ବିପଦ ବେଳେ ବିଷ ବେଉସା

ଖବର ଆଜିରତାରିଖ ୧୩-୦୬-୨୦୨୧/ ରବିବାର

0 221

୧–କେନ୍ଦ୍ର ସରକାର ରେମଡେସିଭିର ଉପରୁ ଜିଏସ୍‌ଟି ୧୨% ରୁ ୫%କୁ ହ୍ରାସ କରିଛନ୍ତି ।୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି
୨–ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା ପ୍ରାୟତଃ ହେବ,ସରକାର ଆସନ୍ତା ୧୮ ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତି ନେବେ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
୩-ଓଡିଶା ପୋଲିସ୍ ର ନିଯୁକ୍ତି: ୪୭୭ ସବ୍ -ଇନ୍ସପେକ୍ଟର ଓ ୨୪୪ କନେଷ୍ଟବଳ ପାଇଁ ରହିଛି ପଦବୀ
୪–କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ପରିସରଭୁକ୍ତ ଜଣେ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ପରିଜନକୁ ମିଳୁଥିବା ସର୍ବାଧିକ ବୀମା ରାଶି ୬ରୁ ବୃଦ୍ଧି କରାଯାଇ ୭ ଲକ୍ଷ ଟଙ୍କାରେ ନିର୍ଦ୍ଧାରଣ କରାଯାଇଛି ।
୫–ଜାମ୍ମୁ-କାଶ୍ମୀରରେ ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ; ୨ ପୁଲିସ କର୍ମଚାରୀ ଶହୀଦ
୬-ହଜ୍ ଯାତ୍ରା ଉପରେ କଟକଣା ଲଗାଇଲା ସାଉଦୀଅରବ । ବାହାର ଦେଶର ଲୋକଙ୍କ ପାଇଁ ମିଳିବନାହିଁ ଅନୁମତି । କେବଳ ୬୦ ହଜାର ସ୍ଥାନୀୟ ଲୋକ କରିପାରିବେ ହଜ୍ ଯାତ୍ରା ।
୭-ଆଇଆଇଟି ପ୍ରଫେସର ଉଦ୍ଭାବନ କଲେ ବୋମା ନିରୋଧୀ ହେଲମେଟ୍, ବିସ୍ଫୋରଣ ଦାଉରୁ ଯବାନଙ୍କୁ ସୁରକ୍ଷା କରିବ ।
୮-ବିପଦ ବେଳେ ବିଷ ବେଉସା । ହିମାଚଳ ପ୍ରଦେଶରେ ତିଆରି ହୋଇ କଟକ ଆସିଥିଲା ନକଲି ଔଷଧ ।
୯-୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ: ନରେଶ ପଟେଲ କହିଲେ ପାଟିଦାର ହୁଅନ୍ତୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ, ଗୋଟିଏ ମଞ୍ଚରେ ୨ ପଟେଲ ।
୧୦-ଛଅ ମାସ ପରେ ଝାରପଡା ଜେଲରୁ ମୁକୁଳୁଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
୧୧-ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ୟୁଏନଡିପିର ପ୍ରଶଂସା; ବିଶ୍ୱର ଅନ୍ୟ ଭାଗରେ ଅନୁକରଣ ପାଇଁ ସୁପାରିସ ।
୧୨-କରୋନା ମୃତ୍ୟୁ ହାର ହ୍ରାସ କରିବା ପାଇଁ ସରକାର ଏବଂ ହସ୍ପିଟାଲଗୁଡିକୁ ପୁଣି ଥରେ ମୃତ୍ୟୁର ଗଣନା କରିବା ଜରୁରୀ : ଏମ୍ସ ନିର୍ଦେଶକ ।
୧୩-ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଲନଙ୍କୁ ପୁଲିଜର ପୁରସ୍କାର । ଚୀନ୍ ବନ୍ଦୀ କେନ୍ଦ୍ର ଗୁଡ଼ିକରେ ମୁସଲିମଙ୍କୁ ଅଟକ ରଖାଯିବା ଉପରେ କରିଥିଲେ ଅନୁସନ୍ଧାନ ମୂଳକ ରିପୋର୍ଟିଂ ।
୧୪-ସିମେଣ୍ଟ ସେକ୍ଟରରେ ପ୍ରବେଶ କରିବାକୁ ଯାଉଛି ଆଦାନୀ ଗ୍ରୁପ, ଲଞ୍ଚ ହେଲା ନୂଆ କମ୍ପାନୀ ‘ଆଦାନୀ ସିମେଣ୍ଟ’
୧୫-ଚୀନରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ । ବାଦୁଡ଼ି ଦେହରେ ୨୪ଟି ପ୍ରକାର ନୂଆ ଭୂତାଣୁ ଚିହ୍ନଟ, ଏଥିରୁ ୪ଟି କରୋନା ଭୂତାଣୁ ଭଳି ।
୧୬-ପଡିଆରେ ଅଭଦ୍ରାମୀର ସୀମା ଲଙ୍ଘିଥିବା ସାକିବ ୪ଟି ମ୍ୟାଚ୍‌ରୁ ବାସନ୍ଦ ।
୧୭-ଚଳଚଞ୍ଚଳ ରଥଖଳା: ତିନି ରଥର ଚକଡେରା ଶେଷ, ଚାଲିଛି ଗରଗରା, ଯୋଖା, ସିଂହାସନ କାମ
୧୮-ପଳାତକ ମେହୁଲ ଚୋକସି ବିରୋଧରେ ଭାରତର ବଡ ପଦକ୍ଷେପ, ଡୋମିନିକା ହାଇକୋର୍ଟରେ ସିବିଆଇ ଦାଖଲ କଲା ସତ୍ୟପାଠ ।
୧୯-IAS ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ସୋନୁ ଦେବେ ମାଗଣା କୋଚିଂ, ଆରମ୍ଭ କଲେ “ସମ୍ଭବମ” ।
୨୦-ବିନା ଲାଇସେନ୍ସରେ ଉତ୍ତର ପ୍ରଦେଶରେ ବିକି ପାରିବେ ନାହିଁ ତମ୍ବାକୁ ଓ ସିଗାରେଟ୍, ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.