ଆକାଶ ମାର୍ଗରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0 206

ଭୁବନେଶ୍ୱର,୨୭/୫(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ଏରିଏଲ ସର୍ଭେ ଦ୍ୱାରା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କ୍ଷୟକ୍ଷତିକୁ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ୮୪ ଓ ଭଦ୍ରକ ଜିଲ୍ଲାର ୪୮ ଗାଁକୁ ମିଶାଇ ପ୍ରାୟ ୧୨୮ ଗାଁ ବାତ୍ୟା ୟାସ୍ ଯୋଗୁଁ ପ୍ରଭାବିତ ହୋଇଥିବା କୁହାଯାଉଛି ।ତେବେ ବୁଧବାରସନ୍ଧ୍ୟାରେ ବାତ୍ୟାର ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ସମିକ୍ଷା କରିବାପରେ ବାତ୍ୟା ପ୍ରଭାବିତ ୧୨୮ ଗାଁର ସମସ୍ତ ପରିବାରକୁ ୭ ଦିନ ପର‌୍ୟ୍ୟନ୍ତ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯିବାକୁ ଘୋଷଣା କରିଥିଲେ ।

Leave A Reply

Your email address will not be published.