କେରଳ, କର୍ଣ୍ଣାଟକ ,ଗୋଆରେ ହଇଚଇ ସୃଷ୍ଟି କଲା ବାତ୍ୟା ‘ତଉକ୍ତେ’

0 250

ଭୁବନେଶ୍ୱର,୧୭/୫(ସତ୍ୟସନ୍ଧାନଡେସ୍କ)ଦେଶର ଦକ୍ଷିଣ-ପଶ୍ଚିମ ରାଜ୍ୟ ଉପରେ ଚଳିତବର୍ଷର ପ୍ରଥମ ବାତ୍ୟା ‘ତଉକ୍ତେ’ ତାର ଉପ୍ତାତ ଦେଖାଇଛି । କେରଳ, କର୍ଣ୍ଣାଟକ ଏବଂ ଗୋଆରେ ହଇଚଇ ସୃଷ୍ଟି କରିବା ପରେ ବାତ୍ୟା ‘ତଉକ୍ତେ’ ଗୁଜୁରାଟ ଆଡକୁ ଗତି କରୁଛି। ବର୍ତ୍ତମାନ ସୁଦ୍ଧା ବାତ୍ୟାପ୍ରଭାବିତ ଅଞ୍ଚଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଏହା ସହିତ ଘରଗୁଡ଼ିକ ମଧ୍ୟ ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଛି । ଆଜି ଏବଂ ଆସନ୍ତାକାଲି ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିପର‌୍ୟ୍ୟୟର ମୁକାବିଲା ପାଇଁ ଏନଡିଆରଏଫ ର ୫୦ ଟି ଟିମ୍ ନିୟୋଜିତ ହୋଇଛନ୍ତି। ଗୁଜୁରାଟର କୁଚରେ ବେଶୀ କ୍ଷତି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ ରହିଛି। ଏଥିସହ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଗୁଜୁରାଟରେ ବାତ୍ୟା ଆସିବା ବେଳକୁ ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିଲୋମିଟର ପବନ ଗତି କରିପାରେ।ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ୧୭ ମଇ ସନ୍ଧ୍ୟାରେ କିମ୍ବା ମେ ୧୮ ରେ ଗୁଜୁରାଟ ଉପକୂଳରେ ଏକ ଘୂର୍ଣ୍ଣିବଳୟ ଆସିପାରେ। ୨୪ ଘଣ୍ଟା ମଧ୍ୟରେ ଏହି ବାତ୍ୟା ଅଧିକ ବିପଜ୍ଜନକ ହୋଇପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ୧୮ ମଇ ସକାଳ ସୁଦ୍ଧା, ଏକ ଘୂର୍ଣ୍ଣିବଳୟ ଗୁଜୁରାଟ ଉପକୂଳ ଦେଇ ପୋରବନ୍ଦର ଏବଂ ମହାଭା ଦେଇ ଯାଇପାରେ ।

 

Leave A Reply

Your email address will not be published.