ଇନସୁଲିନସ୍ତର ନିୟନ୍ତ୍ରିତ କରେ କଂଚାଲଙ୍କା

0 230

ସ୍ୱାସ୍ଥ୍ୟପାଇଁ ବେଶ୍ ଉପକାରୀ କଂଚାଲଙ୍କା ।ଅନେକ ଏହାକୁ ନିୟମିତଭାବେ ଖାଦ୍ୟରେ ସାମିଲ କରୁଥିବାବେଳେ ଏହାର ଉପାଦେୟ ଗୁଣବିଷୟରେ ଏତେଟା ଜାଣିନଥିବେ ।ନିୟମିତ କଂଚାଲଙ୍କା ସେବନ ଦ୍ୱାରା କଣସବୁ ଉପକାର ମିଳଥାଏ ,ଆସନ୍ତୁ ଜାଣିବେ ——-
କଂଚାଲଙ୍କାରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଏହା ଓଜନ କମ କରିବାଠାରୁ ଆରମ୍ଭ କରି ଅନେକ ସ୍ୱାସ୍ଥ୍ୟସମସ୍ୟାରୁ ରକ୍ଷାଦେଇଥାଏ ।
କଂଚାଲଙ୍କାରେ ଥିବା ଡାଏଟ୍ରିଫାଇବର ପାଚନତନ୍ତ୍ର ପାଇଁ ଭଲ । କଂଚାଲଙ୍କାରେ ଭିଟାନମିନ୍ ସି ଓ ଇ ରହିଥାଏ । ଏହା ତ୍ୱାଚାର ଚକମ ବଢାଇବାରେ ସହାୟକ ହୋଇଥାଏ ।
ଏଥିରେ ପାଣିରମାତ୍ରା ଅଧିକ ଥବାରୁ ଏହା କ୍ୟାଲେରୀ ଶୁନ ଥିବା ଖାଦ୍ୟ । ଏଣୁ ଏହା ଓଜନ କମ୍ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଭଲ । ଏହା ଚର୍ବି ଅଂଶକୁ କମ୍ କରିଥାଏ ।
କଂଚାଲଙ୍କା ବିଟା-କ୍ୟାରୋଟିନ,ଆଂଟିଅକ୍ସିଡାଂଟର ଉସ୍ । ଏହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
ନୀୟମିତଭାବେ କଂଚାଲଙ୍କା ସେବନ ଦ୍ୱାରା ଇନସୁଲିନ(ଶର୍କରା)ରସ୍ତର ନିୟନ୍ତ୍ରିତ ହୋଇଥାଏ । ଫଳରେ ରକ୍ତରେ ଏହାର ପରିମାଣ ସନ୍ତୁଳିତ ରହିଥାଏ ।
କଂଚାଲଙ୍କାରେ ଭିଟାମିନ୍ ଭରପୁର ଥିବାରୁ ଏହା ଅଷ୍ଟିଓପୋରୋସିସ୍ର ଅଶଙ୍କା କମ୍ କରିବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.