କେହି ଆସିଲେନାହିଁ ,ସରପଂଚ କଲେ ଶବଦାହ

0 249

ବାରଙ୍ଗ୧୩/୬(ଏସଏସନିୟୁଜ)କୋରୋନା ମହାମାରୀର ଏହି କରାଳ କାଳରେ ପରିବାର ଓ ଆତ୍ମୀୟ ସ୍ଵଜନ୍ୟ ପାଖ ମାଡୁ ନଥିବାବେଳେ ଯୁବ ସରପଞ୍ଚ ବୀରେନ୍ଦ୍ର ଜେନାଙ୍କ ଦ୍ଵାରା ଜଣେ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରିବା ଘଟଣା ଏବେ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତ ଖଇରାପଡା ଗ୍ରାମର ତଅପୋଇ ବେହେରା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶନିବାର ବିଳମ୍ୱିତ ରାତ୍ରୀରେ ମୃତ୍ୟୁ କରିଥିଲେ।କୋରୋନା ରେ ମୃତ୍ୟୁ ଘଟିଥିବା ସନ୍ଦେହ କରି ବନ୍ଧୁବାନ୍ଧବ କିମ୍ବା ପଡୋଶୀ କେହିବି ତାଙ୍କ ପରିବାରର ପାଖ ମାଡ଼ିନଥିଲେ।ଏଣେ ପରିବାର ଲୋକେ ନିରୁପାୟ ହୋଇ ଶବ ଧରି ବସି ରହିଥିଲେ।ଏହି ଖବର ଜାଣିବାପରେ ବରିମୁଣ୍ଡ ସରପଞ୍ଚ ବୀରେନ୍ଦ୍ର ଜେନା ପହଞ୍ଚିଥିଲେ ଖଇରାପଡ଼ା ଗ୍ରାମରେ।ସବୁ ଘଟଣା ଜାଣିବାପରେ ସରପଞ୍ଚ ଓ ତାଙ୍କ ସହଯୋଗୀ ପିପିଇ କିଟ ପିନ୍ଧି ଏକ ଆମ୍ବୁଲାନ୍ସ ଜରିଆରେ ମୃତଦେହକୁ ନିକଟ ଶଶ୍ମାନକୁ ନେଇ ଶବଦାହ କାର‌୍ୟ୍ୟରେ ଲାଗିପଡିଲେ।ସରପଞ୍ଚ ଏବଂ ବୃଦ୍ଧାଙ୍କ ପରିବାର ଲୋକଙ୍କ ମିଳିତ ସହଯୋଗରେ ଅନ୍ତିମ ସଂସ୍କାର ସମ୍ପୂର୍ଣ ହୋଇଥିଲା।ସେହିପରି ଗତ ମଇଁ ମାସରେ ବରିମୁଣ୍ଡ ପଞ୍ଚାୟତରେ କୋଭିଡରେ ବାବାଜୀ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା।ପୁଅର ମୃତ୍ୟୁରେ ମର୍ମାହତ ହୋଇ ୭୫ ବର୍ଷ ବୟସ୍କ ବୃଦ୍ଧ ମାଆ ଙ୍କର ମଧ୍ୟ ସେହି ମାସ ୨୧ ତାରିଖରେ ମୃତ୍ୟୁ ଘଟିଥିଲା।ହେଲେ କେହି ତାଙ୍କ ପରିବାରର ପାଖ ମାଡ଼ିନଥିଲେ।ଶେଷରେ ଖବର ପାଇ ସରପଞ୍ଚ ନିଜ ସହଯୋଗୀ ଙ୍କ ସହିତ ମିଶି ବୃଦ୍ଧା ଙ୍କର ଶବଦାହ କରିଥିଲେ। ତେବେ ଆଜିର ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ସମେତ ମୃତ ତଅପୋଇ ଙ୍କ ପରିବାର ଲୋକେ ଯୁବ ସରପଞ୍ଚଙ୍କୁ କାର୍ଯ୍ୟକୁ ଢେର୍ ପ୍ରଶଂସା କରିଛନ୍ତି। (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.