ଆଜିର ଅନୁଚିନ୍ତା

ତାରିଖ-୦୧-୦୩-୨୦୨୧

0 360

ଜୀବନରେ ନିଜ ଖୁସିକୁ ଅନ୍ୟମାନଙ୍କ ସାଥିରେ ବାଣ୍ଟିବା ହିଁ ସବୁଠୁ ବଡ଼ ସେବା । ଯେ ପର୍ଯ୍ୟନ୍ତ ଆପଣଙ୍କର ନିଜ ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ନ ଜଣେଇ ଥାଅ, ତେବେ ଜାଣିନିଅ ଆପଣଙ୍କ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବନାହିଁ ।
କ୍ଷମା ମଣିଷର ବଡପଣିଆ କିନ୍ତୁ ଏତେ ବି କ୍ଷମା ଦିଅ ନାହିଁ ଯେ ଭୁଲ୍ କରିବା ଲୋକ ନିଜ ସୀମା ଟପିଯିବ । ଆଉ ସମ୍ପର୍କ କେବେହେଲେ ଆପେ ଆପେ ଛିଣ୍ଡି ନ ଥାଏ ନିଜର ଅହଙ୍କାର, ଅଜ୍ଞାନ ଓ ସ୍ବାର୍ଥ ହିଁ ଏହାର ମୁଖ୍ୟ କାରଣ ହୋଇଥାଏ ।
ସ୍ମୃତି କେବେ ବି ଭୁଲି ହୁଏନାହିଁ , ସମୟକୁ କେବେହେଲେ ବାନ୍ଧି ହୁଏନାହିଁ , ଭବିଷ୍ୟତକୁ କେବେହେଲେ ଜାଣି ହୁଏନାହିଁ , ମଣିଷକୁ କେବେ ଚିହ୍ନି ହୁଏନାହିଁ , ମନକୁ କେବେହେଲେ କିଣି ହୁଏନାହିଁ , ଆଉ ଅତୀତକୁ କେବେହେଲେ ଫେରିପାଇ ହୁଏନାହିଁ ।
ଆଜିର ନୀତିବାଣୀ
➡️ନଦୀ କୁଳରେ ହସୁଥିବା ଶସ୍ୟକ୍ଷେତ୍ର ଥଣ୍ଡା ବାଆ ପାଇଲେ ନାଚି ଖେଳେ,ନଦୀ ଜଳ ଉପରେ ଅନବରତ ନାଆ ଝୁଲି ଝୁଲି ଚାଲିଲେ ସେ ବିହ୍ଵଳ ହୋଇଯାଏ,ନଦୀ କୂଳରେ ରହୁଥିବା ମୁଲିଆଟି ଶ୍ରମ ସାରି ସ୍ନାନ କଲେ ତାକୁ ତୃପ୍ତି ମିଳେ । ଲାଗେ ସତେ ଯେମିତି ଏମାନେ ନଦୀ ସହ ଯୁଗ ଯୁଗ ପାଇଁ ସମ୍ପର୍କରେ ବନ୍ଧା ।
➡️ଯେଉଁ ଲୋକ ନିଜ ବାପା ମାଆଙ୍କୁ କନ୍ଦାଇଛି, ତାହାର ପୁଅ ନିଶ୍ଚୟ ଦିନେ ତା’ର ପ୍ରତିଶୋଧ ନେବ ।
➡️ସ୍ମୃତି ଏକ ସତ ଇତିହାସ ପରି ହୃଦୟରେ ରହିଥାଏ..ମନେ ପଡେ ଯେବେ ସେ ସ୍ମୃତି ବହୁତ କିଛି ଶିଖେଇ ଦେଇଯାଏ… କେତେବେଳେ ବହୁତ ହସାଏ ତ କେତେବେଳେ ଆଖିରେ ଲୁହ ଦେଇଯାଏ..ସ୍ମୃତି ହିଁ ତ ଏମିତି ଏକ ମଞ୍ଜି ଯାହା ହୃଦୟରେ ସାଇତି ହୋଇ ରହିଯାଏ, ମଣିଷ ତ ଆଜି ଅଛି, କାଲି ଚାଲିଯାଏ, ସମୟର ସାଥିରେ ସବୁ ବହିଯାଏ, କେବଳ ସ୍ମୃତି ଯେ ସାଙ୍ଗରେ ରହିଯାଏ, ସେଥିପାଇଁ ତ ଯେବେ ଆସେ କେବେ ଲୁହ ତ ପୁଣି କେବେ ଖୁସି ଦେଇଯାଏ ।
➡️ସତ୍ୟ ଓ ନ୍ୟାୟର ପାଖେ ପାଖେ ରହିବା ପାଇଁ ମନର ବ୍ୟାକୁଳତାର ଅନ୍ୟନାମ ହେଉଛି, ନୀତି ।
➡️ଜୀବନରେ ଯଦି କେବେ କାହା ପାଇଁ ନଇଁବାକୁ ପଡେ ,ତାହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ କାହିଁକି ନା ଦୂର ଆକାଶର ସୂର‌୍ୟ୍ୟ ବି ସନ୍ଧ୍ୟାରେ ଅସ୍ତ ହୋଇଯାଏ ରାତ୍ରୀର ଜହ୍ନ ପାଇଁ ।

 

Leave A Reply

Your email address will not be published.