ବାତ୍ୟା ପରେ ବନ୍ୟା ଆଶଙ୍କା

0 233

ଭୁବନେଶ୍ୱର,୨୭/୫(ଏସଏସନିୟୁଜ)ବାତ୍ୟା ୟାସ ଯାଇଛି କିନ୍ତୁ ଏହାର ପ୍ରଭାବରେ ବନ୍ୟା ଆଶଙ୍କା ଦେଖାଦେଇଛି ।ବିଭିର୍ଣ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।କେତେକ ସ୍ଥାନରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।କେନ୍ଦୁଝରର ଆନନ୍ଦପୁରରେ ବୈତରଣୀ ନଦୀ ବିପଦସଙ୍କେତ ଉପରେ ରହିଛି ଜଳସ୍ତର, ।ଭଦ୍ରକ ଆଖୁଆପଦାରେ ବିପଦସଙ୍କେତ ଉପରେ ବହୁଛି ବୈତରଣୀର ଜଳସ୍ତର । ମୟୁରଭଞ୍ଜ ଜିଲ୍ଲାରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଓ ସାଳନ୍ଦୀରେ ବିପଦ ସଙ୍କେତ ତଳେ ଜଳ ପ୍ରଭାବିତ ହେଉଛି । ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଆମର ଅନେକ ଲୁଣା ବନ୍ଧ ଡ୍ୟାମେଜ ହୋଇଛି। ଶିମିଳିପାଳରୁ ବାହାରିଥିବା ନଦୀରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶିମିଳିପାଳ ଅଭୟାରଣ୍ୟରେ ହୋଇଥିବା ବର୍ଷା ଫଳରେ ଅଭୟାରଣ୍ୟ ମଧ୍ୟରେ ଥିବା କେତେକ ଗାଁର ଲୋକେ ଜଳବନ୍ଦୀ ରହିଛନ୍ତି। ପାହାଡ଼ରୁ ଅଚାନକ ଆସିଥିବା ବନ୍ୟାପାଣିରେ କେତେକ ଲୋକଙ୍କ ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି । ଖଇରି, ଭଣ୍ଡନ, ଦେଓନଦୀ ଓ ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଜିଲ୍ଲା ପ୍ରଶାସନ ଆକସ୍ମିକ ବନ୍ୟା ପରିସ୍ଥିତିକୁ ନେଇ ପ୍ରସ୍ତୁତ ରହିଥବା କହିଛନ୍ତି ଏସଆରସି । ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଥିବାରୁ ଜିଲ୍ଲାପ୍ରଶାସନ ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବାର ଟୁଇଟ୍ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶର ପ୍ରଦୀପ ଜେନା।

Leave A Reply

Your email address will not be published.