ଏକାଠିହେବେ ଶାସକ-ବିରୋଧୀ

ଖବର ଆଜିର,ତାରିଖ ୧୭--୦୫-୨୦୨୧/ ସୋମବାର

0 641

୧-ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି ।
୨-ଗୋଆରେ ବାତ୍ୟା ତାଣ୍ଡବ: ଭାଙ୍ଗିଲା ୧୦୦ଘର, ୫୦୦ଗଛ ଉପୁଡ଼ିବା ସହ ୨ଜଣଙ୍କ ମୃତ୍ୟୁ ।
୩-କରୋନା ମୁକାବିଲା ପାଇଁ ଏକାଠି ହେବେ ଶାସକ-ବିରୋଧୀ: ବସିବ ସର୍ବଦଳୀୟ ବୈଠକ, ବିଧାୟକଙ୍କ ପ୍ରସ୍ତାବ ଲୋଡିବେ ସରକାର ।
୪-କରୋନା ବିରୋଧରେ ଲଢ଼େଇ ଜୋରଦାର, ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌ ।
୫-ଟ୍ୱିଟରରେ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ-ପ୍ରିୟଙ୍କା । ଲେଖିଲେ, ମୋଦୀ ଜୀ ଆମ ପିଲାଙ୍କ ଭ୍ୟାକ୍ସିନ ବିଦେଶ କାଇଁ ପଠେଇଲେ ।
୬-ସମସ୍ତ ସରକାରୀ ଏବଂ ବେସରକାରୀ କୋଭିଡ ହସ୍ପିଟାଲରେ ବାଧ୍ୟତାମୂଳକ ହେଲ୍ପ ଡେସ୍କ, ସମ୍ପର୍କୀୟଙ୍କୁ ପ୍ରତ୍ୟେହ ସୂଚନା ଦେବ ଏହି ହେଲ୍ପଡେସ୍କ – ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ।
୭-ଟିକାକରଣ ପରେ ୯୭.୩୮% ବ୍ୟକ୍ତି ସୁରକ୍ଷିତ ।।
୮-ଖୁବ ଶିଘ୍ର ଭୁବନେଶ୍ବରରେ ବଢିବ କୋଭିଡ ହସପିଟାଲର ଶଯ୍ୟା ସଂଖ୍ୟା, ବିଏମସି କମିଶନର ।
୯-ୟୁକେ ଷ୍ଟ୍ରେନ୍ ଏବଂ ଭାରତର ଭ୍ୟାରିଆଣ୍ଟ ବିରୋଧରେ ଅଧିକ ପ୍ରଭାବୀ କୋଭାକ୍ସିନ’ ।
୧୦-ଇସ୍ରାଏଲ–ଗାଜା ସଂଘର୍ଷ: ଶାନ୍ତି ଲାଗି ଅନ୍ତର୍ଜାତୀୟ ଉଦ୍ୟମକୁ ଅଗ୍ରାହ୍ୟ କଲେ ନେତାନ୍ୟହୁ, କହିଲେ ଜାରି ରହିବ ଆକ୍ରମଣ ।
୧୧-ଶିଶୁଙ୍କ ସୁରକ୍ଷା ଏବଂ ୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଟୀକା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗଠନ କଲା କମିଟି ।
୧୨-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ- ‘ମୋତେ ମଧ୍ୟ ଗିରଫ କର’ ।
୧୩-ଅତି ଭିଷଣ ସାମୁଦ୍ରିକ ଝଡର ରୂପ ନେଲା ତାଉ-ତେ । କେରଳ, ଗୋଆ ଓ କର୍ଣ୍ଣାଟକରେ ବାତ୍ୟାର ତାଣ୍ଡବ ।
୧୪-ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏସ୍‌ଓପି। ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ପାଇଁ ନୂଆ ଏସ୍‌ଓପି ଜାରି। ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ୍‌କୁ ଫୋକସ ପାଇଁ ନିର୍ଦେଶ।
୧୫-ରାଜ୍ୟରେ ଫିଲ୍ମ ଓ ସିରିଏଲ ସୁଟିଂ ଉପରେ କଟକଣା ଲଗାଇଲେ ସରକାର, ସମସ୍ତ ପ୍ରକାର ଇନଡୋର ଓ ଆଉଟଡୋର ସୁଟିଂ ଉପରେ ପ୍ରତିବନ୍ଧକ। ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.