ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆସିବେ

0 253

ଭୁବନେଶ୍ୱର,୨୭/୫(ଏସଏସନିୟୁଜ) ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓଡ଼ିଶା ସହ ପଶ୍ଚିମବଙ୍ଗରେ ବାତ୍ୟା ୟାସ ରେ କ୍ଷୟକ୍ଷତି ସଂପର୍କରେ ସମୀକ୍ଷା ପାଇଁ ଆସିବେ ।ପ୍ରଧାନମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସମୀକ୍ଷା କରିବାପରେ ପରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଆକାଶ ମାର୍ଗରୁ ବୁଲି ଦେଖିବେ ।ବିଶେଷକରି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ବାଲେଶ୍ୱର, ଭଦ୍ରକ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିବେ ।ପରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅଞ୍ଚଳ ଦେଖିବେପରେ ପଶ୍ଚିମବଙ୍ଗରେ ସମୀକ୍ଷା ବୈଠକରେ ଯୋଗଦେବେ ।

Leave A Reply

Your email address will not be published.