ସଟଡାଉନର ସୁଯୋଗରେ ମୋବାଇଲ ଦୋକାନରୁ ଚୋରୀ

0 157

ଚନ୍ଦ୍ରଶେଖରପୁର,୧୩/୬(ଏସଏସନିୟୁଜ) ଇନଫୋସିସ ଥାନା ଅଧିନସ୍ଥ ଶ୍ରୀଖରଚଣ୍ଡୀ ନଗର ପାଖ ମୁଖ୍ୟରାସ୍ତା ପାଶ୍ୱର୍ରେଥିବା ଦୁଇଟି ମୋବାଇଲ ଦୋକାନରୁ ସଟ ଡାଉନର ସୁଯୋଗନେଇ ଶନିବାର ରାତିରେ ଚୋରୀ ହୋଇଥିବାର ଜଣାପଡିଛି ।ଚୋରମାନେ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରକୁ ପଶି ମୋବାଇଲ ସମେତ ମୋବାଇଲ ଆସୋସେରିଜ ନେଇ ଯାଇଛନ୍ତି ।ଦୋକାନ ମାଲିକ ଶ୍ରିକାନ୍ତ ପ୍ରଧାନ ସକାଳୁ ଦୋକାନ ଦେଖିବାକୁ ଆସିଥିବାବେଳେ ତାଙ୍କ ଦୋକାନ ସମେତ ଅନ୍ୟଏକ ଦୋକାନ ରୁ ଚୋରୀହୋଇଥିବାର ଜାଣିବାକୁ ପାଇଥିଲେ ।ଥାନାରେ ଅଭିଯୋଗ କରିବାପରେ ପୋଲିସ ଆସି ତଦନ୍ତ କରି ଫେରିଥିବାର ଜଣାପଡିଛି ।

Leave A Reply

Your email address will not be published.