୁମାର ପାତ୍ର , ସମୀର ସାହୁ ଆଦି୭ ଅନ୍ତଃରାଜ୍ୟ ମାଫିଆକୁ କାବୁ କରିବାରେ ସଫଳ ହୋଇଛି। ପୁଲିସ ଏମାନଙ୍କଠାରୁ ୧୬ଟି ପ୍ୟାକେଟରେ ଚାଲାଣ ହେଉଥିବା ୪କ୍ବିଣ୍ଟାଲ୍ ଗଞ୍ଜେଇ, ଏକ କାର୍ ସମେତ ୭ଟି ବାଇକ୍‌,୧୦ଟି ମୋବାଇଲ୍ ଫୋନ୍‌, ୪୬ହଜାର ଟଙ୍କା, ୬ରାଉଣ୍ଡ ଗୁଳିଭର୍ତ୍ତି ପିସ୍ତଲ, ଗୋଟିଏ ହକି ଓ ୨ଟି ବେସ୍‌ବଲ ଷ୍ଟିକ୍ ଜବତ କରିଛି।

- Advertisement -

Leave A Reply

Your email address will not be published.