କରୋନା-ସଂକ୍ରାମଣ କମିଲା,ମୃତ୍ୟୁ ହାର ବଢିଲା

0 199

ଭୁବନେଶ୍ୱର.୨୭/୫(ଏସଏସନିୟୁଜ) କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇ ଆଜି ରାଜ୍ୟରେ ୬ ହଜାର ୭୩୬ରେ ପହଁଚିଛି ।ସେଥିମଧ୍ୟରେ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ୨୭୭୪ ଜଣ ବାହାରିଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି। ଏହିଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୭୮୮ ,ଖୋର୍ଦ୍ଧାରୁ ୫୩୩ , ବରଗଡରୁ ୪୦୫ , କଟକରୁ ୩୬୨, ଯାଜପୁରରୁ ୩୭୪, ବୌଦ୍ଧରୁ ୨୬୨.କୋରାପୁଟରୁ ୨୧୯, ,ବାଲେଶ୍ୱରରୁ ୭୧ , ଭଦ୍ରକରୁ ୨୦୬ , ବଲାଙ୍ଗିରରୁ ୧୪୪ , ଦେବଗଡରୁ ୬୪, ଢେଙ୍କାନାଳରୁ ୧୭୮, ଗଞ୍ଜାମରୁ ୧୯୬, ଜଗତ୍‌ସିଂହପୁରରୁ ୧୦୬, ଝାରସୁଡାରୁ ୧୨୦, କଳାହାଣ୍ଡିରୁ ୨୪୧, ମାଲକାନିରିରୁ ୯୮ , ଗଜପତିରୁ ୮୦, କନ୍ଧମାଳରୁ ୮୫, କେନ୍ଦ୍ରାପଡ଼ରୁ ୨୪, କେନ୍ଦୁଝରରୁ ୨୪ ,ସୁନ୍ଦରଗଡ଼ରୁ ୭୨୦, ନବରଙ୍ଗପୁରରୁ ୨୮୨, ନୟାଗଡରୁ ୨୦୭, ସମ୍ବଲପୁରରୁ ୩୦୯, ରାୟଗଡାରୁ ୧୨୩, ସୋନପୁରରୁ ୮୨, ନୂଆପଡ଼ାରୁ ୪୮, ମୟୂରଭଞ୍ଜରୁ ୩୪, ପୁରୀରୁ ୨୬. ଏବଂ ୧୦୨ ଜଣ କରୋନା ରୋଗୀ ଷ୍ଟେଟପୁଲ୍‌ରୁ ଚିହ୍ନଟ ହୋଇଛନ୍ତି ।ଆଜି ରାଜ୍ୟରେ ୩୪ ଜଣ କରୋନା ରୋଗୀ ଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୬୧୮ ରେ ପହଁଚିଥିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.