ଚୀନ ଟିକା ଉପରେ ଭରସା ନାହିଁ

ଖବର ଆଜିର,ତାରିଖ ୨୭-୦୨-୨୦୨୧ ଶନିବାର

0 314

୧-ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି ।
୨-ପିଲାଏ ଦେଖିବେ ଆମ ହାତ ତିଆରି ଖେଳଣା, ଆଜି ଟୟେ ଫେୟାର୍‍ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ
୩–ଭାରତ ଏବଂ ପିଏମ ମୋଦିଙ୍କୁ ପ୍ରଶଂସା କଲା WHO ।
୪-ପୁଣି ଫେରିଲା ଆଇସୋଲେସନ । ମହାରାଷ୍ଟ୍ର ସମେତ ୧୧ ରାଜ୍ୟ ଓ ଚଣ୍ଡୀଗଡରୁ ଫେରିଲେ ୭ ଦିନ ପାଇଁ ଘରୋଇ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ।
୫-୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ମେ’ ୨ରେ ଆସିବ ରେଜଲ. ନିର୍ବାଚନ କମିଶନଙ୍କ ଘୋଷଣା ସହ ଲାଗୁହେଲା ଆଦର୍ଶ ଆଚରଣ ବିଧି ।
୬-ଚୀନ ଟିକା ଉପରେ ଭରସା ନାହିଁ, ଭାରତୀୟ ଟିକା ବ୍ୟବହାର କରିବ ଶ୍ରୀଲଙ୍କା ।
୭-ସିସୋର ଚିଟଫଣ୍ଡର ସମ୍ପତି ହେବ ବାଜ୍ୟାପ୍ତ । ସମ୍ପତି ନିଲାମ କରି ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
୮-ଜିଓ ପକ୍ଷରୁ ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓ ଫୋନ୍ ଏବଂ ୨ ବର୍ଷର ଅସୀମିତ ସେବା ଘୋଷଣା
୯-ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କରୋନା ମାର୍ଗଦର୍ଶିକାକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
୧୦-ରାଜନୀତି ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ।
୧୧-ରାଜ୍ୟର ଘରୋଇ ହସ୍‌ପିଟାଲ୍‌ରେ ଟିକାକରଣ ପାଇଁ ଅନୁମତି ଦେଲା କେନ୍ଦ୍ର ।
୧୨-ହିମାଚଳ ବିଧାନସଭା ଲାଗି ଲଜ୍ଜାଜନକ ଦିନ, ଗୃହ ଭିତରେ ଓ ବାହାରେ ରାଜ୍ୟପାଳଙ୍କୁ ଘେରିଲେ ବିରୋଧୀ, ୪ ବିଧାୟକ ନିଲମ୍ବିତ ।
୧୩-ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ମାର୍ଚ୍ଚ ୨୭ରୁ ଅପ୍ରେଲ ୨୯ ପର୍ଯ୍ୟନ୍ତ ଆଠଟି ପର୍ଯ୍ୟାୟରେ ଆୟୋଜନ କରିବାକୁ ନିର୍ବାଚନ କମିସନଙ୍କ ଘୋଷଣା ।
୧୪-ଭାରତ ବନ୍ଦ : ଓଡ଼ିଶାରେ ୪୦୦୦ କୋଟିର କାରବାର ବ୍ୟାହତ
୧୫-କୋ-ୱିନ ଆପ୍ ଅପ୍‌ଗ୍ରେଡେସନ୍ : ଶନି ଓ ରବିବାର ଟିକାକରଣ ବନ୍ଦ ।
୧୬-ନିର୍ବାଚନ କର୍ମଚାରୀ ନେବେ ଟିକା : ଇସି । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.