ଆଜିର ଅନୁଚିନ୍ତା

ତାରିଖ - ୨୩:୦୧:୨୦୨୧ ( ଶନିବାର )

0 327

➡️ଗୋଟେ ସମ୍ପର୍କ ପ୍ରଜାପତି ପରି ହୋଇଥାଏ-ଜୋର ଜବରଦସ୍ତି ଧରିଲେ ମରିଯାଇଥାଏ ଆଉ ହାଲୁକା ଧରିଲେ ଉଡିଯାଇଥାଏ,କିନ୍ତୁ ସ୍ନେହ ଓ ଆଦରରେ ଧରି ରଖିଲେ ସାରା ଜୀବନ ତୁମ ସାଥିରେ ରହିଥାଏ ।
➡️ସମୟ ଆଉ ପରିସ୍ଥିତିର ଚାପରେ ବହୁତ ଲୋକ ବଦଳି ଯାଆନ୍ତି, କିନ୍ତୁ ନିଃସ୍ବାର୍ଥ ସମ୍ପର୍କ ଆଉ ପ୍ରକୃତ ସାଙ୍ଗ କେବେବି ବଦଳନ୍ତି ନାହିଁ ।
➡️ପ୍ରକୃତ ସମ୍ପର୍କ ଜୀବନରେ କେବେ ବି ସରେନାହିଁ ।କଥା ନହେଲେ ମଧ୍ୟ ଆଖିରେ ରହିଥାଏ ।ଆଖିରୁ ଦୂରେଇ ଗଲେ ବି ମନରେ ରହିଯାଏ ।କିଛି ନକହି ବି ଯିଏ କହିଥାଏ, ଦୋଷ ନଥାଇ ବି ଯିଏ ସବୁ ଦୋଷ ନିଜ ପକ୍ଷକୁ ନେଇଯାଏ, ଦୂରରେ ଥାଇବି ଯିଏ କର୍ତ୍ତବ୍ୟ ତୁଲାଏ ସେହି ସମ୍ପର୍କକୁ ହିଁ ପ୍ରକୃତ ସମ୍ପର୍କ କୁହାଯାଏ ।
➡️ମନ ଏମିତି ଗୋଟିଏ ଜିନିଷ ଯେ ଇଚ୍ଛା ଅନୁଯାୟୀ କାହାକୁ ଦିଆ ନିଆ ଯାଏନି, ଯାହା କେବଳ ବିଶ୍ବାସ, ସମ୍ମାନ ଆଉ ଭଲପାଇବା ଦେଇ କିଣି ହୁଏ ।
➡️ପ୍ରତ୍ୟେକ ଦିନ କେବଳ ଏମିତି କର
ଦୁଃଖକୁ Delete……
ଖୁସି କୁ Save…….
ସମ୍ପର୍କ କୁ Recharge…..
ଶତ୍ରୁ କୁ Erase….
ସତ କୁ Broadcast…..
ମିଛ କୁ Switch off….
ପ୍ରେମ କୁ Incoming….
ଘୃଣା କୁ Outgoing….
ହସ କୁ Send……
ଲୁହ କୁ Inbox…..
କ୍ରୋଧ କୁ Hold….
ସାହାର୍ଯ୍ୟକୁ Ok….
ଏହା ପରେ ଦେଖ ଜୀବନର Ringtone କେତେ ମଧୁର ବାଜୁଛି ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.! ଜୟ ଜଗନ୍ନାଥ !

Leave A Reply

Your email address will not be published.