୨୪ଘଣ୍ଟାରେ ୧୦୭୫୭ ନୂଆ ସଂକ୍ରମିତ .୨୨ମୃତ

0 278

ଭୁବନେଶ୍ୱର,୧୭/୫(ଏସଏସନିୟୁଜ) ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହିନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୨୪ ଏବଂ ସ୍ଥାନୀୟ ସଂକ୍ରମିତ ୪୭୩୩ ରହିଛନ୍ତି।ନୁଆ ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ୯୭୩ , ଖୋର୍ଦ୍ଧାରୁ ୯୦୯, ସୁନ୍ଦରଗଡରୁ ୮୩୨ ,ଅନୁଗୁଳରୁ ୬୦୬, ବାଲେଶ୍ୱର ୩୫୪, ବରଗଡରୁ ୪୦୪, ଭଦ୍ରକରୁ ୪୪୩, ବଲାଙ୍ଗୀରରୁ ୫୦୭, ବଉଦରୁ ୧୩୩ ,ଦେବଗଡରୁ ୧୦୨.ଢେଙ୍କାନାଳ ଜିଲାରୁ ୨୮୯, ଗଜପତିରୁ ୧୪୧, ଗଞ୍ଜାମରୁ ୨୦୯, ଜଗତସିଂହପୁରରୁ ୨୧୯, ଯାଜପୁରରୁ ୨୮୧, କଳାହାଣ୍ଡିରୁ ୧୨୫ ଏବଂ କନ୍ଧମାଳରୁ ୮୭ ,କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨, ମାଲକାନଗିରିରୁ ୧୨୩, ମୟୁରଭଞ୍ଜରୁ ୪୫୪, ନବରଙ୍ଗପୁରରୁ ୩୮୬, ନୟାଗଡରୁ ୨୨୭.ନୂଆପଡାରୁ ୫୦୨, ପୁରୀରୁ ୩୫୦, ରାୟଗଡାରୁ ୧୩୬, ସମ୍ବଲପୁରରୁ ୪୯୪, ସୋନପୁରରୁ ୨୪୫, ଷ୍ଟେଟପୁଲରୁ ୨୦୦ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।ଏମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୯୭୩ ଜଣ ଚିହ୍ନଟ ହୋଇଥିବାବେଳେ ତାପଛକୁ ଖୋର୍ଦ୍ଧା ଓ ସୁନ୍ଦରଗଡ ରହିଛି । ଗତକାଲି ୧୯ ଜଣ କେରାନା ରୋଗୀ ଆଖିବୁଜିଥିବାବେଳେ ଆଜି ରାଜ୍ୟରୁ ୨୨ ଜଣଙ୍କର ମୃତ୍ୟୁ ଘଟିଥିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ତାଲିକାକୁ ମିଶାଇଲେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୩୩୫ ରେ ପହଞ୍ଚିଛି।ଏହି ମୃତକଙ୍କ ମଧ୍ୟରେ ବୌଦ୍ଧ, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ରାୟଗଡା, ସୁନ୍ଦରଗଡରୁ ୩ ଜଣ ଲେଖାଏ ଅନୁଗୁଳରୁ ୨, ଗଜପତି ଓ ପୁରୀରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।

Leave A Reply

Your email address will not be published.